ମନ୍ତ୍ରୀ ପବନ ପାଣ୍ଡେଙ୍କୁ ସପାରୁ ୬ ବର୍ଷ ପାଇଁ ବହିଷ୍କାର କଲେ ଶିବପାଲ

ଲକ୍ଷ୍ନୌ: ସମାଜବାଦୀ ପାର୍ଟିରେ ଦେଖାଯାଇଥିବା ଟଣାଓଟରା ସ୍ଥିତି ଶାନ୍ତ ପଡ଼ି ନାହିଁ। ଆଜି ମନ୍ତ୍ରୀ ପବନ ପାଣ୍ଡେଙ୍କୁ ଦଳରୁ ବହିଷ୍କାର କରିଛନ୍ତି ଶିବପାଳ ଯାଦବ। ତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। ଏହା ସହିତ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଚିଠି ଲେଖିଛନ୍ତି। ବିଧାନ ପରିଷଦ ସଦସ୍ୟ ଆଶୁ ପାଣ୍ଡେଙ୍କୁ ପବନ ପାଣ୍ଡେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ପବନ ପାଣ୍ଡେ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ନିକଟତର […]

pawan-pandey

Rakesh Mallick
  • Published: Wednesday, 26 October 2016
  • , Updated: 26 October 2016, 11:56 AM IST

ଲକ୍ଷ୍ନୌ: ସମାଜବାଦୀ ପାର୍ଟିରେ ଦେଖାଯାଇଥିବା ଟଣାଓଟରା ସ୍ଥିତି ଶାନ୍ତ ପଡ଼ି ନାହିଁ। ଆଜି ମନ୍ତ୍ରୀ ପବନ ପାଣ୍ଡେଙ୍କୁ ଦଳରୁ ବହିଷ୍କାର କରିଛନ୍ତି ଶିବପାଳ ଯାଦବ। ତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। ଏହା ସହିତ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଚିଠି ଲେଖିଛନ୍ତି। ବିଧାନ ପରିଷଦ ସଦସ୍ୟ ଆଶୁ ପାଣ୍ଡେଙ୍କୁ ପବନ ପାଣ୍ଡେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

ପବନ ପାଣ୍ଡେ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ନିକଟତର ବ୍ୟକ୍ତି ଭାବେ ଜଣାଶୁଣା।

ମଙ୍ଗଳବାର ସପା ସୁପ୍ରିମୋ ମୁଲାୟମ ସିଂହ ଯାଦବଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଲାଗୁଥିଲା ତାଙ୍କ ପରିବାରରେ ଉଠିଥିବା ଝଡ଼ ଥମିଯାଇଛି। କିନ୍ତୁ ଆଜିର ଘଟଣା ଦାଦା ଶିବପାଲ ଓ ପୁତୁରା ଅଖିଳେଶଙ୍କ ମଧ୍ୟରେ ତୁ ତୁ ମେଁ ମେଁ ସଂପୂର୍ଣ୍ଣ ଶେଷ ହୋଇ ନ ଥିବା ପ୍ରମାଣିତ କରୁଛି।

Related story