ଫିଲିପାଇନ୍ସ: କୋଇଲା ଖଣି ଭୁଶୁଡ଼ି ୯ ମୃତ

ମନିଲା:  ପ୍ରବଳ ବର୍ଷା ଓ ଭୂ-ସ୍ଖଳନ ଯୋଗୁ ଫିଲିପାଇନ୍ସରେ ବ୍ୟାପକ କ୍ଷୟକ୍ଷତି ଘଟିଛି।  ଶୁକ୍ରବାର ସକାଳେ ଏକ କୋଇଲା ଖଣିରେ ଭୂ-ସ୍ଖଳନ ହୋଇ ୯ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକ ୯ ଜଣଙ୍କ ମଧ୍ୟରୁ  ୩ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଆଉ ୬ ଜଣଙ୍କ ପତ୍ତା ମିଳିନି ପାରିନାହିଁ। ସୂଚନାଯୋଗ୍ୟ, ଶ୍ରମିକମାନେ କାରଖାନାରେ କାମ କରୁଥିବା ସମୟରେ ଭୂ-ସ୍ଖଳନ ହୋଇଥିଲା। ଫିଲିପାଇନ୍ସରେ ପ୍ରବଳ ବର୍ଷା  ଯୋଗୁ  ଏହି ଭୂ-ସ୍ଖଳନ ଘଟିଛି ବୋଲି ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ […]

manila

Rakesh Mallick
  • Published: Friday, 17 July 2015
  • , Updated: 04 May 2017, 03:45 PM IST

ମନିଲା:  ପ୍ରବଳ ବର୍ଷା ଓ ଭୂ-ସ୍ଖଳନ ଯୋଗୁ ଫିଲିପାଇନ୍ସରେ ବ୍ୟାପକ କ୍ଷୟକ୍ଷତି ଘଟିଛି।  ଶୁକ୍ରବାର ସକାଳେ ଏକ କୋଇଲା ଖଣିରେ ଭୂ-ସ୍ଖଳନ ହୋଇ ୯ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକ ୯ ଜଣଙ୍କ ମଧ୍ୟରୁ  ୩ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଆଉ ୬ ଜଣଙ୍କ ପତ୍ତା ମିଳିନି ପାରିନାହିଁ।

ସୂଚନାଯୋଗ୍ୟ, ଶ୍ରମିକମାନେ କାରଖାନାରେ କାମ କରୁଥିବା ସମୟରେ ଭୂ-ସ୍ଖଳନ ହୋଇଥିଲା। ଫିଲିପାଇନ୍ସରେ ପ୍ରବଳ ବର୍ଷା  ଯୋଗୁ  ଏହି ଭୂ-ସ୍ଖଳନ ଘଟିଛି ବୋଲି ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

୨୦୧୩ ରେ ଫିଲିଫାଇନ୍ସରେ ଏକ କୋଇଲା ଖଣିରେ ବିସ୍ଫୋରଣ ଘଟି ୫ ଜଣଙ୍କ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।

 

 

 

 

 

Related story