ପିଓକେ-ଗିଲ୍‌ଗିଟ୍‌ ଦଖଲ ପାଇଁ ସୁପ୍ରିମ୍‌କୋର୍ଟରେ ଉଦ୍ଭଟ ଆବେଦନ

ନୂଆଦିଲ୍ଲୀ: ସୋମବାର ସୁପ୍ରିମ୍‌କୋର୍ଟ ଏଭଳି ଏକ ଆବେଦନକୁ ତାଚ୍ଛଲ୍ୟପୂର୍ଣ୍ଣ ଢଙ୍ଗରେ ଖାରଜ କରିଛନ୍ତି, ଯେଉଁଥିରେ କୁହାଯାଇଥିଲା, ଭାରତ ସରକାର ପାକିସ୍ତାନ ଅଧିକୃତ କଶ୍ମୀର ଏବଂ ଗିଲଗିଟ୍‌-ବଲୁଚିସ୍ତାନ ଦଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦିଆଯାଉ। ଦେଶର ଗୁଇନ୍ଦା ସଂସ୍ଥା ‘ର’ର ଜଣେ ପୂର୍ବତନ ଅଧିକାରୀ ଆରକେ ଯାଦବ ଏହି ଆବେଦନ କରିଥିଲେ। ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଆରକେଙ୍କ ଏହି ଆବେଦନକୁ ଖାରଜ କରିଛନ୍ତି। ଯାଦବ ଆବେଦନ କରିଥିଲେ ପିଓକେ […]

supreme-court

Subrat Kumar Nayak
  • Published: Monday, 01 July 2019
  • , Updated: 01 July 2019, 06:44 PM IST

ନୂଆଦିଲ୍ଲୀ: ସୋମବାର ସୁପ୍ରିମ୍‌କୋର୍ଟ ଏଭଳି ଏକ ଆବେଦନକୁ ତାଚ୍ଛଲ୍ୟପୂର୍ଣ୍ଣ ଢଙ୍ଗରେ ଖାରଜ କରିଛନ୍ତି, ଯେଉଁଥିରେ କୁହାଯାଇଥିଲା, ଭାରତ ସରକାର ପାକିସ୍ତାନ ଅଧିକୃତ କଶ୍ମୀର ଏବଂ ଗିଲଗିଟ୍‌-ବଲୁଚିସ୍ତାନ ଦଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦିଆଯାଉ। ଦେଶର ଗୁଇନ୍ଦା ସଂସ୍ଥା 'ର’ର ଜଣେ ପୂର୍ବତନ ଅଧିକାରୀ ଆରକେ ଯାଦବ ଏହି ଆବେଦନ କରିଥିଲେ।

ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଆରକେଙ୍କ ଏହି ଆବେଦନକୁ ଖାରଜ କରିଛନ୍ତି। ଯାଦବ ଆବେଦନ କରିଥିଲେ ପିଓକେ ଏବଂ ଗିଲଗିଟ୍‌-ବଲୁଚିସ୍ତାନ ଅଞ୍ଚଳର ୨୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଦଖଲ କରାଯାଇ ସେଠାରେ ନିର୍ବାଚନ କରାଯାଉ।

ପ୍ରଧାନ ବିଚାରପତି ଏହି ଆବେଦନ ବାବଦରେ କହିଥିଲେ, ଏହାକୁ ପ୍ରଥମ ଦେଖାରେ ହିଁ ଖାରଜ କରାଯାଉଛି। ନ୍ୟାୟପାଳିକା ପାଖକୁ ଆପଣ ଏମିତି ଗୋଟେ ଆବେଦନ ନେଇକି ଆସିଛନ୍ତି ଯେଉଁଥିରେ ନ୍ୟାୟପାଳିକା ହସ୍ତକ୍ଷେପ କରିପାରିବନି। ଆମେ ଏମିତି ନିର୍ଦ୍ଦେଶ ଦେଇପାରିବୁନି।

ଏଭଳି ଉଦ୍ଭଟ ଆବେଦନ ଆଣିଥିବାରୁ ଆରକେ ଯାଦବଙ୍କୁ ୨୦ ହଜାର ଟଙ୍କାର ଜୋରିମାନା ଦେବାକୁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Related story