ପଠାନକୋଟ ଆକ୍ରମଣ ସନ୍ଦିଗ୍ଧ ସଲୱିନ୍ଦରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

ଚଣ୍ଡୀଗଡ଼: ପଠାନକୋଟ ଏୟାରବେସ୍‌ ଆକ୍ରମଣରେ ସନ୍ଦିଗ୍ଧ ଗୁରୁଦାସପୁରର ପୂର୍ବ ସୁପରିଟେଣ୍ଡେଣ୍ଟ୍‌ ଅଫ୍‌ ପୋଲିସ୍  ସଲୱିନ୍ଦର ସିଂହଙ୍କ ବିରୋଧରେ ଗତ ବୁଧବାର ବଳାତ୍କାର ମାମଲା ରୁଜୁ ହୋଇଛି। ଦୁଇ ବର୍ଷ ତଳେ ବଳାତ୍କାର ପୀଡିତାଙ୍କ ସ୍ୱାମୀ ସଲୱିନ୍ଦରଙ୍କ ବିରୋଧରେ ଏହି ମାମଲା ଦାୟର କରିଥିଲେ। ଆତଙ୍କୀବାଦୀମାନେ  ପଠାନକୋଟ ଆକ୍ରମଣ କରିବା ପୂର୍ବରୁ  ସଲବିନ୍ଦର ସିଂଙ୍କ ଅଫିସ୍‌ ଗାଡି ନେଇ ଫେରାର୍‌ ହୋଇଯାଇଥିଲେ। ଏହାକୁ ନେଇ  ସଲବିନ୍ଦର ବିବାଦ ଘେରକୁ ଆସିଥିଲେ। ଗାଡି ଲୁଟ୍‌ ବେଳେ ସଲୱିନ୍ଦର ତାଙ୍କ ରୋଷେୟା […]

IndiaTv475228_Singh

Rakesh Mallick
  • Published: Friday, 05 August 2016
  • , Updated: 05 August 2016, 05:08 PM IST

ଚଣ୍ଡୀଗଡ଼: ପଠାନକୋଟ ଏୟାରବେସ୍‌ ଆକ୍ରମଣରେ ସନ୍ଦିଗ୍ଧ ଗୁରୁଦାସପୁରର ପୂର୍ବ ସୁପରିଟେଣ୍ଡେଣ୍ଟ୍‌ ଅଫ୍‌ ପୋଲିସ୍  ସଲୱିନ୍ଦର ସିଂହଙ୍କ ବିରୋଧରେ ଗତ ବୁଧବାର ବଳାତ୍କାର ମାମଲା ରୁଜୁ ହୋଇଛି। ଦୁଇ ବର୍ଷ ତଳେ ବଳାତ୍କାର ପୀଡିତାଙ୍କ ସ୍ୱାମୀ ସଲୱିନ୍ଦରଙ୍କ ବିରୋଧରେ ଏହି ମାମଲା ଦାୟର କରିଥିଲେ।

ଆତଙ୍କୀବାଦୀମାନେ  ପଠାନକୋଟ ଆକ୍ରମଣ କରିବା ପୂର୍ବରୁ  ସଲବିନ୍ଦର ସିଂଙ୍କ ଅଫିସ୍‌ ଗାଡି ନେଇ ଫେରାର୍‌ ହୋଇଯାଇଥିଲେ। ଏହାକୁ ନେଇ  ସଲବିନ୍ଦର ବିବାଦ ଘେରକୁ ଆସିଥିଲେ। ଗାଡି ଲୁଟ୍‌ ବେଳେ ସଲୱିନ୍ଦର ତାଙ୍କ ରୋଷେୟା ଓ ଜଣେ ବନ୍ଧୁଙ୍କ ସହ ଥିଲେ। ୪ ଆତଙ୍କବାଦୀ ତାଙ୍କ ଗାଡି ଅଟକାଇ ଆକ୍ରମଣ କରିଥିଲେ ବୋଲି ସେ କହିଥିଲେ।

ଏକ ଗଣମାଧ୍ୟମ ଖବର ଅନୁସାରେ ସଲୱିନ୍ଦରଙ୍କ ବିରୋଧରେ ଭ୍ରଷ୍ଟାଚାର ମାମଲା ମଧ୍ୟ ରୁଜୁ କରାଯାଇଛି।

Related story