ସରିଲା ବିଜେପିର ଜାତୀୟ କାର୍ଯ୍ୟକାରିଣୀ: ମୋଦି କହିଲେ, ପ୍ରଥମେ ଦେଶ ପରେ ଦଳ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅନୁଷ୍ଠିତ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଦୁର୍ନୀତି ରୋକିବା ଉପରେ ଫୋକସ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ପ୍ରଥମେ ଦେଶ ପରେ ଦଳ ବୋଲି କହିଛନ୍ତି ମୋଦି।  ଦୁର୍ନୀତି ବିରୋଧରେ ଲଢେଇ ଜାରି ରହିବ ଏବଂ ଦୁର୍ନୀତିକୁ କେବେବି ବରଦାସ୍ତ କରାଯିବ ନାହିଁ ବୋଲି ସିଧାସଳଖ କହିଛନ୍ତି ପ୍ରଧାନମନ୍ତ୍ରୀ । ଲୋକଙ୍କୁ ସୁଶାସନ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି କାର୍ଯ୍ୟକାରିଣୀରେ।  ଗୁଜରାଟ ଓ ହିମାଚଳ ପ୍ରଦେଶରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି ରଣନୀତି। ଗୁଜରାଟ […]

Rakesh Mallick
  • Published: Monday, 25 September 2017
  • Updated: 25 September 2017, 02:58 PM IST

Sports

Latest News

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅନୁଷ୍ଠିତ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଦୁର୍ନୀତି ରୋକିବା ଉପରେ ଫୋକସ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ପ୍ରଥମେ ଦେଶ ପରେ ଦଳ ବୋଲି କହିଛନ୍ତି ମୋଦି।  ଦୁର୍ନୀତି ବିରୋଧରେ ଲଢେଇ ଜାରି ରହିବ ଏବଂ ଦୁର୍ନୀତିକୁ କେବେବି ବରଦାସ୍ତ କରାଯିବ ନାହିଁ ବୋଲି ସିଧାସଳଖ କହିଛନ୍ତି ପ୍ରଧାନମନ୍ତ୍ରୀ । ଲୋକଙ୍କୁ ସୁଶାସନ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି କାର୍ଯ୍ୟକାରିଣୀରେ।  ଗୁଜରାଟ ଓ ହିମାଚଳ ପ୍ରଦେଶରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି ରଣନୀତି।

ଗୁଜରାଟ ନିର୍ବାଚନରେ ବିଜେପି ଐତିହାସିକ ବିଜୟ ହାସଲ କରିବ ବୋଲି ବୈଠକ ପରେ କହିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ।  ସ୍ୱାଧୀନତା ଆର୍ଥିକ ସଂସ୍କାର କ୍ଷେତ୍ରରେ ଜିଏସଟି ସବୁଠୁ ବଡ଼ ପଦକ୍ଷେପ ବୋଲି ଅର୍ଥମନ୍ତ୍ରୀ ଜେଟଲି କହିଛନ୍ତି। ସେହିପରି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଥିଲେ ଅମିତ ଶାହ।  କଂଗ୍ରେସର ବଂଶବାଦ ରାଜନୀତିକୁ ସମାଲୋଚନା କରି ଶାହ କହିଥିଲେ, ବିଜେପି କାମ କରିବା ରାଜନୀତିରେ ବିଶ୍ୱାସ ରଖେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos