ଉତ୍ତରପ୍ରଦେଶ: ଭାରି ପଡିଲା ଜନ୍ମଦିନ ଉତ୍ସବ। ଛୁରୀ ବଦଳରେ ବନ୍ଧୁକରେ କାଟିଲେ କେକ୍। ଭିଡିଓ ଭାଇରାଲ ପରେ ଫସିଗଲେ। ଉତ୍ତରପ୍ରଦେଶର ହାପୁଡ ଜିଲ୍ଲାରେ ଘଟିଛି କିଛି ଏଭଳି ଘଟଣା। ସେଠାକାର ଜଣେ ଗୁଡ୍ଡୁ ନାମକ ଯୁବକ ନିଜ ଜନ୍ମଦିନ ଉତ୍ସବରେ ଛୁରୀ ବଦଳରେ ବନ୍ଧୁକ ମୁନରେ କେକ୍ କାଟିଛନ୍ତି। ଏହି ଉତ୍ସବର ଭିଡିଓ ଭାଇରାଲ ପରେ ପୁଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦୁଇ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି।
ସୂଚନା ଅନୁସାରେ,ଶାହନବାଜ ଓରଫ ଗୁଡ୍ଡୁର ଜନ୍ମଦିନ ଥିଲା। ନିଜ ଜନ୍ମଦିନକୁ ସେ ବେଶ ଧୁମ୍ଧାମରେ ପାଳନ କରିଥିଲେ। ଏହାର ଭିଡିଓକୁ ସୋଶାଲ ମିଡିଆରେ ବି ଶେଆର କରିଥିଲେ। ତେବେ ଏହି ଭିଡିଓ ହାପୁର ପୁଲିସର ନଜରରେ ପଡ଼ିଥିଲା। ଯେଉଁଥିରେ ଅନେକ ଯୁବକ ଏକାଠି ହୋଇ ଜନ୍ମଦିନ ପାଳନ କରିବା ସହ ପାଟିତୁଣ୍ଡ ବି କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଏହାରି ମଧ୍ୟରେ ଜଣେ ଯୁବକ ବନ୍ଧୁକ ମୁନରେ କେକ୍ କାଟୁଥିବା ବି କ୍ୟାମେରାରେ କଏଦ ହୋଇଥିଲା।
बर्थडे पार्टी पर तमंचे से केक काटकर जश्न मनाते हुए सोशल मीडिया पर वायरल वीडियो के सम्बन्ध में थाना हापुड नगर पुलिस ने त्वरित कार्यवाही करते हुए 02 आरोपियों को किया गिरफ्तार, जिनके कब्जे से केक काटने में प्रयुक्त असलहा बरामद।@Uppolice@dgpup@adgzonemeerut#Hapurpolice pic.twitter.com/gfz6XSAsTb
— HAPUR POLICE (@hapurpolice) January 15, 2021
ଭିଡିଓ ଦେଖିବା ପରେ ଏସପି ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦେଶ ଦେଇଥିଲେ। ପରେ ପୋଲିସ ଗୁଡୁ ଓ ଶାକିବ ଓରଫ ଭୁରା ନାମକ ଦୁଇ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ଓ ଦୁଇଟି ଗୁଳି ଜବତ କରିଛି ପୁଲିସ। ଶାହନବାଜ ଓରଫ ଗୁଡୁ ମାଜିଦପୁରା ବାସିନ୍ଦା ହୋଇଥିବା ବେଳେ ଭୁରା କରୀମ ମସଜିଦ ଗଳି ହାପୁଡ ନଗରର ବାସିନ୍ଦା ବୋଲି ଜଣାପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।