ଜିଏସଟି ପରିସରଭୁକ୍ତ ହେଲେ ପେଟ୍ରୋଲ ଲିଟର ୭୦ରୁ ୩୮ ଟଙ୍କାକୁ ଖସିବ: ହିସାବ ଏମିତି

ନୂଆଦିଲ୍ଲୀ: ତୈଳଦରକୁ ନେଇ ଏବେ ସାରା ଦେଶରେ ତୀବ୍ର ଅସନ୍ତୋଷ ।  ତେଲ ଦରରେ ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁ  ଖାଉଟିଙ୍କ ମଧ୍ୟରେ ନାହିଁ ନ ଥିବା ଅସନ୍ତୋଷ ତେଜିବାରେ ଲାଗିଛି। ୨୦୧୪ରେ ପ୍ରଥମ ଥର ଲାଗି  ଲିଟର ପ୍ରତି ୭୦ ଟଙ୍କା ଛୁଇଁଥିବା କୁହାଯାଉଛି। ଏଭଳି ଜନଅସନ୍ତୋଷକୁ ଦେଖି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରସ୍ତାବ ଦେଇଛନ୍ତି। ନୂତନ ପ୍ରସ୍ତାବ ଅନୁଯାୟୀ ଯଦି ପେଟ୍ରୋଲିୟମ ପ୍ରଡକ୍ଟ ଗୁଡ଼ିକୁ ଜିଏସଟି(ଦ୍ରବ୍ୟ ଓ ସେବା କର) […]

Rakesh Mallick
  • Published: Saturday, 16 September 2017
  • Updated: 17 September 2017, 05:08 PM IST

Sports

Latest News

ନୂଆଦିଲ୍ଲୀ: ତୈଳଦରକୁ ନେଇ ଏବେ ସାରା ଦେଶରେ ତୀବ୍ର ଅସନ୍ତୋଷ ।  ତେଲ ଦରରେ ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁ  ଖାଉଟିଙ୍କ ମଧ୍ୟରେ ନାହିଁ ନ ଥିବା ଅସନ୍ତୋଷ ତେଜିବାରେ ଲାଗିଛି। ୨୦୧୪ରେ ପ୍ରଥମ ଥର ଲାଗି  ଲିଟର ପ୍ରତି ୭୦ ଟଙ୍କା ଛୁଇଁଥିବା କୁହାଯାଉଛି। ଏଭଳି ଜନଅସନ୍ତୋଷକୁ ଦେଖି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରସ୍ତାବ ଦେଇଛନ୍ତି। ନୂତନ ପ୍ରସ୍ତାବ ଅନୁଯାୟୀ ଯଦି ପେଟ୍ରୋଲିୟମ ପ୍ରଡକ୍ଟ ଗୁଡ଼ିକୁ ଜିଏସଟି(ଦ୍ରବ୍ୟ ଓ ସେବା କର) ପରିସରଭୁକ୍ତ କରାଯାଏ ତେବେ ଦର କମିବା ନିଶ୍ଚିତ।  ଅର୍ଥାତ ତୈଳ ଉପରେ ଜିଏସଟି ଲାଗୁ ହେଲେ ତେଲ ଦର ହ୍ରାସ ପାଇବ।  ମୁମ୍ବାଇରେ ଏବେ ପେଟ୍ରୋଲ ଲିଟର ପ୍ରତି ୮୦ ଟଙ୍କା ଥିବା ବେଳେ ଦିଲ୍ଲୀରେ ୭୦ ଟଙ୍କା ରହିଛି।  ସେହିପରି ଭୁବନେଶ୍ୱରରେ  ଶନିବାର ପେଟ୍ରୋଲ ଲିଟର ପ୍ରତି ଦର ୬୯.୩୫ ଟଙ୍କା ରହିଛି।  ତେବେ ହିସାବ କହୁଛି ଯଦି ପେଟ୍ରୋଲ (ଲିଟର ପ୍ରତି ୭୦ ଟଙ୍କା)ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ ହୁଏ ଲିଟର ପ୍ରତି ୩୮.୧୦ ଟଙ୍କାକୁ ଖସିଆସିବ। ଯଦିପୂର୍ବ ସୂଚୀକୁ ଅନୁଧ୍ୟାନ କରାଯାଏ ୨୦୧୪ରେ ପେଟ୍ରୋଲ ଲିଟର ପ୍ରତି ୭୦ ଟଙ୍କାରେ ପହଞ୍ଚି ଥିଲା। ସେତେବଳେ ପେଟ୍ରୋଲ ବ୍ୟାରେଲ ପିଛା ୯୮ ଡଲାର ଥିଲା। ହେଲେ ଏବେ ୫୦ ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା ୫୦ ଡଲାରରେ ପହଞ୍ଚି ଥିବା ବେଳେ ତେଲ ଦର ଲିଟର ପ୍ରତି ୭୦ ଟଙ୍କାରେ ପହଞ୍ଚିଲାଣି।  ଗୋଟିଏ ପଟେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଶସ୍ତା ହେଉଥିବା ବେଳେ ତେଲ ଦର ମହଙ୍ଗା ହେବାରେ ଲାଗିଛି।

ଦିଲ୍ଲୀରେ ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ  ଅଶୋଧିତ ତୈଳକୁ ବିଶୋଧନ ପାଇଁ ମୋଟ ଖର୍ଚ୍ଚ ହେବା ପରେ ତେଲ ଲିଟର ପ୍ରତି ୨୬.୬୫ ଟଙ୍କା ରହୁଛି । ଡିଲରମାନେ ଏହାକୁ ଲିଟର ପ୍ରତି ୩୦.୭୦ ଟଙ୍କାରେ କିଣୁଛନ୍ତି। ହେଲେ ଉପଭୋକ୍ତାମାନେ ଏହାକୁ ୭୦.୩୯ଟଙ୍କାରେ କିଣୁଛନ୍ତି।  ଅର୍ଥାତ ୧ ଲିଟର ତେଲ ଉପରେ ସିଧାସଳଖ ୩୯.୪୧ ଟଙ୍କା ଟ୍ୟାକ୍ସ ଲାଗୁ ହେଉଛି।  ପେଟ୍ରୋଲ ଏବଂ ଡିଜେଲ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଭାଟ ଲାଗୁ  କରୁଛନ୍ତି। ହେଲେ କେନ୍ଦ୍ରୀୟ ଟିକସ ସର୍ବାଧିକ ରହୁଛି। ୨୦୧୪ ନଭେମ୍ବର ପରଠାରୁ କେନ୍ଦ୍ର ସରକାର  ପେଟ୍ରୋଲ ଉପରେ  ୫୪ ପ୍ରତିଶତ ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି। ଯାହା ହାରାହାରି ୪୬ ପ୍ରତିଶତ ରହିଆସିଛି। ସେହିପରି ଡିଲରମାନଙ୍କର କମିଶନ ବୃଦ୍ଧି ହୋଇ ୭୩ ପ୍ରତିଶତ ଛୁଇଁଛି। ୨୦୧୪ ପରଠାରୁ ପେଟ୍ରୋଲ ଏବଂ  ଡିଜେଲ ଉପରେ କେନ୍ଦ୍ର ସରକାର ୧୨ ଥର ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି।

ସେହିପରି ରାଜ୍ୟ ସରକାର ମଧ୍ୟ ଭାଟ ବଢାଇଛନ୍ତି । ଡିଜେଲ କ୍ଷେତ୍ରରେ ୧୫୪ ପ୍ରତିଶତ ବୃଦ୍ଧି ହୋଇଛି। ଏହାରି ମଧ୍ୟରେ ଭାଟ ୪୮ ପ୍ରତିଶତ ଥିବା ବେଳେ ଡିଲରଙ୍କ କମିଶନ ୭୩ ପ୍ରତିଶତ ରହିଛି। ମୋଟାମୋଟିଭାବେ  ୨୦୧୪-୧୫ରେ ପେଟ୍ରୋଲିୟମ ପ୍ରଡକ୍ଟ ଉପରେ ୩.୩୨ ଲକ୍ଷ କୋଟି ଟଙ୍କା କେନ୍ଦ୍ର ସରକାର ଟିକସ ପାଇଥିବା ବେଳେ ୨୦୧୬-୧୭ରେ ଏହାର ପରିମାଣ ବୃଦ୍ଧି ୫.୨୪ ଲକ୍ଷ କୋଟିରେ  ପହଞ୍ଚିଛି ।  ସେପଟେ ପେଟ୍ରୋଲ ପ୍ରଡକ୍ଟକୁ ସରକାର ଜିଏସଟି ମୁକ୍ତ କରିଛନ୍ତି। ଜିଏସଟି ଲାଗୁ ହେଲେ ଟ୍ୟାକ୍ସରେ ସରଳୀକରଣ ଏବଂ  ଉପଭୋକ୍ତାଙ୍କୁ ଏହା ବେଶ ସହାୟକ ହେବ ବୋଲି ସରକାର କହିଥିଲେ।  କିନ୍ତୁ ପେଟ୍ରୋଲ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେଲାନି। ପୂର୍ବପରି ସରକାର ସେମାନଙ୍କ ହିସାବରେ ଟ୍ୟାକ୍ସ ନେବା ଜାରି  ରଖିଲେ। ଫଳରେ ତେଲ ଦର ହ୍ରାସ ହେଲାନି।  ଦ୍ରବ୍ୟ ଏବଂ ସେବା ଉପରେ ଜିଏସଟିକୁ ନେଇ ସରକାର ୫ଟି ସ୍ଲାବ ଧାର୍ଯ୍ୟ କରିଚନ୍ତି।  ସେଗୁଡ଼ିକ ହେଲା ୦, ୫,୧୨, ୧୮ ଏବଂ ସର୍ବାଧିକ ୨୮ ପ୍ରତିଶତ ।

ଯଦି ସରକାର ପେଟ୍ରୋଲ ଉପରେ ଜିଏସଟି ଲାଗୁ କରନ୍ତି ତେବେ ସର୍ବନିମ୍ନ ୧୨ ପ୍ରତିଶତ ତଳକୁ  ସରକାର ଖସିବେ ନାହିଁ। କାରଣ ସରକାର କ୍ଷତି ସହିବେ ନାହିଁ। ସେହି ଅନୁଯାୟୀ ପେଟ୍ରୋଲ ଲିଟର ଉପରେ ଯଦି ୧୨ ପ୍ରତିଶତ ଜିଏସଟି ଲାଗୁ ହୁଏ ତେବେ ତେଲ ଦର ଲିଟର ପ୍ରତି ୩୮ ଟଙ୍କାକୁ ଖସିଆସିବ।  ୧୮ ପ୍ରତିଶତ ଲାଗୁ ହେଲେ  ପେଟ୍ରୋଲ ଲିଟର ୪୦.୦୫ ଟଙ୍କାକୁ ଖସିଆସିବ।  ଯଦି ସର୍ବାଧିକ ୨୮ ପ୍ରତିଶତ ଜିଏସଟି ଲାଗୁ  ହୁଏ ପେଟ୍ରୋଲ ଲିଟର ପ୍ରତି ୫୦ ଟଙ୍କାରେ ସିମୀତ ରହିବ। ଅନ୍ୟପକ୍ଷରେ ଦିଲ୍ଲୀରେ ଏବେ ଡିଜେଲ ଲିଟର ପ୍ରତି ୫୮.୭୨ ଟଙ୍କା ରହିଛି। ଏହା  ଉପରେ ଜିଏସଟି ଲାଗୁ ହେଲେ ୧୨ ପ୍ରତିଶତ  ଉପରେ ଲିଟର ପ୍ରତି ୩୬.୬୫ ଟଙ୍କା, ୧୮ ପ୍ରତିଶତ ଉପରେ ୩୮.୬୧ ଏବଂ ୨୮ପ୍ରତିଶତ ଲାଗୁ ହେଲେ ଡିଜେଲ ଲିଟର ପ୍ରତି ୪୮ ଟଙ୍କା ରହିବ। ଆଗାମୀ ଅକ୍ଟୋବର ୨୪ରେ ଜିଏସଟି କାଉନସିଲର ପରବର୍ତ୍ତୀ ବୈଠକ ରହିଛି।  ହେଲେ ଏହି ବୈଠକରେ ତୈଳ ଉପରେ ଜିଏସଟି ଲାଗୁ  ନେଇ ବିଚାର ହେଉଛିକି ନାହିଁ ତାହା ଦେଖିବାକୁ ବାକି ରହିଛି। ସେପଟେ ଜିଏସଟି କାଉନସିଲରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅଧ୍ୟକ୍ଷ ଅଛନ୍ତି। ଯଦି ଧର୍ମେନ୍ଦ୍ର ଦେଇଥିବା ପ୍ରସ୍ତାବକୁ ଅର୍ଥମନ୍ତ୍ରୀ କାର୍ଯ୍ୟ କରନ୍ତି ତେବେ ତେଲ ଦର କମିବା ନିଶ୍ଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story