‘ଦେଶ ମଜବୁତ, ୫ ଲକ୍ଷ କୋଟି ଡଲାର ଅର୍ଥନୀତି କ୍ଲବରେ ସାମିଲ୍ ହେବ ଭାରତ’

ନୂଆଦିଲ୍ଲୀ: ଦେଶରେ ମାନ୍ଦାବସ୍ଥାକୁ ନେଇ ସରକାର ଏବେ କାଠଗଡ଼ାରେ। ଏଭଳି ସ୍ଥିତିରେ ଦେଶ କାହିଁକି ୫ ଲକ୍ଷ କୋଟି ଡଲାର ଅର୍ଥନୀତିର ସ୍ୱପ୍ନ ଦେଖିଛି? ଏହାର କାରଣ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସୋଚାମର ବାର୍ଷିକ ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ବିଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶ ଅନେକ ବଦଳିଛି ଏବଂ ନିଜକୁ ମଜବୁତ ମଧ୍ୟ କରିଛି। ଦେଶର ଅର୍ଥନୀତି ବିପର୍ଯ୍ୟୟ ଆଡ଼କୁ ଯାଉଥିଲା। ସରକାର ବିପର୍ଯ୍ୟୟରୁ ବର୍ତ୍ତିବା ପାଇଁ […]

MODI ASSOCHOM

MODI ASSOCHOM

Subhransu Sekhar
  • Published: Friday, 20 December 2019
  • Updated: 20 December 2019, 04:28 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ମାନ୍ଦାବସ୍ଥାକୁ ନେଇ ସରକାର ଏବେ କାଠଗଡ଼ାରେ। ଏଭଳି ସ୍ଥିତିରେ ଦେଶ କାହିଁକି ୫ ଲକ୍ଷ କୋଟି ଡଲାର ଅର୍ଥନୀତିର ସ୍ୱପ୍ନ ଦେଖିଛି? ଏହାର କାରଣ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସୋଚାମର ବାର୍ଷିକ ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି।

ବିଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶ ଅନେକ ବଦଳିଛି ଏବଂ ନିଜକୁ ମଜବୁତ ମଧ୍ୟ କରିଛି। ଦେଶର ଅର୍ଥନୀତି ବିପର୍ଯ୍ୟୟ ଆଡ଼କୁ ଯାଉଥିଲା। ସରକାର ବିପର୍ଯ୍ୟୟରୁ ବର୍ତ୍ତିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି। ଏମିତିକି ଅର୍ଥନୀତିକୁ ସ୍ଥିର କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ବୈଷୟିକ ଜ୍ଞାନ ଏବଂ ଆଧୁନିକତାକୁ ଗୁରୁତ୍ୱ ଦେଇ ଅର୍ଥନୀତିକୁ ଆଗକୁ ବଢ଼ାଉଛନ୍ତି ସରକାର। ଏହା ଦେଶକୁ ୫ ଲକ୍ଷ କୋଟି ଅର୍ଥନୀତି କ୍ଲବରେ ପହଞ୍ଚିବା ପାଇଁ ବଡ଼ ଆଧାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

କର୍ପୋରେଟ ସେକ୍ଟର ଏବଂ ବ୍ୟାଙ୍କିଙ୍କ ବ୍ୟବସ୍ଥାରେ ଥିବା ଦୁର୍ବଳତାକୁ ନିୟନ୍ତ୍ରଣ କରାଯାଇଛି। ଏବେ ନିବେଶ କରିବା ଏବଂ ଖର୍ଚ୍ଚ କରିବା ଆବଶ୍ୟକ ରହିଛି। ମୁକ୍ତଭାବେ କୌଣସି ନିଷ୍ପତ୍ତି ନେଲେ ତାହାର ସକାରାତ୍ମକ ପ୍ରଭାବ ପଡ଼ିବ। ଯଦି ସଠିକ୍ ନିଷ୍ପତ୍ତି ନିଆଯାଇଥିବ ତା’ହେଲେ ସରକାର କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବନି। ସେହିପରି ଦେଶର ବ୍ୟାଙ୍କିଙ୍ଗ ସେକ୍ଟର ମଧ୍ୟ ମଜବୁତ ଅବସ୍ଥାକୁ ଆସୁଛି। ଏଫଡିଆଇ ଜରିଆରେ ବିଗତ ୨୦ ବର୍ଷରେ ଭାରତରେ ଯେତେ ନିବେଶ ହୋଇଛି ସେଥିରୁ ୫୦ ପ୍ରତିଶତ ପୁଞ୍ଜି ବିଗତ ୫ ବର୍ଷରେ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ ଅଭିବୃଦ୍ଧି ହାର ୪.୫ ରହିଛି। ଯାହାକି ଦୀର୍ଘ ୭ ବର୍ଷ ମଧ୍ୟରେ ସବୁଠାରୁ ନିମ୍ନ ଅଭିବୃଦ୍ଧି ହାର। ତିନି ମାସ ପୂର୍ବରୁ ଏହି ଅଭିବୃଦ୍ଧି ହାର କିନ୍ତୁ ୫ ପ୍ରତିଶତ ଥିଲା। ଗତବର୍ଷ କିନ୍ତୁ ଦ୍ୱିତୀୟ ତ୍ରୟମାସିକ ଅଭିବୃଦ୍ଧି ହାର ୭ ପ୍ରତିଶତ ଥିଲା।

ଏଥିସହିତ ଅକ୍ଚୋବର ମାସରେ ୮ଟି ଶିଳ୍ପର ଅଭିବୃଦ୍ଧି ହାର -୫.୮ ପ୍ରତିଶତ ହୋଇଥିବା ଜଣାପଡ଼ିଛି। ଯାହାକି ସରକାରଙ୍କ ଆର୍ଥିକନୀତି ଠିକ୍ ଭାବରେ ଚାଲି ନାହିଁ ବୋଲି ସୂଚାଇଛି।

ସରକାରଙ୍କ ରିପୋର୍ଟ ଅନୁଯାୟୀ ଏପ୍ରିଲରୁ ଅକ୍ଚୋବର ମାସ ମଧ୍ୟରେ ଆୟ ତୁଳନାରେ ବ୍ୟୟ ଅଧିକ ବଢ଼ିଯାଇଛି। ୬.୮୩ ଲକ୍ଷ କୋଟି ଆୟ ହୋଇଥିବା ବେଳେ ବ୍ୟୟ ୧୬.୫୫ ଲକ୍ଷ କୋଟି ହୋଇଛି। ଫଳରେ ଦେଶର ଅଭିବୃଦ୍ଧି ହାର ଆହୁରି ଧିମା ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story