ପଠାନକୋଟ ଏୟାରବେସ ଉପରେ ଆକାଶମାର୍ଗରୁ ଆକ୍ରମଣ ପାଇଁ ଆତଙ୍କବାଦୀଙ୍କ ଯୋଜନା

ପଠାନକୋଟ: ପଞ୍ଜାବର ପଠାନକୋଟ ଏୟାରବେସ  ଉପରେ ଆତଙ୍କବାଦୀମାନେ ଆକାଶମାର୍ଗରୁ ଆକ୍ରମଣ କରିବା ପାଇଁ ଯୋଜନା କରୁଛନ୍ତି। ଏ ସଂପର୍କରେ  ଗୋଇନ୍ଦା  ବିଭାଗରୁ ସୂଚନା ମିଳିବା ପରେ ସମଗ୍ର ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ବାୟୁସେନାର ଜଣେ ଅଧିକାରୀ କହିଛନ୍ତି, “ଆତଙ୍କବାଦୀ ମାନେ ପଠାନକୋଟ ଏୟାରବେସ ଉପରେ ଆକାଶମାର୍ଗରୁ ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି। ଏହାପରେ ସ୍ଥାନୀୟ ଅଞ୍ଚଳରେ  ହାଇଆଲର୍ଟ ଜାରି କରାଯାଇଛି। ଅରାଜକତା ସୃଷ୍ଟି କରିବା ପାଇଁ ଆତଙ୍କୀ ସଂଗଠନ  ଏହି ଆକ୍ରମଣ […]

official_

Rakesh Mallick
  • Published: Thursday, 30 June 2016
  • , Updated: 30 June 2016, 04:33 PM IST

ପଠାନକୋଟ: ପଞ୍ଜାବର ପଠାନକୋଟ ଏୟାରବେସ  ଉପରେ ଆତଙ୍କବାଦୀମାନେ ଆକାଶମାର୍ଗରୁ ଆକ୍ରମଣ କରିବା ପାଇଁ ଯୋଜନା କରୁଛନ୍ତି। ଏ ସଂପର୍କରେ  ଗୋଇନ୍ଦା  ବିଭାଗରୁ ସୂଚନା ମିଳିବା ପରେ ସମଗ୍ର ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି।

ବାୟୁସେନାର ଜଣେ ଅଧିକାରୀ କହିଛନ୍ତି, “ଆତଙ୍କବାଦୀ ମାନେ ପଠାନକୋଟ ଏୟାରବେସ ଉପରେ ଆକାଶମାର୍ଗରୁ ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି। ଏହାପରେ ସ୍ଥାନୀୟ ଅଞ୍ଚଳରେ  ହାଇଆଲର୍ଟ ଜାରି କରାଯାଇଛି। ଅରାଜକତା ସୃଷ୍ଟି କରିବା ପାଇଁ ଆତଙ୍କୀ ସଂଗଠନ  ଏହି ଆକ୍ରମଣ କରିବାକୁ ଯୋଜନା କରୁଛି।”

ବାୟୁସେନା ଅଧିକାରୀମାନେ ପଠାନକୋଟ ବାସିନ୍ଦାଙ୍କୁ ପାରାମିଟର, ଗ୍ଲାଇଡର୍ସ  ଓ ଡ୍ରୋନର ଛବି ଦେଖାଇ ସର୍ତକ ରହିବା ପାଇଁ କହିଛନ୍ତି।

ଆକାଶରେ ଏପରି କିଛି ଜିନିଷ ଦେଖିଲେ ତୁରନ୍ତ ସୂଚନା ଦେବାକୁ  ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ କୁହାଯାଇଛି।

Related story