ବେଲୁନ୍ ଚିଠି ମାଧ୍ୟମରେ ପ୍ରତିଶୋଧର ସୂଚନା ଦେଲା ପାକିସ୍ତାନ

ପଠାନକୋଟ: ପିଓକେରେ ପଶି ଭାରତୀୟ ସେନା ଆତଙ୍କୀଙ୍କ ୭ଟି ଆଡ୍ଡା ଧ୍ୱଂସ କରିଦେବା ପରେ ପାକିସ୍ତାନ  ଆତଙ୍କିତ ହୋଇପଡିଛି। ଚାରିଆଡୁ ଅସହାୟ ହୋଇ ପଡିଥିବା ପାକିସ୍ତାନ ସର୍ଜିକାଲ ଅପରେସନକୁ ମାନିବାକୁ ନାରଜ ଥିଲେ ମଧ୍ୟ ପରୋକ୍ଷରେ ଭାରତୀୟ ସେନାର ପଦକ୍ଷେପକୁ ସ୍ୱୀକାର କରିଛି। ଏହି ଘଟଣାକୁ ନେଇ ପାକିସତାନ ସିଧାସଳଖ କିଛି କହି ପାରୁ ନ ଥିଲେ ମଧ୍ୟ ବିଭିନ୍ନ ମାଧ୍ୟରେ ଭାରତକୁ ଚେତାବନୀ ଦେବାରେ ଲାଗିଛି। ଗତକାଲି ପାକିସ୍ତାନ ପଟରୁ ପଞ୍ଚାବ ଅଞ୍ଚଳକୁ ଆସିଥିବା ବେଲୁନରୁ ଏହା ଜଣାପଡିଛି। ଉକ୍ତ ବେଲୁନରେ ଉର୍ଦ୍ଦୁ ଭାଷାରେ ଆକ୍ରମଣର ପ୍ରତିଶୋଧ ନେବା କଥା ଉଲ୍ଲେଖ ରହିଛି।

ବେଲୁନ ସହ ଚିଠି ପଞ୍ଜାବର କିଛି ଜିଲ୍ଲାରେ ଦେଖିବାକୁ ମିଳିଛି। ଏହି ଚିଠି ପଠାନକୋଟ, ଦିନାନଗର ଓ ଫରିଦାବାଦର କରତାରପୁରରେ ମିଳି‌ଥିବାର ସୂଚନା ପଠାନକୋଟର ଏସଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପଠାନକୋଟରେ ମିଳିଥିବା ଏକ ପାମ୍ପଲେଟରେ ଏହା ମଧ୍ୟ ଲେଖା ହୋଇଛି ଯେ, ମୋଦି ସରକାର ଯୁଦ୍ଧ ଲଢ଼ିପାରିବେ ନାହିଁ।

ଭାରତ-ପାକିସ୍ତାନ ସୀମାରେ ଲାଗି ରହିଥିବା ଅଶାନ୍ତି ପାଇଁ ପାକିସ୍ତାନ ଓ ଜମ୍ମୁ ସୀମାରେ ସୁରକ୍ଷା କଡାକଡି କରି ଦିଆଯାଇଛି।

ଆହୁରି ପଢ଼ନ୍ତୁ

ଭାରତୀୟ ସୀମାରେ ପଶି ଯାଇଥିଲା ଚାଇନା, ତଥ୍ୟ ପ୍ରକାଶ କରି ଡିଲିଟ କରିଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

କାହିଁକି ଇସ୍ତଫା ଦେଲେ ଗିରୀଶ ମୁର୍ମୁ, ଜାଣନ୍ତୁ ପୂରା କାରଣ

କରୋନା ଟୀକାକୁ ନେଇ ଚେତନଙ୍କ ଭବିଷ୍ୟବାଣୀ!

ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୫୬ ହଜାରରୁ ଅଧିକ ପଜିଟିଭ,୯୦୪ ମୃତ

ଜମ୍ମୁ-କଶ୍ମୀରରେ ପୁଣି ଜଣେ ବିଜେପି ନେତାଙ୍କ ହତ୍ୟା

କୋଭିଡ ହସ୍ପିଟାଲ ଆଇସିୟୁରେ ଲାଗିଗଲା ନିଆଁ

ମନୋଜ ସିହ୍ନା ଜମ୍ମୁ-କାଶ୍ମୀରର ନୂଆ ଉପରାଜ୍ୟପାଳ

ଇସ୍ତଫା ଦେଲେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ଗିରୀଶ ମୁର୍ମୂ

ଠିକ୍ ବର୍ଷକ ତଳେ ଜମ୍ମୁ କଶ୍ମୀରରୁ ହଟିଥିଲା ଧାରା ୩୭୦

ଆମେରିକା ହେଲା ରାମମୟ

ହସ୍ପିଟାଲରୁ ଅଫିସ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା

ଜେରାର ସମ୍ମୁଖୀନ ହେବେ ରିୟା, ଇଡି ପଠାଇଲା ସମନ