କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ କହିଲେ, ମୁଁ ୨୪ ଘଣ୍ଟା ଉପଲବ୍ଧ ରହିଛି

ନୂଆଦିଲ୍ଲୀ: ହାତ ତିଆରି ମାସ୍କ ପିନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ଭାଇରସର ମୁକାବିଲା ନେଇ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି। ଏଯାବତ ଏହି ଘାତକ ଭାଇରସରେ ୨୩୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭,୪୦୦ ସଂକ୍ରମିତ ହୋଇଛନ୍ତି। ଏହି ଭିଡିଓ କନଫରେନସିଂ ବେଳେ ମୁଖ୍ୟମନ୍ତ୍ରୀମାନଙ୍କର ଅନେକ ପ୍ରସ୍ତାବ ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ଏପ୍ରିଲ ୧୪ରେ ପ୍ରଥମ ଲକଡାଉନ୍ ଅବଧି ଶେଷ ହେଉଛି ଆଉ ତିନି ସପ୍ତାହ ଲକଡାଉନ୍ […]

PM WITH MASK

PM WITH MASK

Subhransu Sekhar
  • Published: Saturday, 11 April 2020
  • Updated: 11 April 2020, 02:45 PM IST

Sports

Latest News

ନୂଆଦିଲ୍ଲୀ: ହାତ ତିଆରି ମାସ୍କ ପିନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ଭାଇରସର ମୁକାବିଲା ନେଇ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି। ଏଯାବତ ଏହି ଘାତକ ଭାଇରସରେ ୨୩୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭,୪୦୦ ସଂକ୍ରମିତ ହୋଇଛନ୍ତି। ଏହି ଭିଡିଓ କନଫରେନସିଂ ବେଳେ ମୁଖ୍ୟମନ୍ତ୍ରୀମାନଙ୍କର ଅନେକ ପ୍ରସ୍ତାବ ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ଏପ୍ରିଲ ୧୪ରେ ପ୍ରଥମ ଲକଡାଉନ୍ ଅବଧି ଶେଷ ହେଉଛି ଆଉ ତିନି ସପ୍ତାହ ଲକଡାଉନ୍ ବଢ଼ାଇବାକୁ ଅନେକ ରାଜ୍ୟ ପ୍ରସ୍ତାବ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ ଅଧିକ ଆଲୋଚନା କରିଥିବା ସୂଚନା ରହିଛି।

ମୁଁ ୨୪ ଘଣ୍ଟା ଉପଲବ୍ଧ ରହିଛି। କୋଭିଡ୍-୧୯କୁ ନେଇ ଯେକୌଣସି ମୁଖ୍ୟମନ୍ତ୍ରୀ କୌଣସି ପ୍ରସ୍ତାବ କିମ୍ୱା କିଛି କହିବାକୁ ଚାହୁଁଥିଲେ ମୋତେ କହିପାରିବେ। ଆମେ କାନ୍ଧକୁ କାନ୍ଧରେ ମିଶାଇ ଚାଲିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

୧୧ଟା ବେଳେ ଭିଡିଓ କନଫରେନସିଂ ଆରମ୍ଭ ହେବା ପରେ ପ୍ରଥମେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏକ ରିପୋର୍ଟ ଦେଖାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶା ଏବଂ ପଞ୍ଜାବ ଏପ୍ରିଲ ୩୦ଯାଏ ଲକଡାଉନ୍ ଅବଧି ବଢ଼ାଇବାକୁ ନେଇଥିବା ନିଷ୍ପତ୍ତି ବାବଦରେ ମଧ୍ୟ ଆଲୋଚନା ହୋଇଥିଲା। କେନ୍ଦ୍ର ଗୃହମନ୍ତ୍ରଣାଳୟ ଏହି ବୈଠକରେ ସାମିଲ୍ ହୋଇ ଅନେକ ରାଜ୍ୟର ଆଇନ ପରିସ୍ଥିତି, ଲୋକଙ୍କୁ ସେବା ଯୋଗାଇବା ପାଇଁ ରହିଥିବା ନିୟମ ବାବଦରେ ମଧ୍ୟ ଅବଗତ କରାଇଥିଲା।

ସୂଚନାଯୋଗ୍ୟ, କୋଭିଡ-୧୯କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଏହା ଦ୍ୱିତୀୟ ଭିଡିଓ କନଫରେନସିଂ ଥିଲା। ଚଳିତ ସପ୍ତାହରେ ବିଭିନ୍ନ ଦଳର ସାଂସଦଙ୍କ ସହିତ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସରିଛି। ଆସନ୍ତାକାଲି ରବିବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଲକଡାଉନ୍ ନେଇ ଘୋଷଣା କରିପାରନ୍ତି। ଏହି କନ୍‌ଫରେନ୍ସ ସମୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story