ଝିଅଙ୍କ ବିବାହ ପାଇଁ ନ୍ୟୂନତମ ବୟସ ୨୧ ହେଉ, ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ଝିଅଙ୍କ ବିବାହ ବୟସର ନ୍ୟୂନତମ ସମୟ ସୀମା ୧୮ ପରିବର୍ତ୍ତେ ୨୧ ହେଉ। ଆଜି ସୁପ୍ରିମକୋର୍ଟରେ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ଏଭଳି ଏକ ଆବେଦନ କରିଛନ୍ତି। ଆବେଦନରେ ସେ ଭାରତ ସରକାରକୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି। ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ବାହାଘରକୁ ନେଇ ଝିଅଙ୍କ ବୟସ ସୀମା ୧୮ ରହିଥିବା ବେଳେ ପୁଅଙ୍କର ୨୧ ରହିଛି। ଏହା ପୁଅ ଏବଂ ଝିଅଙ୍କ ମଧ୍ୟରେ ଥିବା ସମାନତା, ସ୍ୱତନ୍ତ୍ରତା ଏବଂ ଗରିମାର ଉଲ୍ଲଂଘନ କରୁଛି […]

supremecourt

Subhransu Sekhar
  • Published: Wednesday, 14 August 2019
  • , Updated: 14 August 2019, 03:14 PM IST

ନୂଆଦିଲ୍ଲୀ: ଝିଅଙ୍କ ବିବାହ ବୟସର ନ୍ୟୂନତମ ସମୟ ସୀମା ୧୮ ପରିବର୍ତ୍ତେ ୨୧ ହେଉ। ଆଜି ସୁପ୍ରିମକୋର୍ଟରେ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ଏଭଳି ଏକ ଆବେଦନ କରିଛନ୍ତି। ଆବେଦନରେ ସେ ଭାରତ ସରକାରକୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି।

ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ବାହାଘରକୁ ନେଇ ଝିଅଙ୍କ ବୟସ ସୀମା ୧୮ ରହିଥିବା ବେଳେ ପୁଅଙ୍କର ୨୧ ରହିଛି। ଏହା ପୁଅ ଏବଂ ଝିଅଙ୍କ ମଧ୍ୟରେ ଥିବା ସମାନତା, ସ୍ୱତନ୍ତ୍ରତା ଏବଂ ଗରିମାର ଉଲ୍ଲଂଘନ କରୁଛି ବୋଲି ସେ ଆବେଦନରେ ଦର୍ଶାଇଛନ୍ତି। ଏହା ସମ୍ବିଧାନର ଧାରା ୧୪, ୧୫ ଏବଂ ୨୧ର ଉଲ୍ଲଂଘନ କରୁଛି।

ସେ ଆହୁରି କହିଛନ୍ତି ଜଣେ ପୁଅ ଓ ଝିଅ ମଧ୍ୟରେ ବିବାହ ପାଇଁ ନ୍ୟୂନତମ ବୟସ ସୀମା ସରକାର ଯାହା ରଖିଛନ୍ତି ତାହା ଝିଅଙ୍କୁ ଆତ୍ମନିର୍ଭରଶୀଳ କରିବାରେ ବାଧକ ସାଜୁଛି। ବିନା କୌଣସି ବିଶେଷଜ୍ଞଙ୍କ ପରାମର୍ଶରେ ବିବାହ ପାଇଁ ଏଭଳି ବୟସସୀମା ଧାର୍ଯ୍ୟ କରାଯାଇଛି ବୋଲି ସେ ଯୁକ୍ତି ବାଢ଼ିଛନ୍ତି।

Related story