କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ପ୍ରଥମେ କରୋନା ପ୍ରଭାବ ଓ ତା’ପରେ ସାଉଦି ଆରବ ଅଶୋଧିତ ତେଲର ଦାମ କମାଇବା ପରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି। ଯାହାର ଲାଭ ଏବେ ଭାରତୀୟ ଉପଭୋକ୍ତାଙ୍କୁ ମିଳିଛି। ବୁଧବାର ପେଟ୍ରୋଲ ଲିଟର ପିଛା ଦର ୨.୬୯ ପଇସା କମିଥିବା ବେଳେ ଡିଜେଲ୍ ଦର ୨.୩୩ ପଇସା ହ୍ରାସ ପାଇଛି। ଫଳରେ ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା ଦାମ୍‌ ୭୦ ଟଙ୍କା ୨୦ ପଇସା ରହିଥିବା ବେଳେ ଡିଜେଲ୍ ଦାମ୍ […]

petrol disel price

petrol disel price

Subhransu Sekhar
  • Published: Wednesday, 11 March 2020
  • Updated: 11 March 2020, 12:17 PM IST

ନୂଆଦିଲ୍ଲୀ: ପ୍ରଥମେ କରୋନା ପ୍ରଭାବ ଓ ତା’ପରେ ସାଉଦି ଆରବ ଅଶୋଧିତ ତେଲର ଦାମ କମାଇବା ପରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି। ଯାହାର ଲାଭ ଏବେ ଭାରତୀୟ ଉପଭୋକ୍ତାଙ୍କୁ ମିଳିଛି। ବୁଧବାର ପେଟ୍ରୋଲ ଲିଟର ପିଛା ଦର ୨.୬୯ ପଇସା କମିଥିବା ବେଳେ ଡିଜେଲ୍ ଦର ୨.୩୩ ପଇସା ହ୍ରାସ ପାଇଛି। ଫଳରେ ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା ଦାମ୍‌ ୭୦ ଟଙ୍କା ୨୦ ପଇସା ରହିଥିବା ବେଳେ ଡିଜେଲ୍ ଦାମ୍ ୬୩ ଟଙ୍କା ୦୧ ପଇସା ରହିଛି।

ଅଶୋଧିତ ତେଲର ଦାମକୁ ନେଇ ଋଷ ଓ ସାଉଦି ଆରବ ମୁଲଚାଲ କରିବା ଆରମ୍ଭ କରିଛନ୍ତି। କିଲର କରୋନା ଭାଇରସକୁ ନେଇ ବିଶ୍ୱବ୍ୟାପୀ ମାନ୍ଦାବସ୍ଥା ଆଡ଼କୁ ମୁହାଁଉଛି। ଯାହାର ପ୍ରଭାବ ତେଲ ବଜାର ଉପରେ ମଧ୍ୟ ପଡ଼ିଛି। ଏହାପରେ ଚଳିତ ସପ୍ତାହର ଆରମ୍ଭରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ ୩୧% ହ୍ରାସ ପାଇଛି। ଏହାର କାରଣ ସାଉଦି ଆରବ ଅଶୋଧିତ ତେଲର ଦାମ କମାଇବା। ଋଷ ଉପରେ 'ପ୍ରତିଶୋଧ' ନେଇ ସାଉଦି ଆରବ ଏହି ମୂଲ୍ୟ ହ୍ରାସ କରିଛି। କାରଣ ଋଷ ତେଲ ଉତ୍ପାଦନ ହ୍ରାସ କରିବାକୁ ରାଜି ନଥିଲା। କରୋନା ପାଇଁ ଅନେକ ସ୍ଥାନରେ ଆମଦାନୀ ଓ ରପ୍ତାନୀ ବନ୍ଦ ରହିଥିବାରୁ ତେଲ ଉତ୍ପାଦନକୁ କମାଇବାକୁ ଋଷକୁ କୁହାଯାଇଥିଲା। ଯାହାକୁ ଋଷ ଗ୍ରହଣ କରି ନଥିବା ବେଳେ ସାଉଦି ଆରବ ଦାମ ପାଖରୁ ଆରମ୍ଭ କରି ସମସ୍ତ ପ୍ରକାର ସର୍ତ୍ତ ପାଇଁ ରାଜି ହେଉଥିବା ଦେଖିବାକୁ ମିଳିଛି।

ମାର୍ଚ୍ଚ ଆରମ୍ଭରୁ ୧୦ ଦିନ ମଧ୍ୟରେ ପେଟ୍ରୋଲ ଦର ୧ଟଙ୍କା ୬୦ ପଇସା କମିଥିବା ବେଳେ ଡିଜେଲ ଦାମ ୧ ଟଙ୍କା ୫୦ ପଇସା ହ୍ରାସ ପାଇଛି। ସେହିପରି ୨୦୨୦ ଆରମ୍ଭରୁ ଏଯାବତ ତିନି ମାସ ୧୦ ଦିନ ମଧ୍ୟରେ ପେଟ୍ରୋଲ ଦାମ ୫ ଟଙ୍କା ହ୍ରାସ ପାଇଛି।

ଭାରତର ବର୍ତ୍ତମାନ ଅଶୋଧିତ ତେଲର ଦାମ୍‌ ବ୍ୟାରେଲ (୧୫୯ ଲିଟର) ପିଛା ୪୭.୯୨ ଡଲାର ରହିଛି। ଡିସେମ୍ବର ୨୦୧୯ ରେ ଅଶୋଧିତ ତେଲ ବ୍ୟାରେଲ ପିଛା ହାରାହାରି ୬୫.୫୨ ଡଲାର ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story