ପୁଣି କମିଲା ପେଟ୍ରୋଲ ଓ ଡିଜେଲ୍ ଦର

ନୂଆଦିଲ୍ଲୀ: ଢେର ଦିନ ଧରି ଉଚ୍ଚା ରହିବା ପରେ ପେଟ୍ରୋଲ ଓ ଡିଜେଲ୍ ଦର ଗତ ତିନି ଦିନ ଧରି ହ୍ରାସ ପାଇବାରେ ଲାଗିଛି। ଆଜି ପେଟ୍ରୋଲ ଲିଟର ପିଛା ଦର ୧୩ ଓ ଡିଜେଲ ୧୨ ପଇସା କମିଛି। ପରବର୍ତ୍ତିତ ଦର ଅନୁସାରେ, ଭୁବନେଶ୍ୱରରେ ଏବେ ପେଟ୍ରୋଲ ଲିଟର ୮୨ ଟଙ୍କା ୪୧ ଓ ଡିଜେଲ ଲିଟର ୭୯ ଟଙ୍କା ୩୫ ପଇସା ହୋଇଛି। ସେହିପରି ଦିଲ୍ଲୀରେ ପେଟ୍ରୋଲ ଲିଟର ୮୧ ଟଙ୍କା ୮୬ ଓ […]

Petrol

Subrat Kumar Nayak
  • Published: Saturday, 12 September 2020
  • , Updated: 12 September 2020, 04:05 PM IST

ନୂଆଦିଲ୍ଲୀ: ଢେର ଦିନ ଧରି ଉଚ୍ଚା ରହିବା ପରେ ପେଟ୍ରୋଲ ଓ ଡିଜେଲ୍ ଦର ଗତ ତିନି ଦିନ ଧରି ହ୍ରାସ ପାଇବାରେ ଲାଗିଛି। ଆଜି ପେଟ୍ରୋଲ ଲିଟର ପିଛା ଦର ୧୩ ଓ ଡିଜେଲ ୧୨ ପଇସା କମିଛି।

ପରବର୍ତ୍ତିତ ଦର ଅନୁସାରେ, ଭୁବନେଶ୍ୱରରେ ଏବେ ପେଟ୍ରୋଲ ଲିଟର ୮୨ ଟଙ୍କା ୪୧ ଓ ଡିଜେଲ ଲିଟର ୭୯ ଟଙ୍କା ୩୫ ପଇସା ହୋଇଛି। ସେହିପରି ଦିଲ୍ଲୀରେ ପେଟ୍ରୋଲ ଲିଟର ୮୧ ଟଙ୍କା ୮୬ ଓ ଡିଜେଲ ଲିଟର ୭୨ ଟଙ୍କା ୯୩ ପଇସା ହୋଇଛି। ଅନ୍ତର୍ଜାତୀୟ ବଜାରରେ କିଛି ଦିନ ଧରି ଅଶୋଧିତ ତେଲ ଦର ହ୍ରାସ ପାଇଥିବାରୁ ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟ ସ୍ଥିର ରହିଥିବା ଯୋଗୁ ଦେଶରେ ତେଲଦର କମୁଥିବା କୁହାଯାଉଛି ।

Related story