ଜାକିର ନାଏକ ପ୍ରତ୍ୟାର୍ପଣ ନେଇ ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ବିବାଦୀୟ ମୁସଲିମ୍ ଧର୍ମପ୍ରଚାରକ ଜାକିର ନାଇକ ଭାରତ ଫେରିବ। ଏ ନେଇ ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦଙ୍କ ସହ ଆଲୋଚନା କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରୁଷିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭ୍ଲାଦିଭୋସ୍ତୋକ୍‌ରେ ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ଏହି ବାବଦରେ କଥା ହୋଇଛନ୍ତି। ଆଗାମୀ ଦିନରେ ଏହି ପ୍ରସଙ୍ଗରେ ଦୁଇ ଦେଶର ଅଧିକାରୀ ନିରନ୍ତର ଯୋଗାଯୋଗରେ ରହି ପରସ୍ପରକୁ ସହଯୋଗ କରିବେ ବୋଲି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। […]

modi with malesia pm

Subhransu Sekhar
  • Published: Thursday, 05 September 2019
  • , Updated: 05 September 2019, 04:33 PM IST

ନୂଆଦିଲ୍ଲୀ: ବିବାଦୀୟ ମୁସଲିମ୍ ଧର୍ମପ୍ରଚାରକ ଜାକିର ନାଇକ ଭାରତ ଫେରିବ। ଏ ନେଇ ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦଙ୍କ ସହ ଆଲୋଚନା କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରୁଷିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭ୍ଲାଦିଭୋସ୍ତୋକ୍‌ରେ ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ଏହି ବାବଦରେ କଥା ହୋଇଛନ୍ତି। ଆଗାମୀ ଦିନରେ ଏହି ପ୍ରସଙ୍ଗରେ ଦୁଇ ଦେଶର ଅଧିକାରୀ ନିରନ୍ତର ଯୋଗାଯୋଗରେ ରହି ପରସ୍ପରକୁ ସହଯୋଗ କରିବେ ବୋଲି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଆଲୋଚନା ବାବଦରେ ବୈଦେଶିକ ସଚିବ ବିଜୟ ଗୋଖଲେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ‘ପ୍ରଧାନମନ୍ତ୍ରୀ ମୋଦି ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ଆଗରେ ଜାକିର ନାଏକ ପ୍ରତ୍ୟାର୍ପଣ ପ୍ରସଙ୍ଗ ଉଠାଇଥିଲେ। ମାଲେସିଆ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗକୁ ସକରାତ୍ମକ ଢଙ୍ଗରେ ବିଚାର କରି ତାଙ୍କ ସରକାର ସମସ୍ତ ସହଯୋଗ ଭାରତ ସରକାରକୁ କରିବ’ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୬ରେ ଜାକିର ନାଏକ ଭାରତରୁ ଫେରାର ହୋଇ ମାଲେସିଆରେ ରହୁଛି। ମାଲେସିଆର ପୂର୍ବତନ ସରକାର ସେତେବେଳେ ଜାକିର ନାଇକକୁ ରହିବା ପାଇଁ ଅନୁମତି ଦେଇଥିଲେ। ନାଏକ ହେଉଛି ଜଣେ ମୌଳବାଦୀ ଚିନ୍ତାଧାରାର ପ୍ରଚାରକ। ଟିଭରେ ସେ ଇସ୍‌ଲାମ ଧର୍ମ ସମ୍ପର୍କରେ ଭାଷଣ ଦେଇଥାଏ। ୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ସେ ନିନ୍ଦା ନକରି ତାହା ଭାରତର ଆଭ୍ୟନ୍ତରୀଣ ବିଫଳତା ବୋଲି କହି ବିବାଦ ସୃଷ୍ଟି କରିଥିଲା।

ଏହି ବିବାଦୀୟ ମନ୍ତବ୍ୟ ପାଇଁ ଭାରତରେ ମଧ୍ୟ ତାକୁ ନିଷିଦ୍ଧ କରାଯାଇଥିଲା। ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପ ଓ ମନିଲଣ୍ଡରିଂରେ ସେ ସାମିଲ ଥିବା ଜଣାପଡ଼ିବା ପରେ ଭାରତର ତଦନ୍ତକାରୀ ସଂସ୍ଥା ତା’କୁ ଖୋଜିବା ଆରମ୍ଭ କରିଥିଲେ। କିନ୍ତୁ ୨୦୧୬ରେ ସେ ଭାରତରୁ ଫେରାର ହୋଇ ମାଲେସିୟା ଚାଲି ଯାଇଥିଲା। ସେଠାରେ ତା’କୁ ସ୍ଥାୟୀ ନାଗରିକତ୍ୱ ମଧ୍ୟ ମିଳିଛି।

ଏହାପରେ ସେଠାରେ ମଧ୍ୟ ଧର୍ମକୁ ନେଇ ବିବାଦୀୟ ବୟାନ ଦେବା ଆରମ୍ଭ କରିଥିଲା ଜାକିର। ଏଥିପାଇଁ ମାଲେସିଆ ସରକାର ତା ଉପରେ କଟକଣା ଲଗାଇଥିଲେ। ମାଲେସିଆ ପୁଲିସ୍‌ ତାକୁ ବିବାଦୀୟ ବୟାନ ଘଟଣାରେ ଜେରା କରିଥିଲା। ଏହାପରେ ସେଠାରେ ସେ ରାଜନୀତିକ କାର୍ଯ୍ୟକଳାପରେ ଭାଗ ନେଇପାରିବ ନାହିଁ ବୋଲି ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ କହିଥିଲେ।

Related story