ଜି-୭ ସମ୍ମିଳନୀକୁ ମୋଦିଙ୍କୁ ଡାକିଲେ ଟ୍ରମ୍ପ, ଚାଇନା ବିବାଦର ହେଲା ଆଲୋଚନା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆଜି ଫୋନ୍ ଯୋଗେ ଆଲୋଚନା ହୋଇଛି। ଏହି ସମୟରେ ଟ୍ରମ୍ପ ଆମେରିକାରେ ହେବାକୁଥିବା ଜି-୭ ସମ୍ମିଳନୀରେ ଯୋଗ ଦେବା ପାଇଁ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି। ପ୍ରଥମଥର ପାଇଁ ଭାରତକୁ ଜି-୭ରେ ଯୋଗଦେବା ପାଇଁ ନିମନ୍ତ୍ରଣ ମିଳିଥିବା ଜଣାପଡ଼ିଛି। ଏଥିସହ ଉଭୟ ନେତା ଭାରତ ଓ ଚାଇନା ମଧ୍ୟରେ ଥିବା ସୀମା ବିବାଦ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ବର୍ତ୍ତମାନ ଆମେରିକାରେ କୃଷ୍ଣକାୟ […]

modi-and-rump

Ranjit Kumar Jena
  • Published: Tuesday, 02 June 2020
  • , Updated: 02 June 2020, 09:43 PM IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆଜି ଫୋନ୍ ଯୋଗେ ଆଲୋଚନା ହୋଇଛି। ଏହି ସମୟରେ ଟ୍ରମ୍ପ ଆମେରିକାରେ ହେବାକୁଥିବା ଜି-୭ ସମ୍ମିଳନୀରେ ଯୋଗ ଦେବା ପାଇଁ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି।

ପ୍ରଥମଥର ପାଇଁ ଭାରତକୁ ଜି-୭ରେ ଯୋଗଦେବା ପାଇଁ ନିମନ୍ତ୍ରଣ ମିଳିଥିବା ଜଣାପଡ଼ିଛି। ଏଥିସହ ଉଭୟ ନେତା ଭାରତ ଓ ଚାଇନା ମଧ୍ୟରେ ଥିବା ସୀମା ବିବାଦ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି।

ବର୍ତ୍ତମାନ ଆମେରିକାରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡଙ୍କ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଚନା ଦେଖା ଦେଇଛି। ଏ ସଂକ୍ରାନ୍ତରେ ମଧ୍ୟ ମୋଦି ଓ ଟ୍ରମ୍ପ ଆଲୋଚନା କରିଛନ୍ତି। ତେବେ ସରକାରଙ୍କ ପକ୍ଷରୁ କେବଳ ଜି-୭ ସମ୍ମିଳନୀରେ ମୋଦିଙ୍କୁ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିବା କୁହାଯାଇଛି।

Related story