ବାଜପେୟୀଙ୍କ କବିତାରେ ମୋଦିଙ୍କ ଆହ୍ୱାନ, ‘ଆଓ ଫିର୍‌ସେ ଦିୟା ଜଲାଏଁ’

ନୂଆଦିଲ୍ଲୀ: ରାଷ୍ଟ୍ର ସ୍ତରରେ ସଦ୍‌ଭାବନାର ପ୍ରତୀକ ସ୍ୱରୂପ ଏପ୍ରିଲ ୫ ରାତି ୯ଟାରେ ୯ ମିନିଟ୍‌ ପାଇଁ ଦୀପ, ମହମବତୀ ଏବଂ ମୋବାଇଲ ଟର୍ଚ୍ଚ ଜଳାଇବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସମର୍ଥନ ଯୋଗାଡ଼ କରିବା ଲକ୍ଷ୍ୟରେ ସେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଏକ କବିତା ଆଜି ଟ୍ୱିଟ୍‌ କରିଛନ୍ତି। ନିଜେ ବାଜପେୟୀ ଆବୃତ୍ତି କରିଥିବା ଏହି କବିତାର ଶେଷ ଧାଡ଼ି ରହିଛି, ‘ଆଓ ଫିର୍‌ସେ ଦିୟା ଜଲାଏଁ’ ବା ‘ଆସ […]

Bajpeyee-Modi

Subrat Kumar Nayak
  • Published: Saturday, 04 April 2020
  • , Updated: 04 April 2020, 05:01 PM IST

ନୂଆଦିଲ୍ଲୀ: ରାଷ୍ଟ୍ର ସ୍ତରରେ ସଦ୍‌ଭାବନାର ପ୍ରତୀକ ସ୍ୱରୂପ ଏପ୍ରିଲ ୫ ରାତି ୯ଟାରେ ୯ ମିନିଟ୍‌ ପାଇଁ ଦୀପ, ମହମବତୀ ଏବଂ ମୋବାଇଲ ଟର୍ଚ୍ଚ ଜଳାଇବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସମର୍ଥନ ଯୋଗାଡ଼ କରିବା ଲକ୍ଷ୍ୟରେ ସେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଏକ କବିତା ଆଜି ଟ୍ୱିଟ୍‌ କରିଛନ୍ତି। ନିଜେ ବାଜପେୟୀ ଆବୃତ୍ତି କରିଥିବା ଏହି କବିତାର ଶେଷ ଧାଡ଼ି ରହିଛି, ‘ଆଓ ଫିର୍‌ସେ ଦିୟା ଜଲାଏଁ’ ବା ‘ଆସ ପୁଣି ଦୀପଟିଏ ଜାଳିବା’।
https://twitter.com/narendramodi/status/1246310382739673094?s=20

ମୋଦିଙ୍କ ଏହି ଆହ୍ୱାନକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ଲୋକ ଏହାକୁ ସ୍ୱାଗତ କରିଥିବାବେଳେ କିଛି ଲୋକ ଗତ ସପ୍ତାହର ଥାଳି-ତାଳି ଏବଂ ଘଣ୍ଟିର କଥା ମନେ ପକାଇ ଦେଇଛନ୍ତି। ସେମାନେ କହିଛନ୍ତି, ଗତଥରର ସଂକର୍ତ୍ତନ ଭଳି ଏଥର ଜାଗର ବା ଦୀପାବଳି ନହୋଇଯାଉ। ଅନ୍ୟପକ୍ଷରେ ବିରୋଧୀ କହିଛନ୍ତି, ମୋଦି ଅର୍ଥନୀତି ପରି ଗୁରୁତର ପ୍ରସଙ୍ଗ ବାବଦରେ ଭାବିବା ଦରକାର।

ଏହା ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦୀପ ଜାଳିବା ନେଇ ସତର୍କ କରିଦିଆଯାଇଛି। ସାନିଟାଇଜର୍‌ରେ ଆଲକହଲ ରହୁଥିବାରୁ ଏହା ନିଆଁ ଲାଗିବା ଭଳି ବିପଜ୍ଜନକ ସ୍ଥିତି ଉପୁଜାଇପାରେ। ତେଣୁ ଦୀପ ଲଗାଇବାବେଳେ ଏଥିପ୍ରତି ଯତ୍ନବାନ ହେବାକୁ ପଡ଼ିବ।

Related story