ଲାଇଭ୍‌ ରିପୋର୍ଟିଂ ବେଳେ ରାଗିଗଲେ ସାମ୍ବାଦିକା, ନାବାଳକକୁ ପିଟିଲେ

ଇସଲାମବାଦ: ଲାଇଭ୍‌ ରିପୋର୍ଟିଂ ବେଳେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଲେ ସାମ୍ବାଦିକା। ଏପରିକି କ୍ୟାମେରା ସମ୍ମୁଖରେ ପିଟୁସି ଦେବା ସରୁ ସରୁ ପାଖରେ ଛିଡ଼ା ହୋଇଥିବା ଜଣେ ନାବାଳକଙ୍କ ଗାଲରେ ବଜାଇଦେଲେ ଏକ ଶକ୍ତ ଚାପୁଡ଼ା। ଏହାର କାରଣ ଜଣା ପଡ଼ି ନ ଥିବା ବେଳେ ଭିଡିଓଟି ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏପରି ଅଭାବନୀୟ ଘଟଣା ପାକିସ୍ତାନରେ ଘଟିଛି।  ଟ୍ୱିଟରରେ ଶେଆର ହୋଇଥିବା ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୩ […]

journalist

journalist

Niharika Rout
  • Published: Tuesday, 12 July 2022
  • Updated: 12 July 2022, 11:31 AM IST

Sports

Latest News

ଇସଲାମବାଦ: ଲାଇଭ୍‌ ରିପୋର୍ଟିଂ ବେଳେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଲେ ସାମ୍ବାଦିକା। ଏପରିକି କ୍ୟାମେରା ସମ୍ମୁଖରେ ପିଟୁସି ଦେବା ସରୁ ସରୁ ପାଖରେ ଛିଡ଼ା ହୋଇଥିବା ଜଣେ ନାବାଳକଙ୍କ ଗାଲରେ ବଜାଇଦେଲେ ଏକ ଶକ୍ତ ଚାପୁଡ଼ା। ଏହାର କାରଣ ଜଣା ପଡ଼ି ନ ଥିବା ବେଳେ ଭିଡିଓଟି ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏପରି ଅଭାବନୀୟ ଘଟଣା ପାକିସ୍ତାନରେ ଘଟିଛି।  ଟ୍ୱିଟରରେ ଶେଆର ହୋଇଥିବା ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି।

ଗତ ୯ ତାରିଖରେ ବିଭିନ୍ନ ଦେଶରେ ପାଳନ କରାଯାଉଥିଲା ବକରୀ- ଇଦ୍ ପର୍ବ। ସମ୍ପୃକ୍ତ ସାମ୍ବାଦିକାଜଣକ ଇଦ୍‌ର ରିପୋର୍ଟ କରିବାକୁ ଲୋକଙ୍କ ଗହଳିକୁ ଯାଇଥିଲେ।  ସେଠାରେ ସେ ପିଟୁସି ଦେଉଥିବା ବେଳେ ତାଙ୍କ ଚାରିପାଖରେ କିଛି ଛୋଟ ପିଲା ସମେତ ବଡ଼ ଲୋକ ବି ଛିଡ଼ା ହୋଇଥିଲେ। ମାତ୍ର ହଠାତ୍‌ ପିଟୁସି ସରୁ ସରୁ ସାମ୍ବାଦିକାଜଣକ ପାଖରେ ଛିଡ଼ା ହୋଇଥିବା ପିଲାଟି ଗାଲରେ ବଜାଇ ଦେଇଥିଲେ ଚାପୁଡ଼ା।

ସାମ୍ବାଦିକାଜଣକ ଏପରି କ୍ରୋଧିତ ହେବାର ପ୍ରକୃତ କାରଣ ଜଣାପଡ଼ିନି। ପିଲାଟି ଏକ ଅନାବଶ୍ୟକ କମେଣ୍ଟ କରିଥିବାରୁ ସାମ୍ବାଦିକା ରାଗିକି ପାଚି ଯାଇଥିବା ଅନୁମାନ କରାଯାଉଛି।

ଏହି ଭିଡିଓ ଦେଖିବା ପରେ  କ’ଣ ଘଟିଲା ତାହା ପ୍ରଥମେ ବହୁ ୟୁଜର୍ସ ବୁଝି ପାରି ନ ଥିଲେ।  କାରଣ ସେମାନେ ବୁଝି ପାରିଲେନି ଯେ ସାମ୍ବାଦିକାଜଣକ କାହିଁକି ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଲେ। ତାଙ୍କର ଏହି କାର୍ଯ୍ୟ ପାଇଁ ବହୁ ୟୁଜର୍ସ ତାଙ୍କୁ ନାପସନ୍ଦ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos