ନ୍ୟୁ ଇଣ୍ଡିଆ ପାଇଁ ମୋଦି ସରକାରଙ୍କ ୧୦ ସୂତ୍ରୀ ମନ୍ତ୍ର
ନୂଆଦିଲ୍ଲୀ: ବଜେଟ୍ ଉପସ୍ଥାପନ ବେଳେ ମୋଦି ସରକାରଙ୍କ ନ୍ୟୁ-ଇଣ୍ଡିଆ ଗଠନ ସଂକଳ୍ପ କଥା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ ଉଠାଇଥିଲେ। ଏଥିସହ ଭାରତକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ୨୦୧୯-୨୦ ବଜେଟ୍ରେ ସେ ଦଶସୂତ୍ରୀ ମନ୍ତ୍ର ଘୋଷଣା କରିଛନ୍ତି। ସେଗୁଡ଼ିକ ହେଲା –
# ଭୌତିକ ଓ ସାମାଜିକ ଭିତ୍ତିଭୂମି ନିର୍ମାଣ
# ଡିଜିଟାଲ ଭାରତ ଓ ସୁଦୃଢ଼ ଅର୍ଥ ବ୍ୟବସ୍ଥାର ଭିତ୍ତିଭୂମି ନିର୍ମାଣ
# ଏକ ପ୍ରଦୂଷଣ ମୁକ୍ତ ରାଷ୍ଟ୍ର ଗଠନ
# ଗ୍ରାମ୍ୟ ଉଦ୍ୟୋଗୀକରଣର ସଂପ୍ରସାରଣ
# ସ୍ୱଚ୍ଛ ନଦୀ ଓ ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ
# ବେଳାଭୂମି ଓ ସମୁଦ୍ର ଜଳରୁ ଶକ୍ତିର ବିକାଶ
# ୨୦୨୨ ସୁଦ୍ଧା ମହାକାଶରେ ଭାରତୀୟଙ୍କୁ ପହଞ୍ଚାଇବା
# ଖାଦ୍ୟ ଉତ୍ପାଦନରେ ଭାରତକୁ ସ୍ୱାବଲମ୍ବୀ କରାଇବା
# ସୁସ୍ଥ ଓ ସ୍ୱାସ୍ଥ୍ୟପ୍ରଦ ଭାରତ
# ଅଳ୍ପ ସରକାରୀ ହସ୍ତକ୍ଷେପ, ସର୍ବୋତ୍ତମ ପ୍ରଶାସନ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।