ମୋଦିଙ୍କ ନୂଆ ଲୁକ୍ ଭାଇରାଲ୍‌

ନୂଆଦିଲ୍ଲୀ: ନୂଆ ଲୁକ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଉଠାଯାଇଥିବା ଏକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଭାଇରାଲ୍ ହୋଇଛି। ଏହି ନୂଆ ଫଟୋକୁ ପ୍ରଧାନମନ୍ତ୍ରୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ୍ କରିବାର ମାତ୍ର ୬ ଘଣ୍ଟା ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରିଥିଲେ। ଏହି ଫଟୋରେ ମୋଦି ଚପଲ ପିନ୍ଧିଛନ୍ତି, ହାତରେ ଏକ ନୋଟ୍‌ବୁକ୍ ଓ ଫାଇଲ୍ ଧରିଥିବା ଦେଖିବାକୁ ମିଳିଛି। ତା’ସହିତ ବେକରେ ଏକ ଗାମୁଛା ପକାଇଛନ୍ତି ଏବଂ ଧୋତିକୁ ଲୁଙ୍ଗି ଷ୍ଟାଇଲ୍‌ରେ ପିନ୍ଧିଛନ୍ତି। ମୋଦିଙ୍କ […]

modi45

Jitendra Garnayak
  • Published: Monday, 31 December 2018
  • , Updated: 31 December 2018, 09:47 AM IST

ନୂଆଦିଲ୍ଲୀ: ନୂଆ ଲୁକ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଉଠାଯାଇଥିବା ଏକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଭାଇରାଲ୍ ହୋଇଛି। ଏହି ନୂଆ ଫଟୋକୁ ପ୍ରଧାନମନ୍ତ୍ରୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ୍ କରିବାର ମାତ୍ର ୬ ଘଣ୍ଟା ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରିଥିଲେ।

ଏହି ଫଟୋରେ ମୋଦି ଚପଲ ପିନ୍ଧିଛନ୍ତି, ହାତରେ ଏକ ନୋଟ୍‌ବୁକ୍ ଓ ଫାଇଲ୍ ଧରିଥିବା ଦେଖିବାକୁ ମିଳିଛି। ତା’ସହିତ ବେକରେ ଏକ ଗାମୁଛା ପକାଇଛନ୍ତି ଏବଂ ଧୋତିକୁ ଲୁଙ୍ଗି ଷ୍ଟାଇଲ୍‌ରେ ପିନ୍ଧିଛନ୍ତି।

ମୋଦିଙ୍କ ଏହି ନୂଆ ଲୁକ୍ ଫଟୋ ପୋର୍ଟ ବ୍ଲେୟରରେ ଉଠାଯାଇଛି। ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ପୋଷ୍ଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି- ସୁନ୍ଦର ପୋର୍ଟ ବ୍ଲେୟରରେ ଗୋଟିଏ ସକାଳ। ସୌନ୍ଦର୍ଯ୍ୟ ସମୟ ଓ ପାରଂପରିକ ପୋଷାକ। ଆମ ସ୍ୱାଧୀନତା ସଂଗ୍ରାମର ସାହସୀ ନାୟକମାନଙ୍କ ବିଷୟରେ ଚିନ୍ତା କରି, ଯେଉଁମାନେ ସ୍ୱାଧୀନତା ପାଇଁ ନିଜ ଜୀବନ ଦେଇଥିଲେ।

ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୧ କୋଟି ୬୦ ଲକ୍ଷ ଲୋକ ଫଲୋ କରନ୍ତି। ଏଯାବତ୍ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଏକାଉଣ୍ଟରେ ୨୪୩ଟି ଫଟୋ ଶେୟାର କରିଛନ୍ତି।

View this post on Instagram

A morning in scenic Port Blair...an early sunrise and traditional attire. Thinking about the brave heroes of our freedom struggle, who gave their lives for our freedom.

A post shared by Narendra Modi (@narendramodi) on

Related story