ସୁନା ଚେନ୍ ବାହାର କରିବା ପାଇଁ କଦଳୀ ଖୁଆଇଲା ପୁଲିସ୍‌

ରାଜସ୍ଥାନ: ଲୁଟ୍ କରି ସୁନା ଚେନକୁ ଗିଳି ଦେଇଥିବା ଲୁଟେରାକୁ କଦଳୀ ଖୁଆଇ ପୁଲିସ ସୁନା ଚେନ୍ ଉଦ୍ଧାର କରିଛି। ରାଜସ୍ଥାନର ବିକାନେରରେ ଏଭଳି ଘଟଣା ଘଟିଛି। ମଙ୍ଗଳବାର ସନ୍ଧ୍ୟାରେ ବିକାନେର ସହରର ଗଙ୍ଗାଶହର ନିକଟରେ ଜଣେ ମହିଳା ମାର୍କେଟରେ କିଛି ଜିନିଷ କିଣୁଥିବା ବେଳେ ହଠାତ୍ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିଲେ। ଏହାପରେ ପୁଲିସ ଲୁଟ ହୋଇଥିବା ସ୍ଥାନରେ ଥିବା ସିସିଟିଭି ଫୁଟେଜ୍ ଦେଖି ଦୁଇ […]

lootera swallow gold chain

Subhransu Sekhar
  • Published: Friday, 23 August 2019
  • , Updated: 23 August 2019, 02:54 PM IST

ରାଜସ୍ଥାନ: ଲୁଟ୍ କରି ସୁନା ଚେନକୁ ଗିଳି ଦେଇଥିବା ଲୁଟେରାକୁ କଦଳୀ ଖୁଆଇ ପୁଲିସ ସୁନା ଚେନ୍ ଉଦ୍ଧାର କରିଛି। ରାଜସ୍ଥାନର ବିକାନେରରେ ଏଭଳି ଘଟଣା ଘଟିଛି। ମଙ୍ଗଳବାର ସନ୍ଧ୍ୟାରେ ବିକାନେର ସହରର ଗଙ୍ଗାଶହର ନିକଟରେ ଜଣେ ମହିଳା ମାର୍କେଟରେ କିଛି ଜିନିଷ କିଣୁଥିବା ବେଳେ ହଠାତ୍ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିଲେ।

ଏହାପରେ ପୁଲିସ ଲୁଟ ହୋଇଥିବା ସ୍ଥାନରେ ଥିବା ସିସିଟିଭି ଫୁଟେଜ୍ ଦେଖି ଦୁଇ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ହେଲେ ପ୍ରମାଣ ନଷ୍ଚ କରିବା ଉଦ୍ଦେଶ୍ୟରେ ଜଣେ ଲୁଟେରା ଲୁଟ୍ କରିଥିବା ସୁନା ଚେନକୁ ଗିଳି ଦେଇଥିଲା। ଏହାପରେ ପୁଲିସ ସେହି ଲୁଟେରାକୁ ପିବିଏମ୍ ହସ୍ପିଟାଲକୁ ନେଇ ଏକ୍ସ-ରେ କରିବା ପାଇଁ କହିଥିଲା। ଏକ୍ସ-ରେ ବେଳେ ଲୁଟେରା ପେଟରେ ସୁନା ଚେନା ଥିବା ଜଣାପଡ଼ିଥିଲା।

ଏହାପରେ ଡାକ୍ତର ସର୍ଜରୀ କରିବା ପରିବର୍ତ୍ତେ କିଛି କଦଳୀ ଓ ଅମୃତଭଣ୍ଡା ଖାଇ ଝାଡ଼ା ମାଧ୍ୟମରେ ସୁନା ଚେନକୁ ବାହାର କରିବା ପାଇଁ ପୁଲିସକୁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପୁଲିସ୍ ମଧ୍ୟ ଲୁଟେରାକୁ ପ୍ରଚୁର କଦଳୀ ଏବଂ ପପେୟା ଖୁଆଇଥିଲା। ଏହାପରେ ବୁଧବାର ସକାଳେ ପୁଲିସ ଲୁଟ ସୁନାକୁ ପାଇବାରେ ସକ୍ଷମ ହୋଇଥିଲା।

ଏବେ ପୁଲିସ୍ ଦୁଇ ଲୁଟେରାକୁ ଗିରଫ କରି ପଚରାଉଚରା ଚଳାଇଛି। ଏହା ପୂର୍ବରୁ ୨୦୧୬ରେ ମୁମ୍ୱାଇ ପୁଲିସ୍ କଦଳୀ ଖୁଆଇ ଲୁଟେରା ପାଖରୁ ସୁନା ଚେନ ଉଦ୍ଧାର କରିଥିଲା।

Related story