ଡ୍ରୋନ୍‌ରେ ପାନ ମସଲା ଡେଲିଭରୀ, ୨ ଗିରଫ

ଅହମ୍ମଦାବାଦ:କରୋନା ଭାଇରସ୍ ପାଇଁ ପୂରା ଦେଶରେ ଲକ୍ଡାଉନ୍ ରହିଛି। ଯାନବାହାନ ଚଳାଚଳ ଏହି କାରଣରୁ ବନ୍ଦ ରହିଛି। ତେବେ ଜରୁରୀକାଳୀନ ସାମଗ୍ରୀ ଉପରେ କଟକଣା ନାହିଁ। କିନ୍ତୁ କିଛି ଲୋକ ଏହାର ଅବମାନନା କରି ବିଭିନ୍ନ ଅଜବ କାଣ୍ଡ ସବୁ ଘଟାଉଛନ୍ତି। ବିଶେଷ କରି ନିଶାଦ୍ରବ୍ୟ ସେବନ କ୍ଷେତ୍ରରେ ଏପରି ସବୁ ଘଟଣା ଦେଖିବାକୁ ମିଳୁଛି। ନିଶା ଦ୍ରବ୍ୟ ମଧ୍ୟରେ ମଦ କାରବାର ବହୁତ ରହୁଛି। ବିଭିନ୍ନ ସ୍ଥାନରେ ଚୋରାରେ ଏହି କାରବାର ହେଉଥିବା ଧରା ପଡ଼ିଛି। […]

drone

Subrat Kumar Nayak
  • Published: Sunday, 12 April 2020
  • , Updated: 12 April 2020, 05:40 PM IST

ଅହମ୍ମଦାବାଦ:କରୋନା ଭାଇରସ୍ ପାଇଁ ପୂରା ଦେଶରେ ଲକ୍ଡାଉନ୍ ରହିଛି। ଯାନବାହାନ ଚଳାଚଳ ଏହି କାରଣରୁ ବନ୍ଦ ରହିଛି। ତେବେ ଜରୁରୀକାଳୀନ ସାମଗ୍ରୀ ଉପରେ କଟକଣା ନାହିଁ। କିନ୍ତୁ କିଛି ଲୋକ ଏହାର ଅବମାନନା କରି ବିଭିନ୍ନ ଅଜବ କାଣ୍ଡ ସବୁ ଘଟାଉଛନ୍ତି। ବିଶେଷ କରି ନିଶାଦ୍ରବ୍ୟ ସେବନ କ୍ଷେତ୍ରରେ ଏପରି ସବୁ ଘଟଣା ଦେଖିବାକୁ ମିଳୁଛି।

ନିଶା ଦ୍ରବ୍ୟ ମଧ୍ୟରେ ମଦ କାରବାର ବହୁତ ରହୁଛି। ବିଭିନ୍ନ ସ୍ଥାନରେ ଚୋରାରେ ଏହି କାରବାର ହେଉଥିବା ଧରା ପଡ଼ିଛି। ଲୋକେ ନିଶା ପାଇଁ କେତେ ବ୍ୟସ୍ତ ଏହି ସବୁ ଘଟଣା ବୟାନ କରୁଛି।

ତେବେ ଏଭଳି ଏକ ଘଟଣା ସୋଶାଲ ମିଡିଆରେ ଆସିଛି। ଗୁଜରାଟରୁ ଆସିଥିବା ଏକ ଭିଡିଓରେ କିଛି ଲୋକ ଘରକୁ ଘର ପାନ ମସଲା ନେବା ଆଣିବା କରୁଛନ୍ତି, ତା’ପୁଣି ଡ୍ରୋନ୍‌ ସହାୟତାରେ। ଏହି ଭିଡିଓ ଟିକ୍‌ଟକ୍‌ରେ ଭାଇରାଲ ହେବାପରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଛି।

Related story