ମେ’୩ ପରେ ବଢ଼ିବ ଲକଡାଉନ, ସଙ୍କେତ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶରେ ଜାରି ହୋଇଥିବା ୪୦ ଦିନିଆ ଲକଡାଉନ ଅବଧି ମେ’୩ ତାରିଖରେ ଶେଷ ହେବ। ତେବେ ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣ ହୋଇ ନଥିବାରୁ ଏହି ଅବଧି ପୁଣି ବଢ଼ିବ। ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି ସଙ୍କେତ ଦେଇଛନ୍ତି। ତେବେ ଏଥର ସମଗ୍ର ଦେଶରେ ପୂର୍ବଭଳି ଲକଡାଉନ ଜାରି କରାଯାଇ ନ ପାରେ। କେବଳ କରୋନା ହଟସ୍ପଟ ଅଞ୍ଚଳରେ ଲକଡାଉନକୁ କଡ଼ାକଡ଼ି ଭାବେ […]

t

t

Hemant Lenka
  • Published: Monday, 27 April 2020
  • Updated: 27 April 2020, 03:41 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶରେ ଜାରି ହୋଇଥିବା ୪୦ ଦିନିଆ ଲକଡାଉନ ଅବଧି ମେ’୩ ତାରିଖରେ ଶେଷ ହେବ। ତେବେ ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣ ହୋଇ ନଥିବାରୁ ଏହି ଅବଧି ପୁଣି ବଢ଼ିବ। ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି ସଙ୍କେତ ଦେଇଛନ୍ତି।

ତେବେ ଏଥର ସମଗ୍ର ଦେଶରେ ପୂର୍ବଭଳି ଲକଡାଉନ ଜାରି କରାଯାଇ ନ ପାରେ। କେବଳ କରୋନା ହଟସ୍ପଟ ଅଞ୍ଚଳରେ ଲକଡାଉନକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଏହାର ଅର୍ଥ ଯେଉଁ ରାଜ୍ୟ ବା ଜିଲ୍ଲାରେ ଅଧିକ ସଂକ୍ରମିତ ଅଛନ୍ତି, ସେଠାରେ ପୂର୍ବଭଳି ଲକଡାଉନ ନିୟମ କାର୍ଯ୍ୟକାରୀ ହେବ।

ଆଜିର ବୈଠକ ବେଳେ ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କରୋନାର ମୁକାବିଲା ପାଇଁ ନେଇଥିବା ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଛନ୍ତି। ମୋଦି କହିଛନ୍ତି, ବର୍ତ୍ତମାନର କରୋନା ସମସ୍ୟାକୁ ମୁକାବିଲା ପାଇଁ ରାଜ୍ୟଗୁଡ଼ିକ ମିଳିତ ଭାବେ ନେଉଥିବା ପଦକ୍ଷେପ ଯୋଗୁ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଦୀର୍ଘ ଦେଢ଼ମାସ ହେଲାଣି ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁ ହଜାର ହଜାର ଲୋକଙ୍କ ଜୀବନ ବର୍ତ୍ତି ଯାଇପାରିଛି।

ଆମେ ବର୍ତ୍ତମାନ ଦୁଇ ପର୍ଯ୍ୟାୟର ଲକଡାଉନ ଦେଖି ସାରିଲୁଣି। ପ୍ରଥମ ପର୍ଯ୍ୟାୟରେ ଲକଡାଉନ କଡ଼ାକଡ଼ି ଭାବେ ପାଳନ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ସାମାନ୍ୟ କୋହଳ କରାଯାଇଥିଲା। ରାଜ୍ୟଗୁଡ଼ିକ ଭଲ କାମ କରିଛନ୍ତି। ଆମକୁ କରୋନ ସହ ଅର୍ଥନୀତିକୁ ମଧ୍ୟ ଦେ‌ଖିବାକୁ ପଡ଼ିବ। ସୁସଂଗଠିତ ଉପାୟରେ ଆମକୁ କରୋନା ସହ ଯୁଦ୍ଧ କରିବା ସହ ଅର୍ଥନୀତି ଅଭିବୃଦ୍ଧି କଥା ମଧ୍ୟ ଚିନ୍ତା କରିବାକୁ ପଡ଼ିବ। ଏଥିପାଇଁ ମୋଦି ବିଭିନ୍ନ ଅର୍ଥନୀତିକ ବିଶେଷଜ୍ଞଙ୍କୁ ମତାମତ ଦେବାକୁ ଆହ୍ୱାନ କରିଛନ୍ତି।

ମୋଦି ଆହୁରି କହିଛନ୍ତି, ଏବେ ରାଜ୍ୟଗୁଡ଼ିକ ରେଡ ଜୋନକୁ ଅରେଞ୍ଜ ଓ ପରେ ଗ୍ରୀନ ଜୋନ ଭାବେ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବା ଦରକାର। ଲକଡାଉନକୁ କୋହଳ କରିବା ପୂର୍ବରୁ ରାଜ୍ୟଗୁଡ଼ିକ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରିବା ଉଚିତ। ଲକଡାଉନ କୋହଳ ହେଲେ ମଧ୍ୟ ରାଜ୍ୟଗୁଡ଼ିକ ସବୁ ସ୍ଥାନ ଉପରେ ନଜର ରଖିବେ। ବିଶେଷ କରି ହଟସ୍ପଟ ଅଞ୍ଚଳ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ଆଗାମୀ କିଛି ମାସ ବେଶ ଗୁରୁତ୍ୱପୂର୍ଣ୍ଣ। ମାସ୍କ ଆଗକୁ ମଧ୍ୟ ଆମ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ ବୋଲି ମୋଦି କହିଛନ୍ତି।

ଆଜିର ବୈଠକ ବେଳେ ୪ ଜଣ ମୁଖ୍ୟମନ୍ତ୍ରୀ ଲକଡାଉନ ଅବଧିକୁ ବୃଦ୍ଧି କରିବା ସପକ୍ଷରେ ମତ ଦେଇଥିବା ଜଣାପଡ଼ିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଚଳିତ ମାସରେ ମୋଦି ପୁଣି ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏହି ସମୟରେ ଲକଡାଉନ ବୃଦ୍ଧି ସମ୍ପର୍କରେ ବିଧିବଦ୍ଧ ଘୋଷଣା କରିପାରନ୍ତି।

କରୋନା ଯୋଗୁ ଦେଶରେ ପ୍ରଥମେ ମାର୍ଚ୍ଚ ୨୫ରୁ ୨୧ ଦିନିଆ ଲକଡାଉନ ଜାରି କରାଯାଇଥିଲା। ଏହାପରେ ଏହାକୁ ମେ’ ୩ ଯାଏ ବୃଦ୍ଧି କରାଯାଇଛି। ମେ’ ୩ ତାରିଖ ରାତି ୧୨ଟାରେ ଏହି ଲକଡାଉନ ଅବଧି ଶେଷ ହେବାକୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story