ପ୍ରଖ୍ୟାତ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ୍ ହକିଙ୍ଗଙ୍କ ପରଲୋକ

ବ୍ରିଟେନ: ପରଲୋକରେ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ୍ ହକିଙ୍ଗ। ୭୬ବର୍ଷ ବୟସରେ କ୍ୟାମ୍ବ୍ରିଜ୍ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ଏ ବ୍ରିଫ୍ ହିଷ୍ଟ୍ରି ଅଫ୍ ଟାଇମ୍ ଭଳି ଅନେକ ଲୋକପ୍ରିୟ ବିଜ୍ଞାନ ଭିତ୍ତିକ ବହି ଲେଖିଛନ୍ତି ହକିଙ୍ଗ୍‌। ମହାକାଶ ଜଗତ, ବ୍ରହ୍ମାଣ୍ଡ ସୃଷ୍ଟି, ବ୍ଲାକ୍ ହୋଲ୍, ଏଲିଏନ୍ ବା ଅନ୍ୟଗ୍ରହର ଜୀବ ଆଦି ସମ୍ପର୍କରେ ଗବେଷଣା କରିବା ସହିତ ବିଭିନ୍ନ ବହି ଲେଖି ବିଶ୍ୱବାସୀଙ୍କ ନିକଟତର ହୋଇପାରିଥିଲେ ସେ। ଏଥିସହ ଆଇନ ଷ୍ଟାଇନଙ୍କ ଥିଓରି ଅଫ […]

stephen-hawking

Rakesh Mallick
  • Published: Wednesday, 14 March 2018
  • , Updated: 14 March 2018, 11:57 AM IST

ବ୍ରିଟେନ: ପରଲୋକରେ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ୍ ହକିଙ୍ଗ। ୭୬ବର୍ଷ ବୟସରେ କ୍ୟାମ୍ବ୍ରିଜ୍ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ଏ ବ୍ରିଫ୍ ହିଷ୍ଟ୍ରି ଅଫ୍ ଟାଇମ୍ ଭଳି ଅନେକ ଲୋକପ୍ରିୟ ବିଜ୍ଞାନ ଭିତ୍ତିକ ବହି ଲେଖିଛନ୍ତି ହକିଙ୍ଗ୍‌। ମହାକାଶ ଜଗତ, ବ୍ରହ୍ମାଣ୍ଡ ସୃଷ୍ଟି, ବ୍ଲାକ୍ ହୋଲ୍, ଏଲିଏନ୍ ବା ଅନ୍ୟଗ୍ରହର ଜୀବ ଆଦି ସମ୍ପର୍କରେ ଗବେଷଣା କରିବା ସହିତ ବିଭିନ୍ନ ବହି ଲେଖି ବିଶ୍ୱବାସୀଙ୍କ ନିକଟତର ହୋଇପାରିଥିଲେ ସେ।

ଏଥିସହ ଆଇନ ଷ୍ଟାଇନଙ୍କ ଥିଓରି ଅଫ ରିଲେଟିଭିଟି ଓ କ୍ୱାଣ୍ଟମ୍ ଫିଜିକ୍ସର ଏକତ୍ରୀକରଣ ଉପରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ୧୯୪୨ ମସିହାରେ ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିବା ଷ୍ଟିଫେନ୍ ହକିଙ୍ଗ୍ ମାତ୍ର ୨୧ବର୍ଷ ବୟସରୁ ଏକ ଜଟିଳ ରୋଗରେ ପୀଡିତ ହୋଇ ତାଙ୍କର ସମ୍ପୂର୍ଣ୍ଣ ଶରୀର ଅକ୍ଷମତାର ଶିକାର ହୋଇଥିଲେ। ହ୍ୱିଲ୍ ଚେୟାର୍‌ରେ  ଅତ୍ୟାଧୁନିକ ଟେକ୍ନୋଲଜିର ବ୍ୟବହାର କରି କେବଳ ଗାଲର ଏକ ମାଂସପେଶୀ ବ୍ୟବହାର କରି ସେ ଗବେଷଣା ଓ ପୁସ୍ତକ ରଚନା ଜାରି ରଖିଥିଲେ।

Related story