୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କଲେ ମୋଦି

ନୂଆଦିଲ୍ଲୀ: ଭାରତରେ ଦ୍ରୁତଗତିରେ ବଢ଼ୁଥିବା ମହାମାରୀ କରୋନା ଭାଇରସ ଯୋଗୁ ଦେଶର ଅର୍ଥନୀତି ରସାତଳକୁ ଖସି ଯାଇଛି। ନିମ୍ନଗାମୀ ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ବଡ଼ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ସବୁ ବର୍ଗର ବିକାଶ ପାଇଁ ମୋଦି ଆଜି ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହା ଭାରତର ଜିଡିପିର ୧୦%। ଆତ୍ମନିର୍ଭର ଭାରତ ଅଭିଯାନ ଜରିଆରେ ଏହି ପ୍ୟାକେଜ ଘୋଷଣା କରାଯାଇଛି। ଆତ୍ମନିର୍ଭରଶୀଳ […]

modi lockdown 4.0 speech

modi lockdown 4.0 speech

Hemant Lenka
  • Published: Tuesday, 12 May 2020
  • Updated: 12 May 2020, 09:52 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ଦ୍ରୁତଗତିରେ ବଢ଼ୁଥିବା ମହାମାରୀ କରୋନା ଭାଇରସ ଯୋଗୁ ଦେଶର ଅର୍ଥନୀତି ରସାତଳକୁ ଖସି ଯାଇଛି। ନିମ୍ନଗାମୀ ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ବଡ଼ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି।

ସବୁ ବର୍ଗର ବିକାଶ ପାଇଁ ମୋଦି ଆଜି ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହା ଭାରତର ଜିଡିପିର ୧୦%। ଆତ୍ମନିର୍ଭର ଭାରତ ଅଭିଯାନ ଜରିଆରେ ଏହି ପ୍ୟାକେଜ ଘୋଷଣା କରାଯାଇଛି। ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତକୁ କେହି ଅଟକାଇ ପାରିବେ ନାହିଁ ବୋଲି ମୋଦି କହିଛନ୍ତି। ଆମ ସମସ୍ତଙ୍କୁ ଲୋକାଲ ପ୍ରଡ୍‌କ୍ଟ କରିବାବୁ ପଡ଼ିବ ବୋଲି ସେ ପରାମର୍ଶ ଦେଇଛନ୍ତି।

ଏହି ପ୍ୟାକେଜ ଜରିଆରେ ସାଧାରଣ ଟିକସ ଦାତା, କୂଟୀର ଉଦ୍ୟୋଗୀ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ପାଇଁ ସହାୟକ ହେବ। ସେହିପରି ଦେଶର ଶ୍ରମିକ ଓ ଚାଷୀମାନେ ବି ଏହାଦ୍ୱାରା ଲାଭବାନ ହେବେ। ଗ୍ରାମାଞ୍ଚଳକୁ କରୋନା ମୁକ୍ତ ରଖିବା ପାଇଁ ଏକାଧିକ ବ୍ୟବସ୍ଥା ଲାଗୁ କରାଯାଉଥିବା ମୋଦି କହିଛନ୍ତି। ତେବେ ଆର୍ଥିକ ପ୍ୟାକେଜ ସମ୍ପର୍କରେ ଗାଇଡଲାଇନ ସମ୍ପର୍କରେ ଅର୍ଥମନ୍ତ୍ରୀ ସମସ୍ତ ସୂଚନା ଦେବେ।

ଏହାଦ୍ୱାରା ସବୁ କ୍ଷେତ୍ରର ବିକାଶ ହୋଇପାରିବ ବୋଲି ମୋଦି କହିଛନ୍ତି। ସେ ଆହୁରି କହିଛନ୍ତି, ଏହି ୨୦ ଲକ୍ଷ କୋଟିର ପ୍ୟାକେଜ ଆତ୍ମନିର୍ଭର ଭାରତକୁ ଶକ୍ତି ଦେବ। କାଲିଠାରୁ ଆସନ୍ତା କିଛି ଦିନ ଯାଏ ବିସ୍ତାର ସୂଚନା ଅର୍ଥମନ୍ତ୍ରଣାଳୟ ଜରିଆରେ ଦେଶବାସୀଙ୍କୁ ଦିଆଯିବ।ଅର୍ଥମନ୍ତ୍ରୀ ଏହି ଆର୍ଥିକ ପ୍ୟାକେଜର ବିସ୍ତାର ସୂଚନା ଦେବେ।

ସେହିପରି ଦେଶରେ ଲକଡାଉନ ଅବଧି ବଢ଼ିବ ବୋଲି ଆଜି ମୋଦି ସ୍ପଷ୍ଟ କରିଛନ୍ତି। ଲକଡାଉନ ୪.୦ରେ କ’ଣ ସବୁ ବ୍ୟବସ୍ଥା ରହିବ, ସେ ସମ୍ପର୍କରେ ମେ’ ୧୮ ତାରିଖ ପୂର୍ବରୁ ସମସ୍ତଙ୍କୁ ଅବଗତ କରାଯିବ। ରାଜ୍ୟଗୁଡ଼ିକର ପରାମର୍ଶ କ୍ରମେ ଲକଡାଉନର ଗାଇଡଲାଇନ ଜାରି ହେବ। ନୂଆ ରୂପରେ ଏହି ଲକଡାଉନ ୪.୦ ଜାରି କରାଯିବ।

ମୋଦି କହିଛନ୍ତି, “ମାର୍ଚ୍ଚ ୨୫ରୁ ଜାରି ହୋଇଥିବା ଲକଡାଉନକୁ ଦେଶବାସୀ ସଫଳତାର ସହ ପାଳନ କରିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଆମକୁ କରୋନା ସହ ଦୀର୍ଘ ସମୟ ଧରି ଲଢ଼େଇ କରିବାକୁ ପଡ଼ିବ। ଗୋଟିଏ ଭାଇରସ ସମଗ୍ର ବିଶ୍ୱକୁ ଛିନଛତ୍ର କରିଦେଇଛି।

ବିଶ୍ୱ ଭଳି ଭାରତ ମଧ୍ୟ ଏଥିରେ ପ୍ରଭାବିତ ହୋଇଛି। ଆମେ ଭାଇରସ କବଳରୁ ନିଜକୁ ରକ୍ଷା କରିବା ସହ ଆଗକୁ ପଡ଼ିବ। ଆମେ ସମସ୍ତେ କରୋନା ଭାଇରସ ବିରୋଧରେ ଯୁଦ୍ଧ କରୁଛେ। ମୁଁ ଏମିତି ସଂକଟ କେବେ ଦେଖିଥିଲି ନା ଶୁଣିଥିଲି। କିନ୍ତୁ ହାରିବା, ଭାଙ୍ଗି ପଡ଼ିବା ମାନବ ଜାତିକୁ ମଂଜୁର ନାହିଁ। ସବୁ ନିୟମକୁ ପାଳନ କରି ଆମକୁ ବଞ୍ଚିବାକୁ ପଡ଼ିବ। ଆମକୁ ବଞ୍ଚିବାକୁ ପଡ଼ିବ, ଆଗକୁ ବଢ଼ିବାକୁ ବି ପଡ଼ିବ। ଅନେକ ଦିନରୁ ଆମେ ଶୁଣିଛୁ ଏକବିଂଶ ଶତାବ୍ଦୀ ହିନ୍ଦୁସ୍ତାନର କଥା। ଏକବିଂଶ ଶତାବ୍ଦୀ ଭାରତର ହେବା ଆମ ସ୍ୱପ୍ନ ନୁହେଁ ବରଂ ଦାୟିତ୍ୱ ହେବା ଦରକାର।

ମାନବ ସମାଜ ପ୍ରତି ଏକ ଅଦ୍ଭୂତ ବିପଦ ଆସିଛି। କରୋନା ପୂର୍ବରୁ ଭାରତ ପାଖରେ ଗୋଟିଏ ହେଲେ ବି ପିପିଇ ନଥିଲା। ବହୁତ କମ ସଂଖ୍ୟକ ଏନ-୯୫ ମାସ୍କ ଥିଲା। ହେଲେ ଏବେ ଭାରତ ଆପତ୍ତିକାଳୀନ ସ୍ଥିତିକୁ ସୁଯୋଗରେ ପରିଣତ କରିଛି। ଏବେ ଆମ ଦେଶରେ ଦୈନିକ ୨ଲକ୍ଷ ପିପିଇ ଓ ୨ଲକ୍ଷ ଏନ-୯୫ ମାସ୍କ ପ୍ରସ୍ତୁତ ହେଉଛି। ପୂରା ବିଶ୍ୱରେ ଆତ୍ମ ନିର୍ଭଶୀଳ ଶବ୍ଦର ଅର୍ଥ ବଦଳି ଯାଇଛି। ଆମକୁ ଏହି ସ୍ଥିତି ଆତ୍ମନିର୍ଭଶୀଳ ହେବା ଶିଖାଇଛି।

ଆମେ ଆତ୍ମନିର୍ଭଶୀଳ ହେବା କଥା କହିବାର ଅର୍ଥ କେବଳ ଆମ କଥା ନୁହେଁ, ଆମେ ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବେ ବିବେଚନା କରୁଛୁ। ଆଜି ଜାନ ବି ହୈ ତୋ ଜାହାନ ବି ହୈ। ଆତ୍ମନିର୍ଭରଶୀଳତା ଭାରତର ୫ଟି ପିଲାର ଉପରେ ରହିଛି। ସେଗୁଡ଼ିକ ହେଉଛି ଅର୍ଥନୀତି, ଭିତ୍ତିଭୂମି, ବ୍ୟବସ୍ଥା, ଭୌଗଳିକ ସ୍ଥିତି ଓ ଚାହିଦା। ଚାହିଦା ପାଇଁ ସପ୍ଲାଏ ଚେନ୍‌କୁ ମଜଭୂତ କରିବା ଦରକାର। ଏଥିପାଇଁ ଭାରତ ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରୁଛନ୍ତି। ଏହା ଜିଡିପିର ୧୦% ବୋଲି ମୋଦି କହିଛନ୍ତି।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୩ ଥିବା ବେଳେ ମୋଦି ମାର୍ଚ୍ଚ ୧୯ରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। ଏହି ଭାଷଣ ସମୟ ୨୮ ମିନିଟ୍‌ ଥିଲା। ଦ୍ୱିତୀୟ ଥର ମୋଦି ମାର୍ଚ୍ଚ ୨୪ରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। ଏହି ୨୮ ମିନିଟ ୩୦ ସେକେଣ୍ଡ ସମୟ ଭାଷଣ ବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୧୯ ଥିଲା।

ଏପ୍ରିଲ ୩ରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦୮ ଓ ୧୪ ଏପ୍ରିଲରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୬୩ ଥିବା ବେଳେ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ପାର କରିବା ପରେ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story