କୋଟିଏରେ ନିଲାମ ହେଲା ମୋଦିଙ୍କ ରୂପା କଳସ ଓ ଫଟୋ ଷ୍ଟାଣ୍ଡ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପହାରରେ ମିଳିଥିବା ଏକ ନଡ଼ିଆ ସହ ରୂପା କଳସ ଏକ କୋଟି ଟଙ୍କାରେ ନିଲାମ ହୋଇଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ତାଙ୍କୁ ଏହି ଉପହାର ଦେଇଥିଲେ। ମୋଦି ଗତ ୬ ମାସରେ ପାଇଥିବା ଉପହାରର ନିଲାମ ଅବସରରେ ଏହାକୁ ନିଲାମ କରାଯାଇଥିଲା, ଯାହାର ମୂଳ ନିଲାମ ଡାକ ୧୮ ହଜାର ଟଙ୍କା ଥିଲା। ରୂପାରେ ତିଆରି ଏପରି ୨ଟି କଳସ ମଡର୍ଣ୍ଣ ଆର୍ଟର ଜାତୀୟ ଗ୍ୟାଲେରୀରେ ରଖାଯାଇଛି। ଏଥିରୁ ମିଳିଥିବା […]

modi

Subrat Kumar Nayak
  • Published: Tuesday, 17 September 2019
  • , Updated: 17 September 2019, 05:59 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପହାରରେ ମିଳିଥିବା ଏକ ନଡ଼ିଆ ସହ ରୂପା କଳସ ଏକ କୋଟି ଟଙ୍କାରେ ନିଲାମ ହୋଇଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ତାଙ୍କୁ ଏହି ଉପହାର ଦେଇଥିଲେ। ମୋଦି ଗତ ୬ ମାସରେ ପାଇଥିବା ଉପହାରର ନିଲାମ ଅବସରରେ ଏହାକୁ ନିଲାମ କରାଯାଇଥିଲା, ଯାହାର ମୂଳ ନିଲାମ ଡାକ ୧୮ ହଜାର ଟଙ୍କା ଥିଲା।

ରୂପାରେ ତିଆରି ଏପରି ୨ଟି କଳସ ମଡର୍ଣ୍ଣ ଆର୍ଟର ଜାତୀୟ ଗ୍ୟାଲେରୀରେ ରଖାଯାଇଛି। ଏଥିରୁ ମିଳିଥିବା ଅର୍ଥ ନମାମି ଗଙ୍ଗେ ପ୍ରକଳ୍ପକୁ ଯିବ।

ଏହି କଳସ ବ୍ୟତୀତ ଏକ ଫଟୋ ଷ୍ଟାଣ୍ଡ ମଧ୍ୟ ଏକ କୋଟି ଟଙ୍କାରେ ନିଲାମ ହୋଇଛି। ଏହି ଫଟୋ ଷ୍ଟାଣ୍ଡରେ ମୋଦିଙ୍କର ଏକ ବାର୍ତ୍ତା ରହିଛି, ଯାହାକି ଗୁଜରାଟୀରେ ରହିଛି। ଏହାର ମୂଳ ମୂଲ୍ୟ ୫୦୦ ଟଙ୍କା ରହିଥିଲା।

ଚଳିତ ବର୍ଷ ଇ-ନିଲାମ ପାଇଁ ମୂଳ ନିଲାମ ମୂଲ୍ୟ ୨୦୦ ଟଙ୍କାରୁ ଅଢ଼େଇ ଲକ୍ଷ ଟଙ୍କା ରହିଥିଲା। ମୋଦିଙ୍କ ପ୍ରତିକୃତିର ମୂଳ ନିଲାମ ମୂଲ୍ୟ ସର୍ବାଧିକ ୨ ଲକ୍ଷ ଟଙ୍କା ରଖାଯାଇଥିଲା। ଚଳିତ ବର୍ଷ ମୋଟ ୨,୭୭୨ ଉପହାର ପ୍ରଦର୍ଶନୀ ପାଇଁ ଲଖାଯାଇଥିଲା। ଏମଧ୍ୟରେ ଶାଲ, ଜ୍ୟାକେଟ୍‌, ଫଟୋଚିତ୍ର ଏବଂ ପଗଡ଼ି ଆଦି ରହିଥିଲା।

Related story