ଜି୭ ସମ୍ମିଳନୀ ପାଇଁ ଫ୍ରାନ୍ସ ପହଞ୍ଚିଲେ ମୋଦି

ପ୍ୟାରିସ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି୭ ସମ୍ମିଳନୀରେ ଯୋଗ ଦେବାପାଇଁ ଆଜି ଫ୍ରାନ୍ସ ପହଞ୍ଚିଛନ୍ତି। ସେ ସେଠାରେ ବର୍ତ୍ତମାନ ଚିନ୍ତାର କାରଣ ପାଲଟିଥିବା ପରିବେଶ, ଜଳବାୟୁ ଏବଂ ଡିଜିଟାଲ ଟ୍ରାନ୍ସଫର୍ମେସନ୍‌ ବାବଦରେ ଆଲୋଚନା କରିବେ। ଏଥିସହ ସେ ବିଭିନ୍ନ ରାଷ୍ଟ୍ରନେତାଙ୍କୁ ମଧ୍ୟ ସେଠାରେ ଭେଟିବେ। ଏହା ପୂର୍ବରୁ ମୋଦି ବାହରିନ୍‌ର ମାନାମାରେ ଥିଲେ। ସେ ସେଠାରେ ଶ୍ରୀନାଥ ମନ୍ଦିରରେ ଦର୍ଶନ କରିବା ସହ ସ୍ଥାନୀୟ କ୍ରାଉନ୍‌ ପ୍ରିନ୍ସଙ୍କ ସହ ଆଲୋଚନା କରିଥିଲେ। ମାନାମାରୁ ହିଁ ସିଧା ଫ୍ରାନ୍ସ […]

Modi

Subrat Kumar Nayak
  • Published: Sunday, 25 August 2019
  • , Updated: 25 August 2019, 09:54 PM IST

ପ୍ୟାରିସ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି୭ ସମ୍ମିଳନୀରେ ଯୋଗ ଦେବାପାଇଁ ଆଜି ଫ୍ରାନ୍ସ ପହଞ୍ଚିଛନ୍ତି। ସେ ସେଠାରେ ବର୍ତ୍ତମାନ ଚିନ୍ତାର କାରଣ ପାଲଟିଥିବା ପରିବେଶ, ଜଳବାୟୁ ଏବଂ ଡିଜିଟାଲ ଟ୍ରାନ୍ସଫର୍ମେସନ୍‌ ବାବଦରେ ଆଲୋଚନା କରିବେ। ଏଥିସହ ସେ ବିଭିନ୍ନ ରାଷ୍ଟ୍ରନେତାଙ୍କୁ ମଧ୍ୟ ସେଠାରେ ଭେଟିବେ।

ଏହା ପୂର୍ବରୁ ମୋଦି ବାହରିନ୍‌ର ମାନାମାରେ ଥିଲେ। ସେ ସେଠାରେ ଶ୍ରୀନାଥ ମନ୍ଦିରରେ ଦର୍ଶନ କରିବା ସହ ସ୍ଥାନୀୟ କ୍ରାଉନ୍‌ ପ୍ରିନ୍ସଙ୍କ ସହ ଆଲୋଚନା କରିଥିଲେ। ମାନାମାରୁ ହିଁ ସିଧା ଫ୍ରାନ୍ସ ପହଞ୍ଚିଥିଲେ ମୋଦି। ସୂଚନାଯୋଗ୍ୟ ଯେ, ଭାରତ ଜି୭ ଗୋଷ୍ଠୀର ସଦସ୍ୟ ନୁହେଁ। କିନ୍ତୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାକରନ୍‌ଙ୍କ ବ୍ୟକ୍ତିଗତ ନିମନ୍ତ୍ରଣ କ୍ରମେ ଏହି ସମ୍ମିଳନୀରେ ସେ ଯୋଗ ଦେଇଛନ୍ତି। ଜି୭ ଗୋଷ୍ଠୀରେ ବ୍ରିଟେନ୍‌, କ୍ୟାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଏବଂ ଆମେରିକା ଆଦି ସଦସ୍ୟ ଅଛନ୍ତି।

ଏହି ନିମନ୍ତ୍ରଣକୁ ଭାରତ ବ୍ୟକ୍ତିଗତ ବୁଝାମଣାର ପ୍ରତିଫଳନ ବୋଲି କହିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ସମ୍ମିଳନୀ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୋଦି କଶ୍ମୀର ବାବଦରେ ଆଲୋଚନା କରିବାର ସମ୍ଭାବନା ଅଛି। ଏହା ପୂର୍ବରୁ ୱାଶିଂଟନ୍‌ରେ ଟ୍ରମ୍ପ ଏହି ବୈଠକ ବାବଦରେ ସମ୍ୟକ୍‌ ସୂଚନା ଦେଇସାରିଛନ୍ତି।

Related story