Advertisment

ଗ୍ୟାସ୍‌ ଲିକ୍‌ର ସୂଚନା ଦେଲା କୁକୁର, ଟଳିଗଲା ବଡ଼ଧରଣର ବିସ୍ଫୋରଣ

ନ୍ୟୁୟର୍କ: ନ୍ୟୁୟର୍କର ଏକ ପୋଷା ପିଟ୍‌ ବୁଲ୍‌ କୁକୁର ପାଇଁ ଗୋଟିଏ ପରିବାରର ଜୀବନ ବଞ୍ଚି ଯାଇଛି। ୧୧ ବର୍ଷର ଏହି କୁକୁର ଅସମ୍ଭବ କାମ କରି ଦେଖାଇଛି। ସିଡି ନାମକ ଏହି କୁକୁର ଘରେ ଗ୍ୟାସ୍‌ ଲିକ୍‌ ହେଉଥିବାର ସୂଚନା ପୁଲିସ୍‌କୁ ଦେଇଥିଲା। ଫଳରେ ଠିକ୍‌ ସମୟରେ ଏକ ବଡ଼ ଧରଣର ଦୁର୍ଘଟଣାକୁ ରୋକାଯାଇ ପାରିଲା। ପୁଲିସ୍‌ ସୂଚନା ଅନୁସାରେ, ମାଲିକଙ୍କ ସହ ସିଡି ନ୍ୟୁୟର୍କର ତୁକାହୋରେ ରହେ। ଘରର ବେସ୍‌ମେଣ୍ଟରେ ଗ୍ୟାସ୍‌ ଲିକ୍‌ ହେଉଥିବା […]

ଗ୍ୟାସ୍‌ ଲିକ୍‌ର ସୂଚନା ଦେଲା କୁକୁର, ଟଳିଗଲା ବଡ଼ଧରଣର ବିସ୍ଫୋରଣ

pit-bull

Advertisment

ନ୍ୟୁୟର୍କ: ନ୍ୟୁୟର୍କର ଏକ ପୋଷା ପିଟ୍‌ ବୁଲ୍‌ କୁକୁର ପାଇଁ ଗୋଟିଏ ପରିବାରର ଜୀବନ ବଞ୍ଚି ଯାଇଛି। ୧୧ ବର୍ଷର ଏହି କୁକୁର ଅସମ୍ଭବ କାମ କରି ଦେଖାଇଛି। ସିଡି ନାମକ ଏହି କୁକୁର ଘରେ ଗ୍ୟାସ୍‌ ଲିକ୍‌ ହେଉଥିବାର ସୂଚନା ପୁଲିସ୍‌କୁ ଦେଇଥିଲା। ଫଳରେ ଠିକ୍‌ ସମୟରେ ଏକ ବଡ଼ ଧରଣର ଦୁର୍ଘଟଣାକୁ ରୋକାଯାଇ ପାରିଲା।

Advertisment

ପୁଲିସ୍‌ ସୂଚନା ଅନୁସାରେ, ମାଲିକଙ୍କ ସହ ସିଡି ନ୍ୟୁୟର୍କର ତୁକାହୋରେ ରହେ। ଘରର ବେସ୍‌ମେଣ୍ଟରେ ଗ୍ୟାସ୍‌ ଲିକ୍‌ ହେଉଥିବା ସିଡି ଶୁଙ୍ଘି ଜାଣିପାରି ଥିଲା। ଏହାପରେ ତୁକାହୋ ପୁଲିସ୍‌ ପାଖକୁ ଏକ କଲ୍‌ ଆସିଥିଲା। ଗତ ବୁଧବାର ଅପରାହ୍ଣ ୩ଟା ୪୫ ମିନିରେ ଆସିଥିବା ଏହି କଲ୍‌ରେ ଏକ କୁକୁର ଭୁକୁ ଥିବା ଶୁଣିବା ପରେ ଏହାକୁ ଟ୍ରାକ୍‌ କରି ପୁଲିସ୍‌ ଠିକଣାରେ ପହଞ୍ଚି ଥିଲା। ପୁଲିସ୍‌ ଟିମ୍‌ ସେଠାରେ ପହଞ୍ଚିବା ପରେ ଦେଖିବାକୁ ପାଇଥିଲେ ଯେ ଘରର ପଛପଟ କବାଟ ସାମାନ୍ୟ ଖୋଲା ରହିଛି। ଅଫିସରମାନେ ଉକ୍ତ କବାଟ ଦେଇ ଘରେ ପଶିବା ବେଳେ ଗ୍ୟାସ୍‌ର ବାସ୍ନା ପାଇଥିଲେ। ଏହାପରେ ଇଷ୍ଟଚେଷ୍ଟର ଅଗ୍ନିଶମ ବିଭାଗ ସହାୟତାରେ ବେସ୍‌ମେଣ୍ଟରୁ ଗ୍ୟାସ୍‌ ଲିକ୍‌ ହେଉଥିବା ଜାଣିବାକୁ ପାଇଥିଲେ। ପରେ ଏହାକୁ ଠିକ୍‌ କରାଯାଇଥିଲା।

ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି, “କୁକୁରଟି ଏକ ବଡ଼ ଧରଣର ବିସ୍ଫୋରଣରୁ ଘରକୁ ବଞ୍ଚାଇବା ସହ ପରିବାର ଲୋକଙ୍କ ଜୀବନ ବଞ୍ଚାଇ ଦେଲା।” ଏନେଇ ଉକ୍ତ ଅଧିକାରୀ ଫେସ୍‌ବୁକ୍‌ରେ ପୋଷ୍ଟ କରି ସିଡିର ବାହାଦୂରୀକୁ ବର୍ଣ୍ଣନା କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି, “ସିଡି ଶୁଙ୍ଘି କି ବିପଦକୁ ଜାଣିବା ଓ ସହାୟତା ନେଇ ଏହାର ସମାଧାନ କରିବା ଭଲି ବଡ଼ କାମ କରିଛ। ଯଦି ଆମକୁ କେବେ ‘K9’ ବା ପୁଲିସ କୁକୁରର ଆବଶ୍ୟକତା ପଡ଼େ, ତେବେ ତାଲିକାର ସବା ଉପରେ ତୁମ ନାଁ ରଖିବୁ।”

Advertisment

ଏହି ପୋଷ୍ଟଟି ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ଏହା ୧୦୦ରୁ ଅଧିକ କମେଣ୍ଟ ଓ ହଜାରେରୁ ଅଧିଲାଇକ୍‌ ପାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe