୩୭୦ ଉଚ୍ଛେଦ ପରେ ୪ଟି ଗୋଷ୍ଠୀ ପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପାଇଁ ୭ ଦଶନ୍ଧି ଧରି ଲାଗୁ ହୋଇଥିବା ଧାରା ୩୭୦କୁ ଉଚ୍ଛେଦ କରିବା ପୂର୍ବରୁ କେନ୍ଦ୍ର ସରକାର ହିଂସା ନିୟନ୍ତ୍ରଣ ପାଇଁ ବ୍ୟାପକ ପ୍ରସ୍ତୁତି କରିଥିଲେ। ୧୪୪ ଧାରା ଜାରି କରିବାଠାରୁ ଆରମ୍ଭ କରି ବିଭିନ୍ନ ନେତାଙ୍କୁ ଅଟକ ଏବଂ ଫୋନ୍‌ ଓ ଇଣ୍ଟରନେଟ୍‌ ବନ୍ଦ ଆଦି ପଦକ୍ଷେପ ନିଆଯାଇଥିଲା। ତେବେ ବର୍ତ୍ତମାନ ସୂଚନା ମିଳିଛି ଅଗଷ୍ଟ ୫ ତାରିଖର ଏହି ଐତିହାସିକ ନିଷ୍ପତ୍ତି ପରେ ସମ୍ଭାବ୍ୟ ହିଂସାକୁ ନିୟନ୍ତ୍ରଣ ପାଇଁ ୪ଟି ଗୋଷ୍ଠୀ […]

kashmir

kashmir

Subrat Kumar Nayak
  • Published: Saturday, 17 August 2019
  • Updated: 17 August 2019, 09:45 PM IST

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପାଇଁ ୭ ଦଶନ୍ଧି ଧରି ଲାଗୁ ହୋଇଥିବା ଧାରା ୩୭୦କୁ ଉଚ୍ଛେଦ କରିବା ପୂର୍ବରୁ କେନ୍ଦ୍ର ସରକାର ହିଂସା ନିୟନ୍ତ୍ରଣ ପାଇଁ ବ୍ୟାପକ ପ୍ରସ୍ତୁତି କରିଥିଲେ। ୧୪୪ ଧାରା ଜାରି କରିବାଠାରୁ ଆରମ୍ଭ କରି ବିଭିନ୍ନ ନେତାଙ୍କୁ ଅଟକ ଏବଂ ଫୋନ୍‌ ଓ ଇଣ୍ଟରନେଟ୍‌ ବନ୍ଦ ଆଦି ପଦକ୍ଷେପ ନିଆଯାଇଥିଲା। ତେବେ ବର୍ତ୍ତମାନ ସୂଚନା ମିଳିଛି ଅଗଷ୍ଟ ୫ ତାରିଖର ଏହି ଐତିହାସିକ ନିଷ୍ପତ୍ତି ପରେ ସମ୍ଭାବ୍ୟ ହିଂସାକୁ ନିୟନ୍ତ୍ରଣ ପାଇଁ ୪ଟି ଗୋଷ୍ଠୀ ସରକାରଙ୍କ ଟାର୍ଗେଟ୍‌ରେ ଥିଲେ। ସେମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିଲା ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ।

ପ୍ରଥମ ଗୋଷ୍ଠୀଙ୍କୁ ‘ମୁଭର୍ସ ଆଣ୍ଡ ଶେକର୍ସ’ ନାମ ଦିଆଯାଇଥିଲା। ଏମାନେ ବାହାରକୁ ସକାରାତ୍ମକ ଲୋକ ବୋଲି ଜଣାପଡ଼ନ୍ତି, ବୁଦ୍ଧିଜୀବୀଙ୍କ ସହ ଚଳପ୍ରଚଳ କରନ୍ତି କିନ୍ତୁ ସୂଚନା ଏକାଠି କରି ହିଂସା ସୃଷ୍ଟି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରନ୍ତି। ଏହିଁ ଗୋଷ୍ଠୀରେ ହୁରିୟାତ୍‌ ପରି ସଂଗଠନ ଏବଂ ଅନ୍ୟ ମୁଖ୍ୟସ୍ରୋତର ରାଜନୀତିକ ଦଳର ନେତାମାନଙ୍କୁ ଚିହ୍ନଟ କରାଯାଇଥିଲା। ଏମାନଙ୍କୁ ଗୃହବନ୍ଦୀ କରାଯିବ ଏବଂ ବିଶେଷ ପରିସ୍ଥିତିରେ ଗିରଫ କରାଯିବ ବୋଲି ନିଷ୍ପତ୍ତି କରାଯାଇ ଥିଲା।

ଦ୍ୱିତୀୟ ଗୋଷ୍ଠୀ ଢେଲାପଥର ମାଡ଼ କରୁଥିବା ଏବଂ ହିଂସାତ୍ମକ ଉପାୟରେ ବିରୋଧ କରୁଥିବା ଗୋଷ୍ଠୀ। ଏଥିରେ ଅଧିକାଂଶ କିଶୋର ବର୍ଗର କଶ୍ମିରୀ ରହିଥା’ନ୍ତି। ଏମାନଙ୍କ ମୁକାବିଲା ପାଇଁ ସରକାର କମ୍ୟୁନିଟି ବଣ୍ଡ ବ୍ୟବସ୍ଥା କରିଛନ୍ତି। ଏଥିରେ ୨୦ ପରିବାରକୁ ନେଇ ଗୋଟିଏ ଗୋଷ୍ଠୀ ଗଢ଼ାଯାଇ ସେମାନଙ୍କୁ ଏପରି କାର୍ଯ୍ୟକଳାପରୁ ବିରତ ରହିବାକୁ କୁହାଯାଇଛି।

ତୃତୀୟ ଗୋଷ୍ଠୀ ହେଉଛନ୍ତି ଆତଙ୍କବାଦୀ। ପ୍ରଶାସନ ନିଶ୍ଚିତ ଯେ ଅନ୍ତର୍ଜାତୀୟ ସୀମାରେ ଓ ଏଲ୍‌ଓସି ଦେଇ ପାକିସ୍ତାନ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସାହାଯ୍ୟ କରିବ। ଏମାନଙ୍କ ଦାୟିତ୍ୱରେ ଭାରତୀୟ ସେନା ରହିବେ। ସରକାର ପଞ୍ଜାବ ଏବଂ ଜମ୍ମୁରେ ମଧ୍ୟ ପ୍ରଭାବୀ ସୁରକ୍ଷା ବ୍ୟବସ୍ଥା କରିବାକୁ ଭିନ୍ନ ଯୋଜନା କରିଛନ୍ତି।

ଚତୁର୍ଥ ଗୋଷ୍ଠୀ ହେଉଛନ୍ତି ଧାର୍ମିକ ନେତାଙ୍କ ପରି ପ୍ରଭାବଶାଳୀ ବ୍ୟକ୍ତିସମୂହ। ମିଳିଥିବା ସୂଚନା ଅନୁଯାୟୀ, ସରକାର ସେହି ସମସ୍ତ ଧାର୍ମିକ ନେତାଙ୍କ ଉପରେ ନଜର ରଖିବାକୁ ଯୋଜନା କରିଥିଲେ ଯେଉଁମାନେ ଉପତ୍ୟକାରେ ଅଶାନ୍ତି ଏବଂ ହିଂସା ସୃଷ୍ଟି କରିବା ଯୋଜନାରେ ଲିପ୍ତ ରହିଥା’ନ୍ତି। କର୍ତ୍ତୃପକ୍ଷ ଏମାନଙ୍କ କ୍ଷେତ୍ରରେ ଜିରୋ ଟଲେରାନ୍ସ ନୀତି ଆପଣାଇବା ସହ ସନ୍ଦେହ ହେଲେ ଗିରଫ କରିବାକୁ ନିଷ୍ପତ୍ତି ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos