ଥାଇଲାଣ୍ଡ: ହିନ୍ଦୁ ମନ୍ଦିର ବୋମା ବିସ୍ଫୋରଣ ମାମଲା, ଜଣେ ବିଦେଶୀ ନାଗରିକ ଗିରଫ

ବ୍ୟାଙ୍କକ୍: ଏରୱାନ ହିନ୍ଦୁ ମନ୍ଦିର ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାରେ ଶନିବାର ଜଣେ ବିଦେଶୀ ନାଗରିକଙ୍କୁ ଗିରଫ କରିଛି ଥାଇଲାଣ୍ଡ ପୋଲିସ। ଏହି ଯୁବକ ଜଣକଙ୍କ ବୋମା ବିସ୍ଫୋରଣ କରିଥିବା ଦୃଢୋକ୍ତି ପ୍ରକାଶ କରିଛି ପୋଲିସ। ତେବେ ଗିରଫ ହୋଇଥିବା ଯୁବକଙ୍କ ନାମକୁ ଗୋପନ ରଖିଛି ପୋଲିସ। ତାଙ୍କ ନାଁରେ ଲଗାଯାଇଥିବା ଦଫାଗୁଡିକ ସମ୍ପର୍କରେ ମଧ୍ୟ କିଛି ସୂଚନା ଦିଆଯାଇନାହିଁ। ଯୁବକ ଜଣଙ୍କୁ ଯେଉଁ ଘରୁ ପୋଲିସ ଗିରଫ କରିଛି ସେଠାରୁ କିଛି ବଲ ବେରିଂ ଜବତ […]

Police arrest foreigner in Bangkok shrine bombing case

Rakesh Mallick
  • Published: Saturday, 29 August 2015
  • , Updated: 04 May 2017, 03:45 PM IST

ବ୍ୟାଙ୍କକ୍: ଏରୱାନ ହିନ୍ଦୁ ମନ୍ଦିର ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାରେ ଶନିବାର ଜଣେ ବିଦେଶୀ ନାଗରିକଙ୍କୁ ଗିରଫ କରିଛି ଥାଇଲାଣ୍ଡ ପୋଲିସ। ଏହି ଯୁବକ ଜଣକଙ୍କ ବୋମା ବିସ୍ଫୋରଣ କରିଥିବା ଦୃଢୋକ୍ତି ପ୍ରକାଶ କରିଛି ପୋଲିସ। ତେବେ ଗିରଫ ହୋଇଥିବା ଯୁବକଙ୍କ ନାମକୁ ଗୋପନ ରଖିଛି ପୋଲିସ। ତାଙ୍କ ନାଁରେ ଲଗାଯାଇଥିବା ଦଫାଗୁଡିକ ସମ୍ପର୍କରେ ମଧ୍ୟ କିଛି ସୂଚନା ଦିଆଯାଇନାହିଁ। ଯୁବକ ଜଣଙ୍କୁ ଯେଉଁ ଘରୁ ପୋଲିସ ଗିରଫ କରିଛି ସେଠାରୁ କିଛି ବଲ ବେରିଂ ଜବତ କରାଯାଇଛି। ବୋମା ବିସ୍ଫୋରଣରେ ବ୍ୟବହୃତ ବଲ ବେରିଂ ଗୁଡିକ ସହିତ ଏଗୁଡିକର ସମାଞ୍ଜସ୍ୟ ରହିଛି। ସେହିପରି ଗିରଫ ଯୁବକଙ୍କଠାରୁ ତୁର୍କି ନାଗରିକ ପ୍ରମାଣପତ୍ର ସହିତ ୧୦ଟି ପାସପୋର୍ଟ ଜବତ କରିଛି ‍ପୋଲିସ।

ସୂଚନାଯୋଗ୍ୟ, ଅଗଷ୍ଟ ୧୭ ତାରିଖରେ ବ୍ୟାଙ୍କକ ସହର ମଧ୍ୟସ୍ଥଳରେ ଥିବା ଏରୱାନ ମନ୍ଦିର ବାହାରେ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ଘଟି ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୧ଜଣ ଆହତ ହୋଇଥିଲେ। ସେହପରି ଅଗଷ୍ଟ ୧୮ ତାରିଖରେ ମଧ୍ୟ ଏରୱାନ ମନ୍ଦିର ବାହାରେ ଥିବା ବଜାର ଅଞ୍ଚଳରେ ଏକ ବିସ୍ଫୋରଣ ହୋଇଥିଲା।

Related story