୩ କୋଟି ଛୋଟ ଏବଂ ଉଠା ଦୋକାନୀଙ୍କୁ ମିଳିବ ପେନସନ

ନୂଆଦିଲ୍ଲୀ: ମୋଦି ୨ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିଛନ୍ତି। ବଜେଟ ବ୍ୟବସ୍ଥା ଅନୁଯାୟୀ, ଏଣିକି ୩ କୋଟି ଛୋଟ ଓ ଉଠା ଦୋକାନୀଙ୍କୁ ପେନସନ ମିଳିବ। ଯେଉଁ ଛୋଟ ଓ ଉଠା ଦୋକାନୀମାନେ ବାର୍ଷିକ ୧.୫ କୋଟିରୁ କମ୍‌ କାରବାର କରୁଥିବେ ସେମାନଙ୍କୁ ପ୍ରଧାନମନ୍ତ୍ରୀ କର୍ମଯୋଗୀ ମାନଧନ ଯୋଜନାରେ ଏଭଳି ପେନସନ ଯୋଗାଇ ଦିଆଯିବ। ସେହିପରି ଏମଏସ୍‌ଏମ୍‌ଏଇ ପାଇଁ ୧ କୋଟି ଟଙ୍କାର ଋଣ ମାତ୍ର ୫୯ […]

a

Hemant Lenka
  • Published: Friday, 05 July 2019
  • , Updated: 05 July 2019, 11:53 AM IST

ନୂଆଦିଲ୍ଲୀ: ମୋଦି ୨ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିଛନ୍ତି। ବଜେଟ ବ୍ୟବସ୍ଥା ଅନୁଯାୟୀ, ଏଣିକି ୩ କୋଟି ଛୋଟ ଓ ଉଠା ଦୋକାନୀଙ୍କୁ ପେନସନ ମିଳିବ।

ଯେଉଁ ଛୋଟ ଓ ଉଠା ଦୋକାନୀମାନେ ବାର୍ଷିକ ୧.୫ କୋଟିରୁ କମ୍‌ କାରବାର କରୁଥିବେ ସେମାନଙ୍କୁ ପ୍ରଧାନମନ୍ତ୍ରୀ କର୍ମଯୋଗୀ ମାନଧନ ଯୋଜନାରେ ଏଭଳି ପେନସନ ଯୋଗାଇ ଦିଆଯିବ। ସେହିପରି ଏମଏସ୍‌ଏମ୍‌ଏଇ ପାଇଁ ୧ କୋଟି ଟଙ୍କାର ଋଣ ମାତ୍ର ୫୯ ମିନିଟରେ ମଞ୍ଜୁର କରାଯିବ।

ଏହାବାଦ୍‌ ଗଙ୍ଗା ନଦୀରେ ଜଳ ମାର୍ଗ ବିକାଶ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରେଲୱେର ବିକାଶ ପାଇଁ ପବ୍ଲିକ-ପ୍ରାଇଭେଟ୍ ପାର୍ଟନରଶିପ୍ ବ୍ୟବସ୍ଥା ହେଉଛି।

Related story