ଆଡଭାନୀ, ମୁରଲୀ ମନୋହର ଜୋଶୀଙ୍କୁ ଭେଟିଲେ ମୋଦି ଏବଂ ଅମିତ ଶାହ

ନୂଆଦିଲ୍ଲୀ: ୧୭ତମ ସାଧାରଣ ନିର୍ବାଚନରେ ବିଜୟୀ ହେବା ପରେ ଦଳର ଦୁଇ ମାର୍ଗଦର୍ଶକଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ସଭାପତି ଅମିତ ଶାହ। ଆଜି ସକାଳେ ଭିନ୍ନ ଭିନ୍ନ ସମୟରେ ସେମାନେ ଏଲକେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଭେଟିଛନ୍ତି। ଉଭୟଙ୍କ ଆଶୀର୍ବାଦ ନେବା ସହ କିଛି ସମୟ ମୋଦି, ଅମିତ ଶାହ ଦଳର ସଫଳତା ବାବଦରେ ସେମାନଙ୍କ ସହିତ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଆଡଭାନୀଙ୍କୁ ଭେଟିବାର କିଛି ଫଟୋ ସହ ଟ୍ୱିଟ୍ କରି […]

modi meet advani

Subhransu Sekhar
  • Published: Friday, 24 May 2019
  • , Updated: 24 May 2019, 02:17 PM IST

ନୂଆଦିଲ୍ଲୀ: ୧୭ତମ ସାଧାରଣ ନିର୍ବାଚନରେ ବିଜୟୀ ହେବା ପରେ ଦଳର ଦୁଇ ମାର୍ଗଦର୍ଶକଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ସଭାପତି ଅମିତ ଶାହ। ଆଜି ସକାଳେ ଭିନ୍ନ ଭିନ୍ନ ସମୟରେ ସେମାନେ ଏଲକେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଭେଟିଛନ୍ତି। ଉଭୟଙ୍କ ଆଶୀର୍ବାଦ ନେବା ସହ କିଛି ସମୟ ମୋଦି, ଅମିତ ଶାହ ଦଳର ସଫଳତା ବାବଦରେ ସେମାନଙ୍କ ସହିତ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ଆଡଭାନୀଙ୍କୁ ଭେଟିବାର କିଛି ଫଟୋ ସହ ଟ୍ୱିଟ୍ କରି ଆଡଭାନୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଦଳରେ ଆପଣଙ୍କ ଭଳି ବରିଷ୍ଠ ନେତା ଓ ଦଳକୁ ଗଢ଼ିବାରେ ଆପଣଙ୍କ ମାର୍ଗଦର୍ଶନ ଆଜି ବିଜେପିକୁ ଏଭଳି ସ୍ଥିତିରେ ପହଞ୍ଚାଇଛି। ସୂଚନାଯୋଗ୍ୟ, ବୟସାଧିକ୍ୟ କାରଣରୁ ଆଡଭାନୀଙ୍କୁ ଚଳିତ ଥର ଦଳ ଟିକେଟ ଦେଇନଥିଲା। ତେବେ ତାଙ୍କ ଗାନ୍ଧିନଗର ଆସନରୁ ବିଜେପି ସଭାପତି ଅମିତ ଶାହ ନିର୍ବାଚନ ଲଢ଼ି ବିପୁଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ସେହିପରି ବିଜେପିର ଅନ୍ୟତମ ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀଙ୍କୁ ଭେଟିଛନ୍ତି ମୋଦି ଓ ଅମିତ ଶାହ। ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମୁରଲୀ ମନୋହର ଯୋଶୀ ଜଣେ ଜ୍ଞାନୀ, ବିଦ୍ୱାନ ବ୍ୟକ୍ତି। ତାଙ୍କର ପ୍ରଚେଷ୍ଟାରେ ଦେଶର ଶିକ୍ଷା ପଦ୍ଧତିରେ ଅନେକ ପରିବର୍ତ୍ତନ ହୋଇଛି। ଯାହାକି ଦେଶକୁ ଆଗକୁ ନେବାରେ ସହାୟକ ହୋଇଛି।

ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଲୋକସଭା ଆସନ ବାରଣାସୀରୁ ମୁରଲୀ ମନୋହର ଯୋଶୀ ନିର୍ବାଚନ ଲଢ଼ୁଥିଲେ। ୨୦୧୪ରେ ଏହି ଆସନରେ ଯୋଶୀଙ୍କ ସ୍ଥାନରେ ମୋଦି ପ୍ରାର୍ଥୀ ହୋଇଥିଲେ। ଏଥର ଆଡଭାନୀଙ୍କ ପରି ମୁରଲୀ ମନୋହର ଯୋଶୀଙ୍କୁ ଦଳ ଟିକେଟ ଦେଇ ନଥିଲା।

Related story