ପିଆଜ ବସ୍ତା ଚୋରି, ସିସିଟିଭିରୁ ଧରାପଡ଼ିଲା ଚୋର

ମୁମ୍ୱାଇ: ୨୧ ହଜାର ଟଙ୍କାର ପିଆଜ ଚୋରି ଘଟଣାର ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ୫ ଦିନ ତଳେ ମହାରାଷ୍ଟ୍ର ବଡାଲାର ଶେଖ ମିସ୍ତ୍ରୀ ଦରଗାହରୁ ଏହି ପିଆଜ ଚୋରି ହୋଇଥିଲା। ପୁଲିସ ସିସିଟିଭି ଫୁଟେଜକୁ ଯାଞ୍ଚ କରି ଚୋରକୁ ଧରିଛି। ଡଗରା ପୁଲିସ କହିଛି, ଶେଖ ମିସ୍ତ୍ରୀ ଦରଗାହରେ ପିଆଜ ବ୍ୟବସାୟୀ ପିଆଜ ବସ୍ତା ରଖିଥିଲେ। ହେଲେ ୨ ବସ୍ତା ପିଆଜ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଦୁଇ ପିଆଜ ବସ୍ତାରେ ୧୧୨ କିଲୋ […]

onion

Subhransu Sekhar
  • Published: Wednesday, 11 December 2019
  • , Updated: 11 December 2019, 03:05 PM IST

ମୁମ୍ୱାଇ: ୨୧ ହଜାର ଟଙ୍କାର ପିଆଜ ଚୋରି ଘଟଣାର ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ୫ ଦିନ ତଳେ ମହାରାଷ୍ଟ୍ର ବଡାଲାର ଶେଖ ମିସ୍ତ୍ରୀ ଦରଗାହରୁ ଏହି ପିଆଜ ଚୋରି ହୋଇଥିଲା। ପୁଲିସ ସିସିଟିଭି ଫୁଟେଜକୁ ଯାଞ୍ଚ କରି ଚୋରକୁ ଧରିଛି।

ଡଗରା ପୁଲିସ କହିଛି, ଶେଖ ମିସ୍ତ୍ରୀ ଦରଗାହରେ ପିଆଜ ବ୍ୟବସାୟୀ ପିଆଜ ବସ୍ତା ରଖିଥିଲେ। ହେଲେ ୨ ବସ୍ତା ପିଆଜ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଦୁଇ ପିଆଜ ବସ୍ତାରେ ୧୧୨ କିଲୋ ପିଆଜ ଥିଲା। ବଜାର ଦର ଅନୁଯାୟୀ ଏହି ଦୁଇ ପିଆଜ ବସ୍ତାର ଦାମ ୨୧ ହଜାର ୧୬୦ ଟଙ୍କା ଥିଲା। ଏହାପରେ ଥାନାରେ ମାମଲା ରୁଜୁ ହୋଇଥିଲା। ପୁଲିସ ଘଟଣାର ତଦନ୍ତ କରିବାକୁ ଯାଇ ଗୋଦାମ ପାଖରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା।

ଯେଉଁଥିରେ ୫ ଡିସେମ୍ୱର ଭୋର ୪ଟା ୨୬ ମିନିଟ ସମୟରେ ଅନ୍ଧାର ଥିବା ଦେଖି ଜଣେ ବ୍ୟକ୍ତି ପିଆଜ ବସ୍ତା ଉଠାଇ ନେଉଥିବା ଦେଖିବାକୁ ମିଳିଥିଲା। ଏହାପରେ ପୁଲିସ ଏହି ଘଟଣାରେ ୨ ଜଣ ଚୋରକୁ ଗିରଫ କରିଛି।

ଦେଶରେ ପିଆଜର ଦାମ ଅଧିକ ଥିବା ବେଳେ ପିଆଜ ଚୋରିର ଖବର ଏବେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ନିକଟରେ ପିଆଜ କ୍ଷେତରୁ ପିଆଜ ଚୋରି ହୋଇଥିବା ଖବର ମଧ୍ୟ ଆସିଥିଲା।

Related story