ପୋଲାଭରମ୍‌ ଡ୍ୟାମ୍‌ର ଉଚ୍ଚତା କମାଇବାକୁ ଏନ୍‌ଜିଟିରେ ମାମଲା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ନେସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ରେ ମାମଲା ହୋଇଛି। ଏହି ମାମଲା ରୁଜୁ କରିଛି ତେଲେଙ୍ଗାନାର ସ୍ୱେଚ୍ଛାସେବୀ ସଂଗଠନ। ପୋଲାଭରମ ବନ୍ଧ ଉଚ୍ଚତା କମ୍‌ କରିବା ସହିତ ସଠିକ ପରିବେଶ ମଂଜୁରୀ ପରେ କାମ କରାଯାଉ ବୋଲି ଆବେଦନରେ ଦର୍ଶାଇଛି ସଂଗଠନ। ସେହିପରି ଆବେଦନର କ୍ଷତିଗ୍ରସ୍ତ ଅଞ୍ଚଳରେ ଜନଶୁଣାଣି କରାଯାଉନଥିବା ଅଭିଯୋଗ ମଧ୍ୟ କରାଯାଇଛି। କ୍ଷତିଗ୍ରସ୍ତ ଅଞ୍ଚଳରେ ସଠିକ ଜନଶୁଣାଣି କରିବାକୁ ଆବେଦନରେ ଦର୍ଶାଯାଇଛି। ଆସନ୍ତା ଅକ୍ଟୋବର ୧୧ରେ ମାମଲାର […]

Polavaram Project

Polavaram Project

Rakesh Mallick
  • Published: Thursday, 05 October 2017
  • Updated: 05 October 2017, 05:54 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ନେସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ରେ ମାମଲା ହୋଇଛି। ଏହି ମାମଲା ରୁଜୁ କରିଛି ତେଲେଙ୍ଗାନାର ସ୍ୱେଚ୍ଛାସେବୀ ସଂଗଠନ। ପୋଲାଭରମ ବନ୍ଧ ଉଚ୍ଚତା କମ୍‌ କରିବା ସହିତ ସଠିକ ପରିବେଶ ମଂଜୁରୀ ପରେ କାମ କରାଯାଉ ବୋଲି ଆବେଦନରେ ଦର୍ଶାଇଛି ସଂଗଠନ। ସେହିପରି ଆବେଦନର କ୍ଷତିଗ୍ରସ୍ତ ଅଞ୍ଚଳରେ ଜନଶୁଣାଣି କରାଯାଉନଥିବା ଅଭିଯୋଗ ମଧ୍ୟ କରାଯାଇଛି। କ୍ଷତିଗ୍ରସ୍ତ ଅଞ୍ଚଳରେ ସଠିକ ଜନଶୁଣାଣି କରିବାକୁ ଆବେଦନରେ ଦର୍ଶାଯାଇଛି। ଆସନ୍ତା ଅକ୍ଟୋବର ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ଏନ୍‌ଜିଟି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos