ନୂଆ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ୨୪ରେ ନିଷ୍ପତ୍ତି

ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ନୂତନ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ କମିଟି ଆସନ୍ତା ୨୪ ତାରିଖରେ ବୈଠକ କରିବେ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ ଯେ, ଗତକାଲି ଏହି କମିଟିର ସଦସ୍ୟ ତଥା ସଂସଦରେ ସବୁଠାରୁ ଅଧିକ ସଦସ୍ୟ ଥିବା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାଡ଼ଗେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କହିଥିଲେ, ଏମ୍‌ ନାଗେଶ୍ୱର ରାଓଙ୍କୁ ସିବିଆଇ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦେବା ସମ୍ପୂର୍ଣ୍ଣ […]

cbi

Subrat Kumar Nayak
  • Published: Thursday, 17 January 2019
  • , Updated: 17 January 2019, 11:58 AM IST

ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ନୂତନ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ କମିଟି ଆସନ୍ତା ୨୪ ତାରିଖରେ ବୈଠକ କରିବେ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ ଯେ, ଗତକାଲି ଏହି କମିଟିର ସଦସ୍ୟ ତଥା ସଂସଦରେ ସବୁଠାରୁ ଅଧିକ ସଦସ୍ୟ ଥିବା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାଡ଼ଗେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କହିଥିଲେ, ଏମ୍‌ ନାଗେଶ୍ୱର ରାଓଙ୍କୁ ସିବିଆଇ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦେବା ସମ୍ପୂର୍ଣ୍ଣ ବେଆଇନ। ସେ ଏଥିପାଇଁ ଉଚ୍ଚ ସ୍ତରୀୟ କମିଟିର ତୁରନ୍ତ ଏକ ବୈଠକ ଡକାଇବାକୁ ଦାବି କରିଥିଲେ। ଏଥିରେ ଡେରି ହେଲେ ସିବିଆଇ ଉପରେ ଲୋକଙ୍କ ବିଶ୍ୱାସ କ୍ଷୁର୍ଣ୍ଣ ହେବ ବୋଲି ମଧ୍ୟ ମତ ରଖିଥିଲେ।

ଏହି କମିଟିରେ ପ୍ରଧାନମନ୍ତ୍ରୀ, ଲୋକସଭାରେ କଂଗ୍ରେସର ନେତା ଖାଡ଼ଗେ ଏବଂ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ବା ତାଙ୍କ ପ୍ରତିନିଧି ସଦସ୍ୟ ଅଛନ୍ତି।

ତେବେ ବିଶେଷ ସୂତ୍ରରୁ ଜଣାଯାଇଛି ଯେ, ଏହି ବୈଠକ ଆସନ୍ତା ୨୧ ତାରିଖରେ ହେବାର ଥିଲା। କିନ୍ତୁ ଖାଡ଼ଗେ ୨୫ କିମ୍ବା ୨୪ ତାରିଖରୁ ଗୋଟିଏ ବାଛିବାକୁ ଅନୁରୋଧ କାରିଥିଲେ। ସରକାର ୨୪ ତାରିଖକୁ ଶେଷରେ ଧାର୍ଯ୍ୟ କରିଛନ୍ତି।

ଗତ ସପ୍ତାହରେ ଏହି କମିଟିର ୨:୧ ଭୋଟ୍‌ ବଳରେ ବିଦା ହୋଇଥିବା ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ବର୍ତ୍ତମାନ ପଦବୀରେ ଥିଲେ ଜାନୁଆରୀ ୩୧ ତାରିଖରେ ଦୁଇ ବର୍ଷ ପୂରଣ କରିଥାନ୍ତେ।

Related story