ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ଲଜ୍ଜିତ: ଜାତିସଂଘରେ ଦେଖାଇଥିବା ଫଟୋର ଅସଲ ପରିଚୟ ମିଳିବା ପରେ ମିଛୁଆ ଦେଶ ବୋଲି ପ୍ରମାଣିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିଳିତ ଜାତିସଂଘରେ ଭାରତକୁ ବଦନାମ କରିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି ମଲିହା ଲୋଧି। ସୁଷମା ସ୍ୱରାଜଙ୍କୁ ଉତ୍ତର ଦେବାକୁ ଯାଇ ସେ ଏକ ମହିଳାଙ୍କ ଫଟୋ ଦେଖାଇଥିଲେ।  ଏବଂ ଏହି ମହିଳାଙ୍କ ମୁହଁରେ ବହୁ କ୍ଷତ ବିକ୍ଷତ ଚିହ୍ନ ଥିଲା। ପାକିସ୍ତାନର ରାଷ୍ଟ୍ରଦୂତ ମଲିହା ଲୋଧି କହିଥିଲେ, ଏହା ହେଉଛି ଭାରତର ଗଣତନ୍ତ୍ର। ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ପେଲେଟ ଗନ୍‌ ଗୁଳିରେ ସେହି ମହିଳାଙ୍କ ମୁହଁରେ ଏହି ଚିହ୍ନ ସୃଷ୍ଟି ହୋଇଥିବା କହିଥିଲେ। […]

maleeha 2

Rakesh Mallick
  • Published: Sunday, 24 September 2017
  • , Updated: 24 September 2017, 08:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିଳିତ ଜାତିସଂଘରେ ଭାରତକୁ ବଦନାମ କରିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି ମଲିହା ଲୋଧି। ସୁଷମା ସ୍ୱରାଜଙ୍କୁ ଉତ୍ତର ଦେବାକୁ ଯାଇ ସେ ଏକ ମହିଳାଙ୍କ ଫଟୋ ଦେଖାଇଥିଲେ।  ଏବଂ ଏହି ମହିଳାଙ୍କ ମୁହଁରେ ବହୁ କ୍ଷତ ବିକ୍ଷତ ଚିହ୍ନ ଥିଲା। ପାକିସ୍ତାନର ରାଷ୍ଟ୍ରଦୂତ ମଲିହା ଲୋଧି କହିଥିଲେ, ଏହା ହେଉଛି ଭାରତର ଗଣତନ୍ତ୍ର। ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ପେଲେଟ ଗନ୍‌ ଗୁଳିରେ ସେହି ମହିଳାଙ୍କ ମୁହଁରେ ଏହି ଚିହ୍ନ ସୃଷ୍ଟି ହୋଇଥିବା କହିଥିଲେ।

ଅନ୍ୟପଟେ ଏବେ ଏହି ଫଟୋର ଅସଲ ପରିଚୟ ମିଳିଛି। ଏହି ଫଟୋଟି ଗାଜା'ର ଜଣେ ମହିଳାଙ୍କର ବୋଲି ଜଣାପଡିଛି। ୨୦୧୪ ଜୁଲାଇରେ ଇସ୍ରାଇଲ୍‌ ଆକ୍ରମଣରେ ସେ ଆହତ ହୋଇଥିବା ବେଳେ ଫଟୋ ଜର୍ଣ୍ଣାଲିଷ୍ଟ ହୈଦି ଲେଭିନ୍ ଏହି ଫଟୋ ଉଠାଇଥିଲେ।  ଅର୍ଥାତ ଯେଉଁ ଫଟୋ ମଲିହା ଦେଖାଇଥିଲେ, ଭାରତ ସହିତ ତାର କୌଣସି ସଂପର୍କ ହିଁ ନାହିଁ। ଭାରତକୁ ବଦନାମ କରିବାକୁ ଚେଷ୍ଟା କରି ପାକିସ୍ତାନ ନିଜେ ମିଛୁଆ ବୋଲି ପ୍ରମାଣିତ ହୋଇଛି ଅନ୍ତର୍ଜାତୀୟ ସ୍ତରରେ।

 

Related story