ଶ୍ରୀନଗର: ଜମ୍ମୁ କଶ୍ମୀରର ଯୁବକଙ୍କ ପାଖରେ ରୋଜଗାର ନାହିଁ। ହେଲେ ବାହାର ରାଜ୍ୟର ଲୋକଙ୍କୁ ସରକାର ଏଠାରେ ରୋଜଗାର ଦେଉଛନ୍ତି। ତେଣୁ ବାଧ୍ୟ ହୋଇ ଏଠିକାର ଯୁବକ ଅସ୍ତ୍ରଶସ୍ତ୍ର ଧରୁଛନ୍ତି ଏବଂ ବିଭିନ୍ନ ସଂଗଠନରେ ସାମିଲ୍ ହେଉଛନ୍ତି ବୋଲି ସେ କହିଛନ୍ତି। ତେବେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ କ୍ଲିନିଚିଟ୍ ଦେଇଛନ୍ତି ମୁଫତି। ମୋଦି ସରକାର ବାଜପେୟୀଙ୍କ ନୀତିକୁ ଅବଲମ୍ୱନ କରିବା ଦରକାର ବୋଲି ମୁଫତି କହିଛନ୍ତି।
ଧାରା ୩୭୦ ଉଚ୍ଛେଦ କରିବା ଅବସରରେ କେନ୍ଦ୍ରର ମୋଦି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଏଯାଏ ପରିଲିକ୍ଷିତ ହୋଇନି ବରଂ ଓଲଟା ପ୍ରଦର୍ଶନ ହୋଇଛି। ସରକାର କହିଥିଲେ ଧାରା ୩୭୦ ଉଚ୍ଛେଦ ପରେ ବିକାଶ ହେବ, ଆତଙ୍କବାଦର ମୂଳପୋଛ ହେବ। ହେଲେ ଏସବୁ କିଛି ବି ଏଯାବତ ହୋଇନି। ପିଡିପି ନେତା ମେହବୁବା ମୁଫତି ଏଭଳି ମନ୍ତବ୍ୟ ରଖି କେନ୍ଦ୍ର ସରକାରକୁ ଟାର୍ଗେଟ୍ କରିଛନ୍ତି।
ସେ ଦାବି କରିଛନ୍ତି ଯେ ଧାରା ୩୭୦ ହଟାଇବା ପରେ କଶ୍ମୀରରେ ଆତଙ୍କବାଦ ଆହୁରି ବଢ଼ିଛି। ସେହିଭଲି ଚାଇନା ପ୍ରସଙ୍ଗରେ ମେହବୁବା କହିଛନ୍ତି, ଏଯାବତ ୨୦ ଜଣ ଯବାନ ସହିଦ ହୋଇଛନ୍ତି ତଥାପି ଭାରତ ସରକାର ଚାଇନା ସହ କଥାବାର୍ତ୍ତା କରୁଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ମୁଫତି ଦାବି କରିଛନ୍ତି ଯେ ଜମ୍ମୁ କଶ୍ମୀରରେ ୩୭୦ ହଟାଯିବା ପରେ ବିକାଶ ବିଷୟରେ ଆଲୋଚନା ହୋଇଛି, କିନ୍ତୁ ଏହିପରି କିଛି ହୋଇନାହିଁ। ୩୭୦ ପ୍ରତ୍ୟାହାର ପରେ ଜମ୍ମୁ କଶ୍ମୀରରେ ଆତଙ୍କବାଦ ବୃଦ୍ଧି ପାଇଛି ବୋଲି ମୁଫତି ଦାବି କରିଛନ୍ତି। ଧାରା ୩୭୦ ଉଚ୍ଛେଦ କରି ଭାରତ ସରକାର ହିନ୍ଦୁ-ମୁସଲମାନ ଭାଇଚାରାକୁ ନଷ୍ଟ କରିଛନ୍ତି ବୋଲି ମୁଫତି କହିଛନ୍ତି।
ମେହବୁବା ମୁଫତି କହିଛନ୍ତି, 'ଧାରା ୩୭୦ ଜଣେ ମୁସଲମାନ କିମ୍ବା ହିନ୍ଦୁଙ୍କର ପ୍ରଶ୍ନ ନୁହେଁ, କିନ୍ତୁ ମହାରାଜା ହରି ସିଂ ଏହାର ସୁରକ୍ଷା ପାଇଁ ଡୋଗ୍ରା ଆଇଡେଣ୍ଟି ରଖିଥିଲେ। ଆଉ ସମାନ ସର୍ତ୍ତରେ ଏହା ଭାରତରେ ମିଶିଥିଲା। ଧାରା ୩୭୦ ହଟାଇ ସରକାର ବାବା ସାହେବ ଆମ୍ବେଦକରଙ୍କ ସ୍ୱମିଧାନକୁ ଅସମ୍ମାନୀତ କରିଛନ୍ତି।
ମୁଫତି କହିଛନ୍ତି, 'ନାଗାଲାଣ୍ଡର ଲୋକମାନେ କୁହନ୍ତି ଯେ ଆମେ ସମ୍ବିଧାନରେ ବିଶ୍ୱାସ କରୁନାହୁଁ, ଆମେ ଏହି ଦେଶରେ ବିଶ୍ୱାସ କରୁନାହୁଁ। କିନ୍ତୁ ସରକାର କେବେ ସେମାନଙ୍କ ବିଷୟରେ ଆଲୋଚନା କରନ୍ତିନି'। ସେ ଦାବି କରିଛନ୍ତି ତାଙ୍କୁ ଜମ୍ମୁ କଶ୍ମୀରର ପତାକା ଉଡାଇବାକୁ ଅନୁମତି ଦେବା ସହିତ ଧାରା ୩୭୦ ପୁଣି ଥରେ ଲାଗୁ କରାଯାଉ ବୋଲି ମୁଫତି ଦାବି କରିଛନ୍ତି।