ଜନ୍ମଦିନରେ ମୋଦି ଲୋକାର୍ପିତ କଲେ ବିଶ୍ୱର ଦ୍ୱିତୀୟ ବୃହତ୍‌ ଡ୍ୟାମ୍‌

ଅହମଦାବାଦ: ନିଜ ୬୭ତମ ଜନ୍ମଦିନ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର କେଭାଡିଆରେ ସର୍ଦ୍ଦାର ସରୋବର ଡ୍ୟାମ୍ ଲୋକାର୍ପିତ କରିଛନ୍ତି। ଶିଳାନ୍ୟାସର ୫୬ ବର୍ଷ ପରେ ଏହା ଲୋକାର୍ପିତ ହୋଇଛି। ୧୯୬୧ ମସିହା ଏପ୍ରିଲ୍ ୫ ତାରିଖରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁ ଏହାର ଶିଳାନ୍ୟାସ କରିଥିଲେ। ନର୍ମଦା ନଦୀ ଉପରେ ନିର୍ମିତ ବିଶ୍ୱର ଏହି ଦ୍ୱିତୀୟ ସର୍ବବୃହତ ଡ୍ୟାମକୁ ଗୁଜରାଟର ଜୀବନ ରେଖା ବୋଲି କହିଛନ୍ତି ମୋଦି। ୧୨୦୦ ମିଟର ଲମ୍ବ ଏହି […]

Rakesh Mallick
  • Published: Sunday, 17 September 2017
  • Updated: 17 September 2017, 01:35 PM IST

Sports

Latest News

MODIଅହମଦାବାଦ: ନିଜ ୬୭ତମ ଜନ୍ମଦିନ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର କେଭାଡିଆରେ ସର୍ଦ୍ଦାର ସରୋବର ଡ୍ୟାମ୍ ଲୋକାର୍ପିତ କରିଛନ୍ତି। ଶିଳାନ୍ୟାସର ୫୬ ବର୍ଷ ପରେ ଏହା ଲୋକାର୍ପିତ ହୋଇଛି। ୧୯୬୧ ମସିହା ଏପ୍ରିଲ୍ ୫ ତାରିଖରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁ ଏହାର ଶିଳାନ୍ୟାସ କରିଥିଲେ।

ନର୍ମଦା ନଦୀ ଉପରେ ନିର୍ମିତ ବିଶ୍ୱର ଏହି ଦ୍ୱିତୀୟ ସର୍ବବୃହତ ଡ୍ୟାମକୁ ଗୁଜରାଟର ଜୀବନ ରେଖା ବୋଲି କହିଛନ୍ତି ମୋଦି। ୧୨୦୦ ମିଟର ଲମ୍ବ ଏହି ବନ୍ଧ ଦ୍ୱାରା ରାଜ୍ୟର ୧୮ ଲକ୍ଷ ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ। ଏହା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ଉପକୃତ ହେବେ। ମହାରାଷ୍ଟ୍ରର ମଧ୍ୟ ପ୍ରାୟ ୧୮ ଲକ୍ଷ ହେକ୍ଟର ଜମିକୁ ଜଳ ସେଚନ ହୋଇପାରିବ। ରାଜସ୍ଥାନର ଦୁଇଟି ମରୁଡ଼ି ପ୍ରଭାବିତ ଜିଲ୍ଲା ଜାଲୌର ଓ ବାଡ଼ମେରରେ ୨,୪୬,୦୦୦ ହେକ୍ଟର ଜମିକୁ ଜଳ ସେଚନ ସୁବିଧା କରାଯାଇପାରିବ। ଗୁଜରାଟର ୯,୬୩୩ ଗାଁକୁ ପିଇବା ପାଣି ଯୋଗାଇ ହେବ।

ଗୁଜରାଟକୁ ମିଳିବ ୪୦ ପ୍ରତିଶତ ଅଧିକ ବିଜୁଳି

୧୩୮ ମିଟର ଉଚ୍ଚ ସର୍ଦ୍ଦାର ସରୋବର ବନ୍ଧର ଜଳ ଭଣ୍ଡାରର କ୍ଷମତା ଏବେ ୪,୨୫,୭୮୦ କୋଟି ଲିଟର ହୋଇଯାଇଛି। ପୂର୍ବରୁ ଏହି ପାଣି ସମୁଦ୍ରକୁ ବହି ଯାଉଥିଲା। ୨୦୧୬- ୧୭ରେ ଡ୍ୟାମରୁ ୩୨୦ କୋଟି ୟୁନିଟ୍ ବିଜୁଳି ଉତ୍ପାଦନ ହୋଇଛି। ବର୍ତ୍ତମାନ ଅଧିକ ପାଣି ଜମା ହେବା ଦ୍ୱାରା ୪୦ ପ୍ରତିଶତ ଅଧିକ ବିଜୁଳି ଉତ୍ପାଦନ ହୋଇପାରିବ। ସର୍ଦ୍ଦାର ସରୋବର ଡ୍ୟାମରୁ  ଉତ୍ପାଦନ ହେଉଥିବା ବିଜୁଳିର ୫୭ପ୍ରତିଶତ ମହାରାଷ୍ଟ୍ରକୁ , ୨୭ ପ୍ରତିଶତ ମଧ୍ୟପ୍ରଦେଶକୁ ଓ ୧୬ ପ୍ରତିଶତ ଗୁଜରାଟକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos