ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୧୩ ତାରିଖରେ ଦେଶବ୍ୟାପୀ ବନ୍ଦ ରହିବ ପେଟ୍ରୋଲ ପମ୍ପ। ବିଭିନ୍ନ ଦାବି ନେଇ ଧର୍ମଘଟ ଡାକରା ଦେଇଛି ଅଲ୍ ଇଣ୍ଡିଆ ପେଟ୍ରୋଲିୟମ୍ ଡିଲର୍ ଆସୋସିଏସନ୍। ଫଳରେ ଏହି ଦିନ ଦେଶର ପାଖାପାଖି ୫୪ ହଜାର ପେଟ୍ରୋଲ ପମ୍ପରେ ସମ୍ପୂର୍ଣ୍ଣ ଭାବରେ ତୈଳ କିଣା ବିକା ବନ୍ଦ ରହିବ। ଯଦି ଦାବି ପୂରଣ ନେଇ ତୈଳ କମ୍ପାନୀଗୁଡିକ ପକ୍ଷରୁ ସକରାତ୍ମକ ଜବାବ ନ ମିଲେ ତେବେ ଆସନ୍ତା ୨୭ ତାରିଖରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଧର୍ମଘଟ ହେବ ବୋଲି ଆସୋସିଏସନ ଅଧ୍ୟକ୍ଷ ଅଜୟ ବନ୍ସଲ କହିଛନ୍ତି। ଡିଲର୍ ମାର୍ଜିନ୍ ଓ କମିଶନର ପୁର୍ନବିଚାର, ଯୋଗାଣର ଥିବା ଅସମାନତାର ସମାଧାନ ଏବଂ ପେଟ୍ରୋଲିୟମ୍ ପଦାର୍ଥକୁ ଜିଏସଟି ପରିସରଭୁକ୍ତ କରିବା ସମେତ ବିଭିନ୍ନ ଦାବି ରଖିଛି ଆସୋସିଏସନ୍। ପୂର୍ବରୁ ପେଟ୍ରୋଲ, ଡିଜେଲର ଦୈନନ୍ଦିନ ପରିବର୍ତ୍ତନକୁ ବିରୋଧ କରି ଗତ ଜୁନ ୧୬ ତାରିଖରେ ଦେଇଥିବା ଧର୍ମଘଟ ଡାକରାକୁ ସ୍ଥଗିତ ରଖିଥିଲେ ପେଟ୍ରୋଲ ଓ ଡିଜେଲ୍ ଡିଲର୍ସ ଆସୋସିଏସନ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।