ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଇଛନ୍ତି ଜାତିସଂଘର ସର୍ବୋଚ୍ଚ ପରିବେଶ ସମ୍ମାନ ‘ଚାମ୍ପିଅନ୍ସ ଅଫ୍ ଦ ଆର୍ଥ ଆୱାର୍ଡ’। ବୁଧବାର ଦିନ ଏହି ଘୋଷଣା କରାଯାଇଛି।
୨୦୨୨ ସୁଦ୍ଧା ଭାରତରୁ ମାତ୍ର ଗୋଟିଏ ଥର ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍କୁ ସଂପୂର୍ଣ୍ଣ ଭାବେ ହଟାଇବା ପାଇଁ ମୋଦି ଯେଉଁ ସଂକଳ୍ପ ନେଇଛନ୍ତି, ସେଥିପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
‘ପଲିସି ଲିଡରସିପ୍ କ୍ୟାଟେଗୋରୀ’ରେ ତାଙ୍କୁ ଏହି ସମ୍ମାନ ଦିଆଯାଇଛି। ଏହି ବର୍ଗରେ ମୋଦିଙ୍କ ସହିତ ଫ୍ରାନ୍ସ ରାଷ୍ଟ୍ରପତି ଇମ୍ମାନୁଏଲ ମାକ୍ରୋନ୍ଙ୍କୁ ସମ୍ମାନିତ କରାଯାଇଛି।
ମୋଦି ଓ ଇମ୍ମାନୁଏଲଙ୍କ ସମେତ ପରିବେଶ ପରିବର୍ତ୍ତନ ଦିଗରେ କାର୍ଯ୍ୟ କରୁଥିବା ମୋଟ ୬ ଜଣଙ୍କୁ ଚାମ୍ପିଅନ୍ସ ଅଫ୍ ଦ ଆର୍ଥ ଆୱାର୍ଡ’ ପ୍ରଦାନ କରାଯାଇଛି ବୋଲି ଗତକାଲି ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଛି।
କୋଚିନ୍ ଅନ୍ତର୍ଜାତୀୟ ବିମାନବନ୍ଦରକୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯାଇଛି। ଅକ୍ଷୟ ଶକ୍ତି ବର୍ଗରେ ଏହି ବିମାନବନ୍ଦରକୁ ସମ୍ମାନିତ କରାଯାଇଛି।
ଏହି ବିମାନବନ୍ଦର ସଂପୂର୍ଣ୍ଣ ଭାବେ ସୋଲାର୍ ପାୱାରରେ ଚାଲିଛି। ଏମିତି କରିବାରେ ଏହା ସାରା ବିଶ୍ୱରେ ପ୍ରଥମ ବିମାନବନ୍ଦର ପାଲଟି ଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କାଲି ଆସିବ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ବିଲ: ହ୍ୱିପ ଜାରି କଲା ବିଜେପି
ଆସନ୍ତାକାଲି ଲୋକସଭାରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ ଆଗତ କରିବା ପରେ ଆଇନମନ୍ତ୍ରୀ ମେଘୱାଲ ଏହା ଉପରେ ଅଧିକ ଆଲୋଚନା କରିବା ପାଇଁ ଏହାକୁ ଯୁଗ୍ମ ସଂସଦୀୟ କମିଟି ବା ଜେପିସି ପାଖକୁ ପଠାଇବାକୁ ଅନୁରୋଧ କରିବେ।
National
କଥା ଦେଲେ ଦିସାନାୟକେ: କହିଲେ- ଭାରତ ବିରୋଧରେ ବ୍ୟବହାର ହେବନି ଶ୍ରୀଲଙ୍କାର ମାଟି
ଶ୍ରୀଲଙ୍କା ଉପରେ ଚାଇନାର ଦବଦବା ବଢ଼ୁଥିଲେ ହେଁ ଭାରତ ବିରୋଧରେ ସିଂହଳ ଦେଶର ଇଞ୍ଚିଏ ମାଟିକୁ କେହି ବ୍ୟବହାର କରିପାରିବେ ନାହିଁ। ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା କୌଣସି ତତ୍ତ୍ୱକୁ ଶ୍ରୀଲଙ୍କାର ମାଟି କେବେ ହେଲେ ବ୍ୟବହାର କରିବାକୁ ଦିଆଯିବ ବୋଲି ଦିସାନାୟକେ କହିଛନ୍ତି।
National
ଭିକାରୀଙ୍କୁ ଭିକ ଦେଲେ ପୁଲିସ୍ କେସ୍ରେ ଫସିବେ, ନୂଆ ବର୍ଷରୁ ନୂଆ ନିୟମ
ଯଦି କେହି ଭିକାରୀଙ୍କୁ ନୂଆ ବର୍ଷ ଠାରୁ ଭିକ ଦିଅନ୍ତି, ତା’ହେଲେ ସେମାନଙ୍କ ନାଁରେ ଏଫଆଇଆର ରୁଜୁ କରାଯିବ।
Politics
EVMକୁ ନେଇ ବଢ଼ିଲା ଇଣ୍ଡିଆ ବ୍ଲକରେ ଫାଟ: ଏଥର କଂଗ୍ରେସକୁ ଘେରିଲା TMC
ଇଭିଏମ ହ୍ୟାକ କରି ବିଜେପି ନିର୍ବାଚନରେ ଜିତୁଥିବା କଂଗ୍ରେସ ବାରମ୍ବାର ଅଭିଯୋଗ କରି ଆସୁଛି। ହେଲେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ତିଆ ବ୍ଲକରେ ଥିବା ଗୋଟିଏ ପରେ ଗୋଟିଏ ଦଳ ଏହା ବିରୋଧରେ ମତ ରଖିବାରେ ଲାଗିଛନ୍ତି।
National
ପ୍ରଦୂଷଣ ପୂରା ଭାରତର ସମସ୍ୟା: ପ୍ରଦୂଷିତ ସହରଗୁଡ଼ିକର ତାଲିକା ମାଗିଲେ ସୁପ୍ରିମକୋର୍ଟ
ଦିଲ୍ଲୀ-ଏନସିଆରରେ ବାୟୁର ଗୁଣବତ୍ତାକୁ ଯାଞ୍ଚ କରିବା ସହ ଏଥିରେ ସୁଧାର ଆଣିବା ପାଇଁ ଗଠନ ହୋଇଥିବା ବାୟୁ ଗୁଣବତ୍ତା ପରିଚାଳନା କମିଶନ ଭଳି ସଂସ୍ଥା ସବୁ ରାଜ୍ୟ ପାଇଁ ପ୍ରତିଷ୍ଠା କରାଯାଇ ପାରେ ବୋଲି ମଧ୍ୟ କୋର୍ଟ ମତ ରଖିଛନ୍ତି।