ଡିସେମ୍ବର ୩୧ ତାରିଖ ଯାଏ ବଢ଼ିଲା ଆଧାର-ପାନ୍‌ ଲିଙ୍କ ଅବଧି

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଫାଇଲିଂ ପାଇଁ ଆଧାର ଏବଂ ପାନ୍‌ ମଧ୍ୟରେ ଲିଙ୍କ କରିବାର ତାରିଖ ଡିସେମ୍ବର ୩୧ ବୃଦ୍ଧି କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସ ପକ୍ଷରୁ ଏହି ଘୋଷଣା କରାଯାଇଛି। ପୂର୍ବରୁ ଏହା ସେପ୍ଟେମ୍ବର ୩୦ ଯାଏ ଥିଲା। ସିବିଡିଟି ପୂର୍ବରୁ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର ଏବଂ ୧୦ ସଂଖ୍ୟା ବିଶିଷ୍ଟ ପାନ୍‌ ଲିଙ୍କ କରିବା ବାଧ୍ୟତାମୂଳକ ହେବା ନେଇ ଘୋଷଣା କରିଥିଲା। ଏଥିସହିତ […]

panadhara

Subrat Kumar Nayak
  • Published: Saturday, 28 September 2019
  • , Updated: 28 September 2019, 09:00 PM IST

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଫାଇଲିଂ ପାଇଁ ଆଧାର ଏବଂ ପାନ୍‌ ମଧ୍ୟରେ ଲିଙ୍କ କରିବାର ତାରିଖ ଡିସେମ୍ବର ୩୧ ବୃଦ୍ଧି କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସ ପକ୍ଷରୁ ଏହି ଘୋଷଣା କରାଯାଇଛି। ପୂର୍ବରୁ ଏହା ସେପ୍ଟେମ୍ବର ୩୦ ଯାଏ ଥିଲା।

ସିବିଡିଟି ପୂର୍ବରୁ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର ଏବଂ ୧୦ ସଂଖ୍ୟା ବିଶିଷ୍ଟ ପାନ୍‌ ଲିଙ୍କ କରିବା ବାଧ୍ୟତାମୂଳକ ହେବା ନେଇ ଘୋଷଣା କରିଥିଲା। ଏଥିସହିତ ସେପ୍ଟେମ୍ବର ୩୦ ଯାଏ ଏହି ଲିଙ୍କ ପ୍ରକ୍ରିୟା ଚାଲୁ ରହିବ ବୋଲି କୁହାଯାଇଥିଲା।

ମାର୍ଚ୍ଚ ୩୧ ତାରିଖରେ ହିଁ ଏହି ଅବଧି ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରାଯାଇଥିଲା। ଗତବର୍ଷ ଜୁନ୍‌ ମାସରେ ସରକାର କହିଥିଲେ, ପାନ୍‌ ସହ ଆଧାରକୁ ମାର୍ଚ୍ଚ ୩୧ ଯାଏ ବୃଦ୍ଧି କରାଯିବ। କିନ୍ତୁ ଏହାପରେ ଏହି ଅବଧି କ୍ରମାଗତ ଭାବେ ବୃଦ୍ଧି କରାଯାଇଛି।

Related story