ଲଞ୍ଚ୍ ହେଲା ୭୫ ଟଙ୍କିଆ ମୁଦ୍ରା

ନୂଆଦିଲ୍ଲୀ: ୧୦୦ ଟଙ୍କା ପରେ ଏବେ ୭୫ ଟଙ୍କାର ମୁଦ୍ରା ଲଞ୍ଚ୍ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖାଦ୍ୟ ଓ କୃଷି ସଂଗଠନ (FAO)ର ୭୫ତମ ବାର୍ଷିକୀ ଅବସରରେ ଏହି ୭୫ ଟଙ୍କାର ମୁଦ୍ରା ଲଞ୍ଚ୍ କରିଛନ୍ତି। ସାରା ଦୁନିଆରେ ଆଜି FAOର ବାର୍ଷିକୀ ପାଳନ କରାଯାଉଛି। କିଛି ଦିନ ତଳେ ଅର୍ଥାତ୍ ଅକ୍ଟୋବର ୧୨ ତାରିଖରେ ପ୍ରଧାନମନ୍ତ୍ରୀ ବିଜୟରାଜେ ସିନ୍ଧିଆଙ୍କ ସ୍ମୃତିରେ ୧୦୦ ଟଙ୍କିଆ ମୁଦ୍ରାର ଉନ୍ମୋଚନ କରିଥିଲେ। ତେବେ ଆଜି ୭୫ ଟଙ୍କିଆ […]

75

Ranjit Kumar Jena
  • Published: Friday, 16 October 2020
  • , Updated: 16 October 2020, 03:53 PM IST

ନୂଆଦିଲ୍ଲୀ: ୧୦୦ ଟଙ୍କା ପରେ ଏବେ ୭୫ ଟଙ୍କାର ମୁଦ୍ରା ଲଞ୍ଚ୍ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖାଦ୍ୟ ଓ କୃଷି ସଂଗଠନ (FAO)ର ୭୫ତମ ବାର୍ଷିକୀ ଅବସରରେ ଏହି ୭୫ ଟଙ୍କାର ମୁଦ୍ରା ଲଞ୍ଚ୍ କରିଛନ୍ତି। ସାରା ଦୁନିଆରେ ଆଜି FAOର ବାର୍ଷିକୀ ପାଳନ କରାଯାଉଛି। କିଛି ଦିନ ତଳେ ଅର୍ଥାତ୍ ଅକ୍ଟୋବର ୧୨ ତାରିଖରେ ପ୍ରଧାନମନ୍ତ୍ରୀ ବିଜୟରାଜେ ସିନ୍ଧିଆଙ୍କ ସ୍ମୃତିରେ ୧୦୦ ଟଙ୍କିଆ ମୁଦ୍ରାର ଉନ୍ମୋଚନ କରିଥିଲେ।

ତେବେ ଆଜି ୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ ଅବସରରେ ମୋଦି କୁପୋଷଣ ଓ ଖାଦ୍ୟାଭାବ ବିରୋଧରେ ଲଢ଼ିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ମୋଦି କହିଛନ୍ତି, କରୋନା ମହାମାରୀ ସମୟରେ ଗତ ୭-୮ ମାସ ଭିତରେ ଭାରତରେ ପ୍ରାୟ ୮୦ କୋଟି ଗରିବଙ୍କୁ ମାଗଣାରେ ରାସନ୍ ଯୋଗାଇ ଦିଆଯାଇଛି। ଏପରିକି ଏହା ମଧ୍ୟରେ ଭାରତରେ ପ୍ରାୟ ଦେଢ଼ କୋଟି ଲକ୍ଷ ଟଙ୍କାର ଖାଦ୍ୟ ଗରିବଙ୍କୁ ମାଗଣାରେ ବଣ୍ଟନ କରାଯାଇଛି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଭାରତର କୃଷକ ଓ କୃଷି ବୈଜ୍ଞାନିକ, ଅଙ୍ଗନୱାଡ଼ି ଏବଂ ଆଶାକର୍ମୀ କୁପୋଷଣ ବିରୋଧରେ ଆନ୍ଦୋଳନକୁ ଆହୁରି ମଜଭୁତ୍ କରିଛନ୍ତି। ଏମାନେ ନିଜ ପରିଶ୍ରମ ଦ୍ୱାରା ଦେଶରେ ଅନ୍ନ ଭଣ୍ଡାରକୁ ଭରିଛନ୍ତି। ଅନ୍ୟପଟେ ଦୂରଦୂରନ୍ତାରେ ଥିବା ଗରିବଙ୍କ ପାଖରେ ପହଞ୍ଚିବା ପାଇଁ ସରକାରଙ୍କ ମଧ୍ୟ ବହୁତ ସହାୟତା କରିଛନ୍ତି।

Related story