ଶିକାରୀ କଲେ ଫାୟାରିଂ, ଟଳି ପଡ଼ିଲେ ୩ ପୁଲିସ୍‌ କର୍ମୀ

ଭୋପାଲ:ମଧ୍ୟପ୍ରଦେଶର ଗୁନାରେ ମୁହାଁମୁହିଁ ହୋଇଛନ୍ତି ପୁଲିସ୍‌ କର୍ମୀ ଓ କଳା ହରିଣ ଶିକାରୀ । ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ୩ ପୁଲିସ୍‌ କର୍ମୀ ।  ସେମାନଙ୍କ ମଧ୍ୟରେ ଜଣେ ସବ୍‌ଇନ୍ସପେକ୍ଟର ଥିବା ବେଳେ ୨ ଜଣ କନଷ୍ଟେବଳ ଅଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଆରୋନ ପୁଲିସ୍‌ ଷ୍ଟେଶନ ସାଗା ବରଖେଡା ଗାଁରେ ଏହି ଘଟଣା ଘଟିଥିବା ବେଳେ ଏହାକୁ ନେଇ ସରଗରମ ହୋଇଛି ରାଜନୀତି । ଏହାକୁ ନେଇ ବିପକ୍ଷ ସରକାରଙ୍କୁ ଘେରିଥିବା ବେଳେ ଆଜି […]

police

police

Niharika Rout
  • Published: Saturday, 14 May 2022
  • Updated: 14 May 2022, 10:06 AM IST

Sports

Latest News

ଭୋପାଲ:ମଧ୍ୟପ୍ରଦେଶର ଗୁନାରେ ମୁହାଁମୁହିଁ ହୋଇଛନ୍ତି ପୁଲିସ୍‌ କର୍ମୀ ଓ କଳା ହରିଣ ଶିକାରୀ । ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ୩ ପୁଲିସ୍‌ କର୍ମୀ ।  ସେମାନଙ୍କ ମଧ୍ୟରେ ଜଣେ ସବ୍‌ଇନ୍ସପେକ୍ଟର ଥିବା ବେଳେ ୨ ଜଣ କନଷ୍ଟେବଳ ଅଛନ୍ତି।

ଶୁକ୍ରବାର ବିଳମ୍ବିତ ରାତିରେ ଆରୋନ ପୁଲିସ୍‌ ଷ୍ଟେଶନ ସାଗା ବରଖେଡା ଗାଁରେ ଏହି ଘଟଣା ଘଟିଥିବା ବେଳେ ଏହାକୁ ନେଇ ସରଗରମ ହୋଇଛି ରାଜନୀତି । ଏହାକୁ ନେଇ ବିପକ୍ଷ ସରକାରଙ୍କୁ ଘେରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ହାଇ ଆଲର୍ଟ ଇମରଜେନ୍ସିଂ ମିଟିଂ ଡାକିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବସିବାକୁ ଥିବା ଏହି ବୈଠକରେ ଗୃହ ମନ୍ତ୍ରୀ , ମୁଖ୍ୟ ସଚିବ, ଡିଜିପି, ଏଡିଜିଙ୍କ ସମେତ ବରିଷ୍ଠ ପୁଲିସ୍‌ ଅଧିକାରୀ ଉପସ୍ଥିତ ରହିବେ।

ସାଗା ବରଖେଡା ଗାଁରେ କଳା ହରିଣ ଶିକାର ଚାଲୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ପୁଲିସ୍‌ ଟିମ୍‌ ସେଠାକୁ ଯାଇଥିଲା।  ପୁଲିସ୍‌କୁ ଦେଖି ଶିକାରୀ  ଗ୍ୟାଙ୍ଗ ସେମାନଙ୍କ ଉପରକୁ  ଆକ୍ରମଣ କରିଦେଲେ। ଏହି ଫାୟାରିଂରେ ଘଟଣାସ୍ଥଳରେ ୩ ପୁଲିସ୍‌ କର୍ମୀଙ୍କ ମୃତ୍ୟୁ ହୋଇଛି। ଘଟଣାର ପ୍ରାଥମିକ ତଦନ୍ତରୁ ପୁଲିସ୍‌ କର୍ମୀଙ୍କୁ ନିକଟକୁ ଗୁଳି ଚଳାଯାଇଥିବା ଜଣାଯାଇଛି।

ଘଟଣାସ୍ଥଳରୁ ୪ଟି ହରିଣ  ମୁଣ୍ଡ, ୨ଟି ମୁଣ୍ଡବିହୀନ ହରିଣ ଓ  ଏକ ମୟୁରର  ଶବ ଜବତ ହୋଇଛି। ଜିଲ୍ଲାର ବରିଷ୍ଠ ପୁଲିସ୍‌ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ।

ଏହି ଘଟଣାର ଅପରାଧୀଙ୍କୁ ଖୋଜି ବାହାର କରାଯିବ ଏବଂ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ମୁଖ୍ୟମନ୍ତ୍ରୀ ଖୋଦ ଏହି ଘଟଣାର ମନିଟରିଂ କରୁଥିବା ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos