ମାସୁଦ ଆଝାର ନାଁରେ ପାକ୍‌ରେ‌ ଜାରି ହେଲା ଗିରଫ ପରୱାନା

ଲାହୋର: ପୁଲୱାମା ଓ ସଂସଦ ଆକ୍ରମଣରେ ସାମିଲ ଥିବା କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାର ନାଁରେ ପ୍ରଥମଥର ପାଇଁ ପାକିସ୍ତାନରେ ଗିରଫ ପରୱାନା ଜାରି କରାଯାଇଛି। ପାକିସ୍ତାନର ଆତଙ୍କବାଦ ନିରୋଧ କୋର୍ଟ ଜୈଶ ମୁଖ୍ୟ ଆଝାର ନାଁରେ ଏଭଳି ଗିରଫ ପରୱାନା ଜାରି କରିଛନ୍ତି। ଜୈଶର କିଛି ସଦସ୍ୟ ଟେରର ଫାନାନ୍ସିଂ ମାମଲାରେ ସାମିଲ ଥିବା ପଞ୍ଜାବ ପୁଲିସ୍‌ର ଆତଙ୍କବାଦୀ ନିରୋଧ ବିଭାଗ(ସିଟିଡି) ଦଲିଲ ଦାଖଲ କରିଥିଲା। ଆଜି ଏହି ମାମଲାର ଶୁଣାଣି ଗୁଜରନୱାଲା ସ୍ଥିତ ଆଙ୍କବାଦ […]

f

Hemant Lenka
  • Published: Thursday, 07 January 2021
  • , Updated: 07 January 2021, 08:23 PM IST

ଲାହୋର: ପୁଲୱାମା ଓ ସଂସଦ ଆକ୍ରମଣରେ ସାମିଲ ଥିବା କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାର ନାଁରେ ପ୍ରଥମଥର ପାଇଁ ପାକିସ୍ତାନରେ ଗିରଫ ପରୱାନା ଜାରି କରାଯାଇଛି। ପାକିସ୍ତାନର ଆତଙ୍କବାଦ ନିରୋଧ କୋର୍ଟ ଜୈଶ ମୁଖ୍ୟ ଆଝାର ନାଁରେ ଏଭଳି ଗିରଫ ପରୱାନା ଜାରି କରିଛନ୍ତି।

ଜୈଶର କିଛି ସଦସ୍ୟ ଟେରର ଫାନାନ୍ସିଂ ମାମଲାରେ ସାମିଲ ଥିବା ପଞ୍ଜାବ ପୁଲିସ୍‌ର ଆତଙ୍କବାଦୀ ନିରୋଧ ବିଭାଗ(ସିଟିଡି) ଦଲିଲ ଦାଖଲ କରିଥିଲା। ଆଜି ଏହି ମାମଲାର ଶୁଣାଣି ଗୁଜରନୱାଲା ସ୍ଥିତ ଆଙ୍କବାଦ ନିରୋଧ କୋର୍ଟ କରିଥିଲେ। ଏହି ସମୟରେ ବିଚାରପତି ନସୀମ ସୁପ୍ରା ସିଟିଡିକୁ ତୁରନ୍ତ ଜୈଶ ମୁଖ୍ୟ ମାସୁଦ ଆଝାରକୁ ଗିରଫ କରି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସିଟିଡି କହିଛି ଯେ ମାସୁଦ ଟେରର ଫାଇନାନ୍ସିଂ ଓ ଜିହାଦୀ କାମରେ ସାମିଲ ରହିଛି। ସିଟିଡି ଇନସପେକ୍ଟରଙ୍କ ଅନୁରୋଧକ୍ରମେ କୋର୍ଟ ମାସୁଦ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି।

ସୂଚନା ଅନୁସାରେ, ପାକିସ୍ତାନ ଆର୍ମିର ସୁରକ୍ଷା ବଳୟ ମଧ୍ୟରେ ମାସୁଦ ଏବେ ବାହାବଲପୁରରେ ରହିଛି। ୨୦୧୯ ପୁଲୱାମା ହମଲାର ମାଷ୍ଟରମାଇଣ୍ଡ ହେଉଛି ମାସୁଦ। ତା’ ଇସାରାରେ ହିଁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆତ୍ମଘାତୀ ହମଲା ହୋଇଥିଲା। ଏହି ଘଟଣା ପରେ ପାକିସ୍ତାନର ପଞ୍ଜାବ ପ୍ରଦେଶ ପୁଲିସ୍‌ ଆତଙ୍କବାଦୀଙ୍କ ବିରୋଧରେ ଧରପଗଡ଼ ଆରମ୍ଭ କରିଥିଲା। ଏହି ସମୟରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ୬ ଜଣ ଜୈଶ ସଦସ୍ୟଙ୍କୁ ଗୁଜରନୱାଲାରୁ ଗିରଫ କରିଥିଲା।

ସିଟିଡି କହିଛି ଯେ ଜୈଶର ସୁରକ୍ଷିତ ସ୍ଥାନ କୁହାଯାଉଥିବା ସ୍ଥାନ ଗୁଡ଼ିକରେ ଚଢ଼ଉ କରାଯାଇଥିଲା। ଏହି ସମୟରେ ମହମ୍ମଦ ଅଫଜଲ, ମହମ୍ମଦ ଆମୀର, ଆହ୍ଲା ଦିତ୍ତା, ମହମ୍ମଦ ଇଫତିକାର, ମହମ୍ମଦ ଅଜମଲ ଓ ମହମ୍ମଦ ବିଲାଲ ମକ୍କିକୁ ଗିରଫ କରାଯାଇଥିଲା। ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ମଧ୍ୟ ଜବତ କରାଯାଇଥିଲା। ଏହି ୬ ଜଣ ଜୈଶ ସଂଗଠନକୁ ଚଳାଇବା ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟରେ ସାମିଲ ଥିଲେ। ସିଟିଡି ସମସ୍ତଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରି ଘଟଣାର ତଦନ୍ତ ଜାରି ରଖିଥିଲା।

ଅନ୍ୟପକ୍ଷରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ତ ମାସୁଦ ଆଝାର ପାକିସ୍ତାନରେ ଲୁଚି ଥିବାରୁ ଇସଲାମାବାଦ ଉପରେ ଅନ୍ତର୍ଜାତୀୟ ଚାପ ପଡ଼ିଥିଲା। ଏଥିପାଇଁ ପାକିସ୍ତାନ ଜୈଶ ସମେତ ଏକାଧିକ ଆତଙ୍କୀ ସଂଗଠନର ୧୦୦ରୁ ଅଧିକ ସଦସ୍ୟଙ୍କୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ ମାସୁଦର ପୁଅ ଓ ଭାଇ ମଧ୍ୟ ରହିଥିଲେ। କିନ୍ତୁ ମାସୁଦ ଦେହରେ ହାତ ମାରିବାକୁ ପାକିସ୍ତାନ ପୁଲିସ୍‌ ସାହାସ କରିପାରି ନଥିଲା।

Related story