ପରମବୀର ସିଂଙ୍କ କାର୍ଯ୍ୟଧାରାକୁ ନେଇ ଉଦବେଗ ପ୍ରକାଶ କଲେ କୋର୍ଟ

ନୂଆଦିଲ୍ଲୀ: ମୁମ୍ୱାଇ ପୁଲିସର ଟିଆରପି ସ୍କାମ ଅଭିଯୋଗ ଉପରେ ଆପତ୍ତି ଉଠାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ରିପବ୍ଲିକ୍ ଟିଭି। କୋର୍ଟ ମାମଲାର ଶୁଣାଣି କରି ରିପବ୍ଲିକ୍ ଟିଭିକୁ ପ୍ରଥମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ କହିଛନ୍ତି। ତେବେ ପୁଲିସ କମିଶନର ପରମବୀର ସିଂଙ୍କୁ ନେଇ ମଧ୍ୟ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଟିଆରପି ସ୍କାମ ମାମଲାରେ ପୁଲିସ କମିଶନର ପ୍ରେସ କନଫରେନସ କରିବା ନେଇ ସୁପ୍ରିମକୋର୍ଟ ପରମବୀର ସିଂହଙ୍କ ଉପରେ ଉଦବେଗ ପ୍ରକାଶ କରିଛନ୍ତି।ଏଥିସହ କିଛି ମିଡିଆ ହାଉସକୁ ଏ ପ୍ରସଙ୍ଗରେ […]

param vir singh

Subhransu Sekhar
  • Published: Thursday, 15 October 2020
  • , Updated: 15 October 2020, 07:06 PM IST

ନୂଆଦିଲ୍ଲୀ: ମୁମ୍ୱାଇ ପୁଲିସର ଟିଆରପି ସ୍କାମ ଅଭିଯୋଗ ଉପରେ ଆପତ୍ତି ଉଠାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ରିପବ୍ଲିକ୍ ଟିଭି। କୋର୍ଟ ମାମଲାର ଶୁଣାଣି କରି ରିପବ୍ଲିକ୍ ଟିଭିକୁ ପ୍ରଥମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ କହିଛନ୍ତି। ତେବେ ପୁଲିସ କମିଶନର ପରମବୀର ସିଂଙ୍କୁ ନେଇ ମଧ୍ୟ ବର୍ଷିଛନ୍ତି ସୁପ୍ରିମକୋର୍ଟ।

ଟିଆରପି ସ୍କାମ ମାମଲାରେ ପୁଲିସ କମିଶନର ପ୍ରେସ କନଫରେନସ କରିବା ନେଇ ସୁପ୍ରିମକୋର୍ଟ ପରମବୀର ସିଂହଙ୍କ ଉପରେ ଉଦବେଗ ପ୍ରକାଶ କରିଛନ୍ତି।ଏଥିସହ କିଛି ମିଡିଆ ହାଉସକୁ ଏ ପ୍ରସଙ୍ଗରେ କମିଶନର ସାକ୍ଷାତକାରର ଦେବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କୋର୍ଟ।

ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ, ଇନ୍ଦୁ ମଲହୋତ୍ରା ଏବଂ କେଏମ୍ ଜୋସେଫଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ପୁଲିସ କମିଶନର ଗଣମାଧ୍ୟମକୁ ସାକ୍ଷାତକାର ଦେଉଥିବାରୁ କୋର୍ଟ ଚିନ୍ତିତ। ଜଷ୍ଟିସ୍ ଚନ୍ଦ୍ରଚୁଡ କହିଥିଲେ ଯେ ଏଭଳି ପ୍ରସଙ୍ଗରେ ପୁଲିସ କମିଶନର ନିଜ ଦାୟିତ୍ୱ ପ୍ରତି ସଚେତନତା ହେବା ଦରକାର। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ନଜର ରଖିଛନ୍ତି ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ମୁମ୍ୱାଇ ପୁଲିସ କମିଶନର ପରମବୀର ସିଂହ ସାମ୍ବାଦିକ ସମ୍ମିଳନୀ କରି ରିପବ୍ଲିକ ଟିଭି ଏବଂ ଦୁଇଟି ମରାଠୀ ନ୍ୟୁଜ୍ ଚ୍ୟାନେଲ ଫଖତ ମରାଠୀ ଏବଂ ବକ୍ସ ସିନେମା ନାମ କହିଥିଲେ। ହେଲେ ବାର୍କ ଯେଉଁ ଏଫଆଇଆର ଦାଖଲ କରିଥିଲା ସେଥିରେ କେବଳ ଇଣ୍ଡିଆ ଟୁଡେ ନାଁ ଥିଲା। ପୁଲିସ ଆକ୍ରୋଶ ରଖି ଏଭଳି ଅଭିଯୋଗ ଆଣୁଛି ବୋଲି ରିପବ୍ଲିକ ଟିଭି କହିଛି। ଏହାପରେ କୋର୍ଟରେ ପୁଲିସ କମିଶନରଙ୍କୁ ଚ୍ୟାଲେଞ୍ଜ କରିଛି ସଂପୃକ୍ତ ଚ୍ୟାନେଲ୍।

Related story