ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଲ ଗେଟ୍ସଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବିଶ୍ୱର ତଥା ଦେଶର କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିସହ କରୋନା ସଂକ୍ରମଣକୁ ଚିହ୍ନଟ କରିବା ଓ ଏହାର ମୁକାବିଲା ପାଇଁ ଟିକା ବାହାର କରିବା ଉପରେ ମଧ୍ୟ ଦୁଇ ଜଣ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।
ମୋଦି ଟ୍ୱିଟ କରି କହିଛନ୍ତି, “ବିଲ ଗେଟ୍ସଙ୍କ ସହ ସକାରାତ୍ମ ଆଲୋଚନା ହୋଇଛି। ଆମେ କରୋନା ଭାଇରସର ମୁକାବିଲା ପାଇଁ ଭାରତ ଓ ଗେଟ୍ସ ଫାଉଣ୍ଡେସନର ଭୂମିକା ଉପରେ ଆଲୋଚନା କରିଥିଲୁ। ସେହିପରି କରୋନା ମୁକାବିଲାରେ ଟେକ୍ନୋଲଜି, ନୂଆ ଉଦ୍ଭାବନ ଓ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଟିକା ଉପରେ ବିସ୍ତୃତ ଭାବେ ପରସ୍ପରକୁ ପରାମର୍ଶ ଦେଇଛୁ।”
ଆଲୋଚନା ବେଳେ ଗେଟ୍ସ ଫାଉଣ୍ଡେସନ ସ୍ୱାସ୍ଥ୍ୟ ସେବା ଉପରେ କରୁଥିବା କାର୍ଯ୍ୟକୁ ମୋଦି ପ୍ରଶଂସା କରିଛନ୍ତି। ଏଥିସହ ଭାରତ ନିଜ ଦେଶ ସହ ବିଶ୍ୱକୁ କେମିତି ସହଯୋଗ କରିପାରୁଛି, ସେ ବିଷୟରେ ମଧ୍ୟ ବିଲ ଗେଟ୍ସଙ୍କୁ ଅବଗତ କରାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।