ପଟେଲ ସମ୍ପ୍ରଦାୟଙ୍କୁ ଓବିସି ମାନ୍ୟତା ଦାବି: ଜଳୁଛି ଗୁଜରାଟ,୯ ମୃତ

ଗୁଜରାଟ: ସଂରକ୍ଷଣ ପ୍ରଦାନ ଦାବିରେ ଗୁଜରାଟରେ ପଟେଲ୍ ସଂପ୍ରଦାୟ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଭୟଙ୍କର ହିଂସାର ରୂପ ଧାରଣ କରିଛି। ଗତ ୨୪ ଘଣ୍ଟା ଭିତରେ ହିଂସାକାଣ୍ଡରେ ୯ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି।  ହିଂସାକାଣ୍ଡ ଓ ଭଙ୍ଗାରୁଜା ପାଇଁ ରାଜ୍ୟର କିଛି ଅଞ୍ଚଳରେ ସମ୍ବିଧାନର ୧୪୪ ଧାରା ଜାରି କରାଯାଇଛି। ତଥାପି ପରିସ୍ଥିତି ଶାନ୍ତ ପଡୁ ନ ଥିବାରୁ ସେନାର ସହାୟତା ନିଆଯାଇଛି। ପଟେଲ ସମ୍ପ୍ରଦାୟକୁ ଓବିସି ମାନ୍ୟତା ଦାବିରେ ବୁଧବାର ରାଜ୍ୟବ୍ୟାପୀ ବନ୍ଦ […]

Patel quota agitation: Gujarat continues to burn; nine killed, army called in

Patel quota agitation: Gujarat continues to burn; nine killed, army called in

Rakesh Mallick
  • Published: Thursday, 27 August 2015
  • Updated: 27 August 2015, 02:18 AM IST

Sports

Latest News

Patel quota agitation: Gujarat continues to burn; nine killed, army called inଗୁଜରାଟ: ସଂରକ୍ଷଣ ପ୍ରଦାନ ଦାବିରେ ଗୁଜରାଟରେ ପଟେଲ୍ ସଂପ୍ରଦାୟ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଭୟଙ୍କର ହିଂସାର ରୂପ ଧାରଣ କରିଛି। ଗତ ୨୪ ଘଣ୍ଟା ଭିତରେ ହିଂସାକାଣ୍ଡରେ ୯ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି।  ହିଂସାକାଣ୍ଡ ଓ ଭଙ୍ଗାରୁଜା ପାଇଁ ରାଜ୍ୟର କିଛି ଅଞ୍ଚଳରେ ସମ୍ବିଧାନର ୧୪୪ ଧାରା ଜାରି କରାଯାଇଛି। ତଥାପି ପରିସ୍ଥିତି ଶାନ୍ତ ପଡୁ ନ ଥିବାରୁ ସେନାର ସହାୟତା ନିଆଯାଇଛି। ପଟେଲ ସମ୍ପ୍ରଦାୟକୁ ଓବିସି ମାନ୍ୟତା ଦାବିରେ ବୁଧବାର ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଥିଲା। ସ୍କୁଲ ଓ କଲେଜ ବନ୍ଦ ରଖିବା ସହ ଆନ୍ଦୋଳନକାରୀ ମାନେ ପ୍ରାୟ ୧୦୦ରୁ ଅଧିକ ବସ୍ ପୋଡ଼ାଜଳା କରିଥିଲେ। ଏହି କାରଣରୁ ଅହମ୍ମଦାବାଦ, ସୁରତ ଓ ମେହସନାର କେତେକ ଅଞ୍ଚଳ ଅଶାନ୍ତ ହୋଇ ପଡିଥିଲା। ମଙ୍ଗଳବାର ଅହମଦାବାଦରେ ଜିଏମଡିସି ପଡ଼ିଆରେ ହାର୍ଦ୍ଦିକ ପଟେଲଙ୍କ ନେତୃତ୍ୱରେ ଆନ୍ଦୋଳନ କରାଯାଉଥିଲା। ତେବେ ପୋଲିସ ରାତିରେ ଲାଠିଚାର୍ଜ କରିବାରୁ ଲୋକେ ଉତ୍ୟକ୍ତ ହୋଇ ପଡିଥିଲେ। ଏପରିକି ଆନ୍ଦୋଳନକାରୀମାନେ ଗୃହମନ୍ତ୍ରୀ ରଜନୀ ପଟେଲଙ୍କ ବାସଭବନରେ ନିଆଁ ଲଗାଇଦେବାରୁ ପରିସ୍ଥିତି ଜଟିଳ ରୂପ ନେଇଥିଲା। ସେପଟେ ଶାନ୍ତି ବଜାୟ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟବାସୀଙ୍କୁ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos