ପୁଲିସକୁ ମିଳିଲା ସୁପର ଭ୍ୟାନ୍‌: ଯାହା ଖୋଜିବ ସେୟା ଅଛି

ଶ୍ରୀନଗର: ଆତଙ୍କବାଦୀଙ୍କ ଫି’ଦିନ ଲଢ଼େଇ କରୁଥିବା ଜମ୍ମୁ-କଶ୍ମୀର ପୁଲିସ୍‌ ଏବେ ହାଇଟେକ୍‌ ହୋଇଛି। ଜମ୍ମୁ-କଶ୍ମୀର ପୁଲିସ୍‌ ଆଜି କମାଣ୍ଡ ଭେଇକିଲ୍‌ର ବ୍ୟବହାର କରି ଆତଙ୍କବାଦୀଙ୍କ ଦମନ କରିଛି। ଅଶୋକ ଲିଲ୍ୟାଣ୍ଡ ମିଡିୟମ ବୁଲେଟ ପ୍ରୁଫ ଭେଇକିଲ(ଏମବିପିଭି)ରେ ପୁଲିସ୍‌ କର୍ମଚାରୀଙ୍କ ସୁରକ୍ଷା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ଗାଡ଼ିରେ ଏମିତି ଗୋଟିଏ କଣ୍ଟ୍ରୋଲ ରୁମ ରହିଛି, ଯାହା ଆପଣ ଆଗରୁ କେବେ ଭାରତୀୟ ପୁଲିସ ବ୍ୟବହାର କରୁଥିବା ଦେଖି ନଥିବେ। ଗୁରୁବାର ଜମ୍ମୁ ଆଇଜି ମୁକେଶ ସିଂହ […]

dfc

Hemant Lenka
  • Published: Thursday, 19 November 2020
  • , Updated: 19 November 2020, 10:18 PM IST

ଶ୍ରୀନଗର: ଆତଙ୍କବାଦୀଙ୍କ ଫି’ଦିନ ଲଢ଼େଇ କରୁଥିବା ଜମ୍ମୁ-କଶ୍ମୀର ପୁଲିସ୍‌ ଏବେ ହାଇଟେକ୍‌ ହୋଇଛି। ଜମ୍ମୁ-କଶ୍ମୀର ପୁଲିସ୍‌ ଆଜି କମାଣ୍ଡ ଭେଇକିଲ୍‌ର ବ୍ୟବହାର କରି ଆତଙ୍କବାଦୀଙ୍କ ଦମନ କରିଛି। ଅଶୋକ ଲିଲ୍ୟାଣ୍ଡ ମିଡିୟମ ବୁଲେଟ ପ୍ରୁଫ ଭେଇକିଲ(ଏମବିପିଭି)ରେ ପୁଲିସ୍‌ କର୍ମଚାରୀଙ୍କ ସୁରକ୍ଷା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି।

ଗାଡ଼ିରେ ଏମିତି ଗୋଟିଏ କଣ୍ଟ୍ରୋଲ ରୁମ ରହିଛି, ଯାହା ଆପଣ ଆଗରୁ କେବେ ଭାରତୀୟ ପୁଲିସ ବ୍ୟବହାର କରୁଥିବା ଦେଖି ନଥିବେ।

ଗୁରୁବାର ଜମ୍ମୁ ଆଇଜି ମୁକେଶ ସିଂହ ଉକ୍ତ ସ୍ୱତନ୍ତ୍ର ଗାଡ଼ିରେ ବସି ଜୈଶର ୪ ଆତଙ୍କବାଦୀଙ୍କୁ ନାଗ୍ରୋଟା ଠାରେ ଆତ୍ମସମର୍ପଣ କରିବାକୁ କହିଥିଲେ।

ତେବେ ସେମାନେ ନ ଶୁଣିବାରୁ ସୁରକ୍ଷାକର୍ମୀମାନେ ଗୁଳି କରି ସେମାନଙ୍କ ଖେଳ ଖତମ କରିଥିଲେ। ତେବେ ଆଇଜି ବ୍ୟବହାର କରିଥିବା ଗାଡ଼ିକୁ କାହିଁକି ସୁରକ୍ଷାକର୍ମୀଙ୍କ ସୁରକ୍ଷା କବଚ କୁହାଯାଉଛି ଓ ଏଥିରେ କ’ଣ ସବୁ ବିଶେଷତ୍ୱ ରହିଛି ଆସନ୍ତୁ ଜାଣିବା-

ଏହି ଗାଡ଼ିରେ ସଂପୂର୍ଣ୍ଣ ଭାବେ ଏସି ଲାଗିଛି। ଫାୟାର ପ୍ରୁଫ୍‌ ସହ ଏଥିରେ ୧୦ଟି ସିସିଟିଭି କ୍ୟାମେରା ଓ ପିଟିଜି କ୍ୟାମେରା ଖଞ୍ଜା ଯାଇଛି। ଏହି କ୍ୟାମେରା ଗୁଡ଼ିକୁ ଏଭଳି ରଖାଯାଇଛି ଯେ ଏହା ଦ୍ୱାରା ଏନକାଉଣ୍ଟର ସ୍ଥଳର ପୂରା ୩୬୦ ଡିଗ୍ରୀ ଅଂଶକୁ ପୁଲିସ୍‌ କର୍ମଚାରୀମାନେ ଗାଡ଼ି ଭିତରେ ବସି ଦେଖି ପାରିବେ। ୨.୫ କିମି ଦୂରରେ ରହିଥିବା ଜିନିଷ ଗୁଡ଼ିକ ଏହାଦ୍ୱାରା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବ।

ଏହା ବ୍ୟତୀତ ଗାଡ଼ିରେ ବସି ସମସ୍ତ ପ୍ରକାରର ଘୋଷଣା କରିବା ପାଇଁ ମାଇକ ଲାଗିଛି। ଫ୍ଲାଶ ଲାଇଟ ଓ ଅତ୍ୟାଧୁନିକ ମେଡିକାଲ କିଟ୍‌ ଓ ଅନ୍ୟ ସୁରକ୍ଷା ସମ୍ପର୍କିତ ବ୍ୟବସ୍ଥା ଏହି ଗାଡ଼ିରେ ଉପଲବ୍ଧ। ଗାଡ଼ିଟିରେ ବମପ୍ରୁଫ ବ୍ଲାଙ୍କେଟ ରହିଛି। ଗାଡ଼ି ନିକଟରେ ବୋମା ମିଳିଲେ ବ୍ଲାଙ୍କେଟକୁ ବ୍ୟବହାର କରାଯାଇ ପାରିବ।

ଶତ୍ରୁ ପକ୍ଷର ଗୁଳିରୁ ରକ୍ଷା ପାଇବା ପାଇଁ ସ୍ଲାଇଡିଂ ବୁଲେଟ ପ୍ରୁଫ ଝରଖା ମଧ୍ୟ ଏଥିରେ ଖଞ୍ଜା ଯାଇଛି। ଗାଡ଼ି ଭିତରେ ଏଲଇଡି ସ୍କ୍ରିନ୍‌ ରହିଛି ଓ ଏହାକୁ ପୁଲିସ୍‌ ମୁଖ୍ୟାଳୟ ସହ କମ୍ପ୍ୟୁଟର ଦ୍ୱାରା ସଂଯୋଗ କରାଯାଇଛି। ସେହିପରି ଡ୍ରୋନକୁ ମଧ୍ୟ ଏହା ଭିତରେ ରହି ବେଶ ଆରାମରେ ନିୟନ୍ତ୍ରଣ କରାଯାଇ ପାରିବ।

ଜମ୍ମୁ-କଶ୍ମୀର ପୁଲିସ୍‌ ଡିଜିପି ଦୀଲବାଗ ସିଂହ କହିଛନ୍ତି, ଏକାଧିକ କାର୍ଯ୍ୟ ପାଇଁ ଏହି କମାଣ୍ଡ ଭେଇକିଲ୍‌କୁ ବ୍ୟବହାର କରାଯାଇ ପାରିବ। କିନ୍ତୁ ବର୍ତ୍ତମାନ ଏହାକୁ ଏନକାଉଣ୍ଟର ସ୍ଥଳରେ ବ୍ୟବହାର କରାଯାଉଛି। ଏହି ଗାଡ଼ି ଦ୍ୱାରା ଏନକାଉଣ୍ଟର ସ୍ଥଳର ପୂରା ଦୃଶ୍ୟ ଦେଖିବାକୁ ପୁଲିସ୍‌ ସକ୍ଷମ ହୋଇପାରୁଛି।

ଗାଡ଼ିଟି ଏପରି ଭାବେ ତିଆରି ହୋଇଛି ଯେ ଅପରେସନ ବେଳେ ଅଫିସର ଓ ଅଫିସିଆଲ ରହିବା ପାଇଁ ଏହାକୁ ଟେଣ୍ଟରେ ମଧ୍ୟ ପରିଣତ କରାଯାଇପାରିବ। ଏହା ମଧ୍ୟରେ ଟଏଲେଟ, ବାଥରୁମ ଓ ଅତିରିକ୍ତ ଟ୍ରଲିର ବ୍ୟବସ୍ଥା ହୋଇଛି।

କମାଣ୍ଡ ଭେଇକିଲ୍‌ରେ ତ୍ରିସ୍ତରୀୟ ପାୱାର ସପ୍ଲାଏ ସିଷ୍ଟମ ରହିଛି। ଯାହା ଗାଡ଼ିକୁ ସପ୍ତାହେ ଯାଏ କାର୍ଯ୍ୟକ୍ଷମ କରି ରଖିବ। ଅମୃତସରର ଗୋଟିଏ କମ୍ପାନୀ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି କମାଣ୍ଡ ଭେଇକିଲକୁ ଅତ୍ୟାଧୁନିକ ଶୈଳୀରେ ତିଆରି କରିଛି।

Related story