ପିଲିଭିଟ୍ ମିଥ୍ୟା ଏନ୍‌କାଉଣ୍ଟର ମାମଲା: ୪୭ ପୋଲିସ୍ କର୍ମଚାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ଲକ୍ଷ୍ନୌ: ପିଲିଭିଟ୍ ମିଥ୍ୟା ଏନ୍‌କାଣ୍ଟର ମାମଲାରେ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ୪୭ ଜଣ ପୋଲିସ୍ କର୍ମଚାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ୧୯୯୧ ମସିହା ଜୁଲାଇ ୧୨ ତାରିଖରେ ଉତ୍ତର ପ୍ରଦେଶର ପିଲିଭିଟ୍ ଜିଲ୍ଲାରେ ଏହି ପୋଲିସ୍ କର୍ମଚାରୀମାନେ ୧୧ ଜଣ ଶିଖ୍ ତୀର୍ଥଯାତ୍ରୀଙ୍କୁ ମିଥ୍ୟା ଏନ୍‌କାଉଣ୍ଟରରେ ମାରିଥିବା ନେଇ ଅଭିଯୋଗ ହୋଇଥିଲା। ଗତ ଶୁକ୍ରବାର ସ୍ୱତନ୍ତ୍ର ସିବିଆଇ କୋର୍ଟର ବିଚାରପତି ଲାଲ୍ଲୋ ସିଂହ ଆଇପିସିର ଧାରା ୩୦୨, ୩୬୪, ୩୬୫, ୨୧୮ ଓ ୧୧୭ରେ ଅଭିଯୁକ୍ତ […]

sikh-encounter_landscape_1459563484

Rakesh Mallick
  • Published: Monday, 04 April 2016
  • , Updated: 05 April 2016, 05:08 AM IST

ଲକ୍ଷ୍ନୌ: ପିଲିଭିଟ୍ ମିଥ୍ୟା ଏନ୍‌କାଣ୍ଟର ମାମଲାରେ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ୪୭ ଜଣ ପୋଲିସ୍ କର୍ମଚାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ୧୯୯୧ ମସିହା ଜୁଲାଇ ୧୨ ତାରିଖରେ ଉତ୍ତର ପ୍ରଦେଶର ପିଲିଭିଟ୍ ଜିଲ୍ଲାରେ ଏହି ପୋଲିସ୍ କର୍ମଚାରୀମାନେ ୧୧ ଜଣ ଶିଖ୍ ତୀର୍ଥଯାତ୍ରୀଙ୍କୁ ମିଥ୍ୟା ଏନ୍‌କାଉଣ୍ଟରରେ ମାରିଥିବା ନେଇ ଅଭିଯୋଗ ହୋଇଥିଲା।

ଗତ ଶୁକ୍ରବାର ସ୍ୱତନ୍ତ୍ର ସିବିଆଇ କୋର୍ଟର ବିଚାରପତି ଲାଲ୍ଲୋ ସିଂହ ଆଇପିସିର ଧାରା ୩୦୨, ୩୬୪, ୩୬୫, ୨୧୮ ଓ ୧୧୭ରେ ଅଭିଯୁକ୍ତ ହୋଇଥିବା ଏହି ପୋଲିସ୍ କର୍ମଚାରୀମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସେମାନଙ୍କୁ ଦୋଷୀ ବୋଲି ଘୋଷଣା କଲା ବେଳେ କୋର୍ଟ କହିଥିଲେ ଯେ ୧୧ ଜଣ ଶିଖ ତୀର୍ଥଯାତ୍ରୀଙ୍କୁ ଅପହରଣ କରିବା ଓ ଆତଙ୍କବାଦୀ ଦର୍ଶାଇ ଷଡ଼ଯନ୍ତ୍ର ପୂର୍ବକ ହତ୍ୟା କରିବାର ପର୍ଯ୍ୟାପ୍ତ ପ୍ରମାଣ ମିଳୁଛି।

୧୯୯୧ ଜୁଲା ୧୨ ତାରିଖରେ ଏକ ଶିଖ୍ ତୀର୍ଥଯାତ୍ରୀ ଦଳ ନାନକମଠ, ପାଟନା ସାହିବ, ହୁଜୁର ସାହିବ ଓ ଅନ୍ୟ ପବିତ୍ର ସ୍ଥଳୀ ପରିଦର୍ଶନ କରି ଏକ ବସ୍ ଯୋଗେ ଫେରୁଥିଲେ। ଦିନ ପ୍ରାୟ ୧୧ଟା ବେଳେ ପୋଲିସ୍ ସେମାନଙ୍କୁ ପିଲିଭିଟ୍‌ର କାଛଲଘାଟ ବ୍ରିଜ୍ ନିକଟରେ ଅଟକାଇଥିଲା। ୧୧ ଜଣ ତୀର୍ଥଯାତ୍ରୀଙ୍କୁ ଜୋରଜବରଦସ୍ତ ବସ୍‌ରୁ ତଳକୁ ଓହ୍ଲାଇ ସେମାନଙ୍କୁ ଏନ୍‌କାଉଣ୍ଟରରେ ହତ୍ୟା କରିଥିଲା ପୋଲିସ। ସେମାନେ ଆତଙ୍କବାଦୀ ଥିଲେ ଓ ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ମିଳିଥିଲା ବୋଲି ପୋଲିସ୍ ପକ୍ଷରୁ କୁହାଯାଇଥିଲା। ପରେ ଆଇନଜୀବୀ ଆର.ଏସ୍ ସୋଧି ଏହି ଘଟଣାକୁ ନେଇ  ସୁପ୍ରିମ୍‌କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କଲା ପରେ କୋର୍ଟ ଏହି ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ୧୯୯୫ ଜୁନ୍ ୧୨ ତାରିଖରେ ସିବିଆଇ ୫୭ ଜଣ ପୋଲିସ୍ କର୍ମଚାରୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା। ୨୫ ବର୍ଷ ଧରି ଚାଲିଥିବା ଏହି ମାମଲାର ଶୁଣାଣି ସମୟ ମଧ୍ୟରେ ୧୦ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଛି।

Related story