ହ୍ରିତିକ ରୋଶନଙ୍କ ନାଁରେ ରୁଜୁ ହେଲା ଠକେଇ ମାମଲା

ହାଇଦ୍ରାବାଦ୍‌: ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନଙ୍କ ନାଁରେ ହାଇଦ୍ରାବାଦ୍‌ ପୁଲିସ୍‌ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କଲ୍ଟ.ଫିଟ୍‌ର ବ୍ରାଣ୍ଡ ଆମ୍ବାସାଡାର ଥିବା ହ୍ରିତିକ ଓ କମ୍ପାନୀର ୩ ଜଣଙ୍କ ବିରୋଧରେ ଜଣେ ଜିମ୍ ବ୍ୟବହାରକାରୀ ଅଭିଯୋଗ କରିଛନ୍ତି। ଆଇ ଶଶିକାନ୍ତ ନାମକ ଏହି ଅଭିଯୋଗକାରୀ କହିଛନ୍ତି ଯେ କମ୍ପାନୀ ଯେତିକି ଲୋକଙ୍କୁ ଟ୍ରେନିଂ ଦେଇ ପାରିବ, ତା’ଠାରୁ ଅଧିକ ଲୋକଙ୍କୁ ପଞ୍ଜୀକରଣ କରୁଛି। ଏପରି କି ପଞ୍ଜୀକରଣ ବେଳେ ସ୍ଲଟ ଦେବାକୁ […]

qqa

Hemant Lenka
  • Published: Thursday, 04 July 2019
  • , Updated: 04 July 2019, 04:22 PM IST

ହାଇଦ୍ରାବାଦ୍‌: ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନଙ୍କ ନାଁରେ ହାଇଦ୍ରାବାଦ୍‌ ପୁଲିସ୍‌ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କଲ୍ଟ.ଫିଟ୍‌ର ବ୍ରାଣ୍ଡ ଆମ୍ବାସାଡାର ଥିବା ହ୍ରିତିକ ଓ କମ୍ପାନୀର ୩ ଜଣଙ୍କ ବିରୋଧରେ ଜଣେ ଜିମ୍ ବ୍ୟବହାରକାରୀ ଅଭିଯୋଗ କରିଛନ୍ତି।

ଆଇ ଶଶିକାନ୍ତ ନାମକ ଏହି ଅଭିଯୋଗକାରୀ କହିଛନ୍ତି ଯେ କମ୍ପାନୀ ଯେତିକି ଲୋକଙ୍କୁ ଟ୍ରେନିଂ ଦେଇ ପାରିବ, ତା’ଠାରୁ ଅଧିକ ଲୋକଙ୍କୁ ପଞ୍ଜୀକରଣ କରୁଛି। ଏପରି କି ପଞ୍ଜୀକରଣ ବେଳେ ସ୍ଲଟ ଦେବାକୁ କମ୍ପାନୀ ଯେଉଁ ପ୍ରତିଶ୍ରୁତି ଦେଉଥିଲା, ତା’କୁ ମଧ୍ୟ ପୂରଣ କରିପାରୁନାହିଁ। ଏ ସମ୍ପର୍କରେ ସେ ଯେତେବେଳେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ, ସେମାନେ ସ୍ଲଟ ବୁକ୍‌ କରିବା ପାଇଁ ବ୍ୟବହାର କରାଯାଉଥିବା ଆପ୍‌ରୁ ତାଙ୍କୁ ବିଦା କରିଦେଇଥିଲେ।

ସାଇବରବାଦ ପୁଲିସ୍‌ କମିଶନରେଟ୍‌ ଅଧୀନରେ ଥିବା କେପିଏଚବି ପୁଲିସ ଷ୍ଟେସନରେ ଶଶିକାନ୍ତ ଏଭଳି ଅଭିଯୋଗ କରିଛନ୍ତି। ପୁଲିସ୍‌ ତାଙ୍କ ଅଭିଯୋଗ ଆଧାରରେ ହ୍ରିତିକ ରୋଶନ ଓ କଲ୍ଟ.ଫିଟ୍‌.ହେଲଥ କେୟାର ଫାଉଣ୍ଡେସନ ୩ ଅଧିକାରୀଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିଛି।

ଇନ୍‌ସପେକ୍ଟର କେ ଲକ୍ଷ୍ମୀ ନାରାୟଣ କହିଛନ୍ତି, “କେପିଏଚବି ଥାର୍ଡ ଫେଜରେ ଥିବା କଲ୍ଟ ଫିଟନେଶ ସେଣ୍ଟରରେ ଅଭିଯୋଗକାରୀ ଜଣଙ୍କ ଡେଲି ୱାର୍କଆଉଟ୍‌ ପାଇଁ ନାଁ ପଞ୍ଜୀକରଣ କରିଥିଲେ। ପଞ୍ଜୀକରଣ ସମୟରେ ସେ ଗୋଟିଏ ବର୍ଷର ସ୍ଲଟ ପାଇଁ ୧୭,୪୯୦ ଟଙ୍କା ଦେଇଥିଲେ।

ହେଲେ ତାଙ୍କୁ ପ୍ରତିଶ୍ରୁତି ମୁତାବକ ସ୍ଲଟ ମିଳିନାହିଁ। କମ୍ପାନୀ ହ୍ରିତିକ ରୋଶନଙ୍କ ଜରିଆରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ବିଜ୍ଞାପନ ଦେଉଥିଲେ ହେଁ ପ୍ରତିଶ୍ରୁତ ପୂରଣ କରୁନାହିଁ। ଆମେ ଏବେ ଏହାର ତଦନ୍ତ ଆରମ୍ଭ କରିଛୁ।”

Related story